ନୂଆଦିଲ୍ଲୀ,୦୫/୦୪:  ନେପାଳରେ ଭୂକମ୍ପ ଝଟକା। ୩ ମିନିଟ୍ ମଧ୍ୟରେ ୨ ଥର ଭୂକମ୍ପ ଝଟକାରେ ଥରିଲା ନେପାଳ। ନେପାଳ ସହ ଉତ୍ତର ଭାରତରେ ମଧ୍ୟ  ଭୂମିକମ୍ପ ଅନୂଭୂତ ହୋଇଛି। ଗତକାଲି ବା ଶୁକ୍ରବାର ରାତି ୮ଟା ୭ ମିନିଟରେ ପ୍ରଥମେ ୫.୨ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଆଉ ତାପରେ ପୁଣି ଦ୍ୱିତୀୟ ଥର ପାଇଁ ୮ଟା ୧୦ ମିନିଟରେ  ୫.୫ ତୀବ୍ରତାରେ ନେପାଳ ଭୂକମ୍ପ ଝଟକାରେ ଥରି ଉଠିଥିଲା। 

ତେବେ ଭୂମିକମ୍ପର କେନ୍ଦ୍ରସ୍ଥଳ ନେପାଳରେ ଥିଲା। କିନ୍ତୁ ଏହାର ଝଟକା ଉତ୍ତର ଭାରତର ଅନେକ ସ୍ଥାନରେ, ବିଶେଷକରି ଉତ୍ତର ପ୍ରଦେଶ, ବିହାର ଏବଂ ଉତ୍ତରାଖଣ୍ଡରେ ମଧ୍ୟ ମୃଦୁ ଅନୁଭୂତ ହୋଇଥିଲା। ଭୂମିକମ୍ପ ୟୋଗୁଁ  ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯିବା ସହ ଅନେକ ଲୋକ ଘରୁ ବାହାରକୁ ବାହାରି ଆସିଥିଲେ। ହେଲେ ଏଥିରେ କୌଣସି  କ୍ଷୟକ୍ଷତି ନେଇ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ।

ଏହା ମଧ୍ୟ ପଢନ୍ତୁ- ପର୍ତ୍ତୁଗାଲ ଏବଂ ସ୍ଲୋଭାକିଆ ଗସ୍ତ କରିବେ ଦ୍ରୌପଦୀ ମୁର୍ମୁ, ତିନି ଦଶନ୍ଧି ପରେ ଭାରତୀୟ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଗସ୍ତ

ବିଶେଷଜ୍ଞଙ୍କ ଅନୁସାରେ, ଏହା ଏକ ମଧ୍ୟମ ତୀବ୍ରତାର ଭୂମିକମ୍ପ ଥିଲା, କିନ୍ତୁ ଭବିଷ୍ୟତରେ ଏକ ବଡ଼ ଭୂମିକମ୍ପ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ତମିଆଁମାର ଏବଂ ବ୍ୟାଙ୍କକରେ ଘଟିଥିବା ଧ୍ୱଂସାବଶେଷ ଲୋକଙ୍କ ମନରୁ ଲିଭି ନ ଥିବା ବେଳେ  ଲୋକମାନେ ଏବେ ବି ଭୂମିକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତି ସହିତ  କରୁଛନ୍ତି ସଂଘର୍ଷ।