ନୂଆଦିଲ୍ଳୀ,୨୧।୪ : ଭାରତ ଗତ ବର୍ଷ ଅପରେସନ୍ ସିନ୍ଦୁର ପରେ ନିଜର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର କ୍ଷମତାରେ ବଡ଼ ଧରଣର ବୃଦ୍ଧି କରିଛି। ଏହାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଏକ ଟେଷ୍ଟ କରିବାର ପ୍ରସ୍ତୁତିରେ ଅଛି, ଯାହାକି ମାଇଲ ଷ୍ଟୋନ୍ ବୋଲି କୁହାଯାଉଛି। ଡିଆରଡିଓର ଏହି ମର୍ଡନ ହତିଆରର ନାଁ ୧୦୦ କିଲୋଓ୍ବାଟ୍ ଲେଜର ଓ୍ବେପନ ରହିଛି। ଏହାକୁ ଗୁରୁତ୍ବପୂର୍ଣ୍ଣ ଦୁର୍ଗା ପୋଗ୍ରାମ୍ ଅନୁସାରେ, ବିକାଶିତ କରାଯାଉଛି। ଭାରତ ଏହାକୁ ଯଦି ପରୀକ୍ଷଣ କରେ ତେବେ ସେହି ଦେଶ ଗୁଡିକର କ୍ଲବରେ ଆସିଯିବ, ଯାହାଙ୍କ ପାଖରେ ଡାଇରେକ୍ଟ ଏନର୍ଜି ଓ୍ବିପନ୍ ରହିଛି। ମଇ ୨୦୨୫ ରେ ଭାରତ ‘ଅପରେସନ୍ ସିନ୍ଦୂର’ରେ ପାକିସ୍ତାନ ପକ୍ଷରୁ ଆସିଥିବା  ଚାଇନିଜ୍ ସାମରିକ ଡ୍ରୋନ୍ସକୁ ନଷ୍ଟ କରିଦେଇଥିଲା।

‘ଦୁର୍ଗା ପ୍ରୋଜେକ୍ଟ’ କ’ଣ ?

‘ଦୁର୍ଗା’ ଅର୍ଥାତ DURGA (Directionally Unrestricted Ray-Gun Array)ପୋଗ୍ରାମ୍ ଡିଆରଡିଓର ଗୁରୁତ୍ବପୂର୍ଣ୍ଣ ପ୍ରୋଜେକ୍ଟ। ସୋସିଆଲ ମିଡିଆରେ ଏହା ଟ୍ରେଣ୍ଡ କରୁଛି। ଏହାର ଉଦେଶ୍ୟ ହେଉଛି ଏଭଳି ନିର୍ଦେଶିତ ଏର୍ନଜି ହତିଆର(DEW)ତିଆରି କରିବା, ଯାହା...

