ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପର୍ତ୍ତୁଗାଲ ଏବଂ ସ୍ଲୋଭାକିଆ ଗସ୍ତ କରିବେ ଦ୍ରୌପଦୀ ମୁର୍ମୁ, ତିନି ଦଶନ୍ଧି ପରେ ଭାରତୀୟ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଗସ୍ତ

Published By : Anindita Ratha | April 5, 2025 8:41 AM

ନୂଆଦିଲ୍ଲୀ,୦୫/୦୪:  ପର୍ତ୍ତୁଗାଲ ଏବଂ ସ୍ଲୋଭାକିଆ ଗସ୍ତରେ ଯିବେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପର୍ତ୍ତୁଗାଲ ରାଷ୍ଟ୍ରପତି ମାର୍ସେଲୋ ରେବେଲୋ ଡି ସୌସାଙ୍କ ନିମନ୍ତ୍ରଣ କ୍ରମେ ଏପ୍ରିଲ ୭-୮ ରେ ପର୍ତ୍ତୁଗାଲ ଗସ୍ତରେ ଯିବେ ଦ୍ରୌପଦୀ ମୁର୍ମୁ। ବୈଦେଶିକ ମନ୍ତ୍ରଣାଳୟ  ଅନୁଯାୟୀ, ରାଷ୍ଟ୍ରପତି ମୁର୍ମୁ ତାଙ୍କର ୪ ଦିନିଆ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ସ୍ଲୋଭାକିଆ ଗସ୍ତ କରିବେ। ୨୯ ବର୍ଷ ମଧ୍ୟରେ ସ୍ଲୋଭାକିଆକୁ ତାଙ୍କର ପ୍ରଥମ ଗସ୍ତ ହେବ। ସେ ଏହି ଦୁଇଟି ଗସ୍ତରେ ଏପ୍ରିଲ ୧୦ ପର୍ଯ୍ୟନ୍ତ ରହିବେ।

ୟୁରୋପ ସହିତ ଭାରତର ସମ୍ପର୍କ ପୂର୍ବ ଅପେକ୍ଷା ଭଲ ହେଉଛି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତିଙ୍କ ଏହି ଯାତ୍ରା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇପାରେ। କିଛି ସପ୍ତାହ ପୂର୍ବରୁ, ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର ଲେଏନ୍ ଏବଂ କମିଶନର କଲେଜ ଭାରତ ଗସ୍ତ କରିଥିଲେ। ସେହି ସମୟରେ ଘୋଷଣା କରାଯାଇଥିଲା ଯେ, ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏହି ବର୍ଷ ଚୂଡ଼ାନ୍ତ ହେବ। ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ, ବୈଦେଶିକ ମନ୍ତ୍ରଣାଳୟ ସଚିବ ତନ୍ମୟ ଲାଲ ରାଷ୍ଟ୍ରପତି ମୁର୍ମୁଙ୍କ ବୈଠକକୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଗସ୍ତ ବୋଲି କହିଥିଲେ। ସେ କହିଛନ୍ତି ଯେ, ପର୍ତ୍ତୁଗାଲ ଗସ୍ତ ଐତିହାସିକ।  କାରଣ ଏହା ନୂଆଦିଲ୍ଲୀ ଏବଂ ଲିସବନ ମଧ୍ୟରେ କୂଟନୈତିକ ସମ୍ପର୍କର ୫୦ତମ ବାର୍ଷିକୀ ପାଳନ କରୁଛି। ପର୍ତ୍ତୁଗାଲ ରାଷ୍ଟ୍ରପତି ଡି ସୌସା ୨୦୨୦ ମସିହାରେ ଭାରତ ଗସ୍ତରେ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା ୨୦୧୯ ମସିହାରେ ଭାରତ ଗସ୍ତ କରିଥିଲେ।

ଏହା ମଧ୍ୟ ପଢନ୍ତୁ- ଘମାଘୋଟ ବାଣିଜ୍ୟ ଯୁଦ୍ଧ: ଆଗକୁ ମାଡ଼ିଆସୁଛି ମହାମାନ୍ଦାବସ୍ଥା, ବିଶ୍ୱ ଅର୍ଥନୀତିରେ ହେବ ସୁନାମୀ

ପର୍ତ୍ତୁଗାଲରେ ରାଷ୍ଟ୍ରପତି ମୁର୍ମୁ ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ଲୁଇସ୍ ମୋଣ୍ଟେନେଗ୍ରୋ ଏବଂ ରାଷ୍ଟ୍ରୀୟ ବିଧାନସଭା ବାଚସ୍ପତି ଜୋସେ ପେଡ୍ରୋ ଆଗୁଆର-ବ୍ରାନକୋଙ୍କୁ ଭେଟିବେ। ସେ ସ୍ଲୋଭାକିଆ ରାଷ୍ଟ୍ରପତି ପିଟର ପେଲେଗ୍ରୀନି ଏବଂ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ସହ  କରିବେ ଦ୍ୱିପାକ୍ଷିକ ଆଲୋଚନା। ଏନେଇ  ତନ୍ମୟ ଲାଲ କହିଛନ୍ତି ଯେ, ରାଷ୍ଟ୍ରପତି ପର୍ତ୍ତୁଗାଲରେ ଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଭେଟିବେ ଏବଂ ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନର ଭାରତୀୟ ଗବେଷକଙ୍କ ସହ ମଧ୍ୟ ଆଲୋଚନା କରିବେ। ପ୍ରକାଶ ଥାଉକି,  ତତ୍କାଳୀନ ରାଷ୍ଟ୍ରପତି କେ.ଆର. ନାରାୟଣନ ୧୯୯୮ ମସିହାରେ ପର୍ତ୍ତୁଗାଲ ଗସ୍ତ କରିଥିଲେ। ତେବେ ସ୍ଲୋଭାକିଆରେ ୬ ହଜାର  ଭାରତୀୟ ପ୍ରବାସୀ ବାସ କରୁଛନ୍ତି  । ଏହା ଦୁଇ ଦେଶ ମଧ୍ୟରେ ବିଶେଷକରି ଅଟୋମୋବାଇଲ୍, ଇଞ୍ଜିନିୟରିଂ ଏବଂ ଆଇଟି କ୍ଷେତ୍ରରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ବୃଦ୍ଧି କରିବ। ଅଧିକାରୀମାନେ କହିଛନ୍ତି ଯେ ସ୍ଲୋଭାକିଆ କମ୍ପାନୀଗୁଡ଼ିକ ଭାରତରେ ଇସ୍ପାତ ଉତ୍ପାଦନ, ଆଇଟି ହାର୍ଡୱେୟାର ଏବଂ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ନିବେଶ କରୁଛନ୍ତି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.