ନୂଆଦିଲ୍ଲୀ,୨୬/୦୪: ବନ୍ଦ ହେବ ୧୧ ହଜାର ଫୋନ ନମ୍ବର । ଟେଲିକମ ବିଭାଗ (ଡଟ୍) ଏହି ନମ୍ବର ଗୁଡିକୁ ବ୍ଲକ କରିବାକୁ ଟେଲିକମ୍ ସେବା ଯୋଗାଣକାରୀ କମ୍ପାନିଗୁଡିକୁ ନିର୍ଦ୍ଦେଶ ଦେଇଛି । ଚାକ୍ସୁ ପୋର୍ଟାଲ ଲଞ୍ଚ ହେବାର ମାସକ ମଧ୍ୟରେ ଏଭଳି ନିର୍ଦ୍ଦେଶ ଦେଇଛି ଡଟ୍ । ଏହି ନମ୍ବରଗୁଡିକ ସନ୍ଦିଗ୍ଧ କାର୍ଯ୍ୟକଳାପ ସହ ଜଡ଼ିତ । ଟେଲିକମ କମ୍ପାନିଗୁଡିକ ସହ ମିଳିତ ହୋଇ ଡଟ୍ ୭୦୦ ଏସ୍ଏମ୍ଏସ୍ ଟେମ୍ପ୍ଲେଟକୁ ବ୍ଲକ କରିଛି । ସଂଚାର ସାଥୀ ପୋର୍ଟାଲରେ ଥିବା ଚାକ୍ସୁ ସୁବିଧା ଦ୍ୱାରା ଲୋକମାନେ ସନ୍ଦିଗ୍ଧ କଲ୍, ଏସ୍ଏମ୍ଏସ୍କୁ ରିପୋର୍ଟ ମାରିପାରିବେ । ଗତ ମାସରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୁବିଧା ଆରମ୍ଭ କରିଥିଲେ ।
‘ନମସ୍କାର ମୋଦୀ ଜୀ…ଭୟ କରିଗେଲ କି’; ଅମ୍ବାନୀ-ଆଦାନୀ...