-ଶତ୍ରୁର ଡ୍ରୋନ୍, ମିସାଇଲ ଓ ଯୁଦ୍ଧ ବିମାନକୁ ନଷ୍ଟ କରିପାରିବ

-ଏହାର ଉଦେଶ୍ୟ ଭାରତର ପ୍ରତିରକ୍ଷା ଆବଶ୍ୟକତାକୁ ଦେଖି ସୁଲଭ ହତିଆର ତିଆରି କରିବା।

-ପରମ୍ପରାଗତ ହତିଆର ଉପରେ ଭାରତର ନିର୍ଭରତାକୁ ହ୍ରାସ କରିବା।

ଡିଆରଡିଓ ୧୦୦ କିଲୋଓ୍ବାଟ ଲେଜର ହତିଆରର ବିଶେଷ୍ବତ କ’ଣ

-ହାଇ ଏନର୍ଜୀରେ ଭରପୁର ଏହି ହତିଆର ଅତ୍ୟନ୍ତ ଘାତକ ହେବ

-ଡ୍ରୋନ୍, ମିସାଇଲ ଓ ବିମାନକୁ ନଷ୍ଟ କରିବାରେ ସକ୍ଷମ ହେବ।

-ଆଲୋକର ଗତିଠାରୁ ଏହା ଶତ୍ରୁର ହତିଆରକୁ ନଷ୍ଟ କରିବ

-ମିସାଇଲ ତୁଳନାରେ ଏହି ହତିଆର ଅଧିକ ସୁଲଭ ଦାମ୍‌ରେ ହେବ ।

ଭାରତୀୟ ନୌସେନାର ଷ୍ଟିଲଥ୍ ଯୁଦ୍ଧପୋତର ବଢିବ ମାରକ କ୍ଷମତା

-ବର୍ତ୍ତମାନ, ହାଇ ଏନର୍ଜୀରେ ସଜ୍ଜିତ ଏହି ହତିଆରକୁ ଭାରତୀୟ ନୌସେନାର ଷ୍ଟିଲଥ ଯୁଦ୍ଧପୋତ ହିସାବରେ ତିଆରି କରାଯାଉଛି। ଭାରତୀୟ ନୌସେନାର ଏହି ଲେଜର ହତିଆରକୁ ନିଜର ଷ୍ଟିଲଥ୍ ଯୁଦ୍ଧ ନୌବାହିନୀରେ ସାମିଲ କରିବାର ଯୋଜନା ରହିଛି।

-ଏହି ଯୁଦ୍ଧପୋତରେ ପୂର୍ବରୁ ହିଁ ଆଡଭାନ୍ସ ରାଡାର ଓ ମିସାଇଲ ସିଷ୍ଟମ ରହିବ। ଲେଜର ହତିଆର ସାମିଲ ହେବାଦ୍ବାରା ଯୁଦ୍ଧ ଜାହଜର ମାରକା କ୍ଷମତା ଆହୁରି ବଢି ଯିବ।

ଲେଜର ହତିଆର ଆସିବା ଦ୍ବାରା କ’ଣ ବଦଳିବ ?

-ଲେଜର ହତିଆର ଆସିବା ଦ୍ବାରା ଶତ୍ରୁର ଡ୍ରୋନ୍‌କୁ ତୁରନ୍ତ ନଷ୍ଟ କରିହେବ

-ଶତ୍ରୁ ପକ୍ଷରୁ ଆସୁଥିବା ମିସାଇଲର ବାସ୍ତବିକ ସମୟରେ ମୁକାବିଲା କରିହେବ।

-ଗୋଳାବାରୁଦର ବୋଝ କମ୍ କରି ପାରମ୍ପାରିକ ଯୁଦ୍ଧ ରଣନୀତି ଉପରେ ନିର୍ଭରତା ହ୍ରାସ କରିବ।

-ଏହାଦ୍ବାରା ନୌସେନାର ଜାହାଜକୁ ମିସାଇଲ, ତୋପ ଓ ଲେଜର ମିଶାଇ ଏକ ବହୁସ୍ତରୀୟ ପ୍ରତିରକ୍ଷା ପ୍ରଣାଳୀ ମିଳିବ।

ଆମେରିକା-ଚୀନ୍, ଇସ୍ରାଏଲ କ୍ଲବରେ ଆସିବ ଭାରତ

-ଡିଆରଡିଓର ଲେଜର ହତିଆର ପରୀକ୍ଷଣର ସଫଳତା ସହିତ ଭାରତ ଆମେରିକା, ଚୀନ୍ ଓ ଇସ୍ରାଏଲ ସେହି କ୍ଲବରେ ସାମିଲ ହେବ, ଯାହାକି ଏଭଳି ହତିଆରକୁ ପୂର୍ବରୁ ହିଁ ଟେଷ୍ଟ କରିସାରିଛି କିମ୍ବା ଏଭଳି ସିଷ୍ଟମ ମୁତୟନ କରିଛି।

-ଏହି ଅସ୍ତ୍ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ଦ୍ବାରା ପରିଚାଳିତ ହେବ। ଯାହାକି ଶତ୍ରୁପକ୍ଷର ମିସାଇଲ ଏବଂ ଡ୍ରୋନ୍କୁ ସଠିକ ଦୂରତ୍ବ ଓ ଏହାର କ୍ଷମତାକୁ ଆକଳନ କରି ତାକୁ ନଷ୍ଟ କରିହେବ।

​​​​​​​ଆହୁରି ପଢନ୍ତୁ : ଭାରତର ଫ୍ୟାନ୍ ହେଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି, କହିଲେ-ତାଙ୍କ ପାଖରେ ସବୁର ‘ଜୁଗାଡ଼’ ଅଛି...