ନୂଆଦିଲ୍ଲୀ,୧୨/୦୪ ; ଜମ୍ମୁ ଏବଂ କାଶ୍ମୀରରେ  ଭୂକମ୍ପ ଝଟକା। ଆଜି ଭୋର ୪ଟା ୩୨ ସମୟରେ ଜମ୍ମୁ ଏବଂ କାଶ୍ମୀରର ଡୋଡାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା  ୪.୬ ରେକର୍ଡ କରାଯାଇଛି। ଏପର୍ଯ୍ୟନ୍ତ କ୍ଷୟକ୍ଷତିର କୌଣସି ସୂଚନା ନାହିଁ।  

ଆହୁରି ପଢନ୍ତୁ-ଗାଳି-ମୁକ୍ତ’ ଗାଁ : ନିୟମ ନମାନିଲେ ତଣ୍ଡ ଗଣିବ, ଗାଁ ସଫା କରିବାକୁ ପଡ଼ିବ​​​​​​​

ସେହିପରି ରବିବାର ମିଆଁମାରରେ ମଧ୍ୟ ୪.୦ ତୀବ୍ରତାର ଆଉ ଏକ ଭୂକମ୍ପ ଅନୁଭୂତ ହୋଇଥିବା ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ବା NCS ପକ୍ଷରୁ ସୂଚନା ମିଳିଛି। ଏହି ଭୂକମ୍ପ ୧୪୦ କିଲୋମିଟର ଗଭୀରତାରେ ହୋଇଥିଲା। ଯାହା ଫଳରେ ପରବର୍ତ୍ତୀ ଭୂକମ୍ପର ସମ୍ଭାବନା ବୃଦ୍ଧି ପାଇଛି। ଅଗଭୀର ଭୂମକମ୍ପକୁ ସାଧାରଣତଃ ଗଭୀର ଭୂକମ୍ପ ଅପେକ୍ଷା ଅଧିକ ବିପଦପୂର୍ଣ୍ଣ ବୋଲି ବିବେଚନା କରାଯାଏ। କାରଣ ଅଗଭୀର ଭୂକମ୍ପ ଦ୍ୱାରା ସୃଷ୍ଟି ହୋଇଥିବା ଭୂକମ୍ପୀୟ ତରଙ୍ଗ ପୃଷ୍ଠରେ ପହଞ୍ଚିବା ପାଇଁ ଦୂରତା କମ ଥାଏ। ଯାହା ଫଳରେ ଅଧିକ ତୀବ୍ର ଭୂମି କମ୍ପନ ସୃଷ୍ଟି ହୁଏ ଏବଂ ଅଧିକ କ୍ଷତି ଘଟାଇବା ସମ୍ଭାବନା ଅଧିକ ଥାଏ।