ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଫିଲ୍ମର ପ୍ରଯୋଜକ ଗୋକୁଳମ ଗୋପାଳନଙ୍କ ଘରେ ଇଡ଼ିର ଚଢାଉ, ନଗଦ ଦେଢ଼ କୋଟି ଟଙ୍କା ଜବତ

Published By : Anindita Ratha | April 5, 2025 2:05 PM

ମୁମ୍ବାଇ,୦୫/୦୪: ବିବାଦରେ ଘେରି ରହିଛି ସାଉଥ ସୁପରଷ୍ଟାର ମୋହନଲାଲ ଏବଂ ପୃଥ୍ୱୀରାଜ ସୁକୁମାରନଙ୍କ ଫିଲ୍ମ 'L2 ଏମ୍ପୁରାନ୍' । ଏହାରି ମଧ୍ୟରେ ଫିଲ୍ମର ପ୍ରଯୋଜକ ଗୋକୁଳମ ଗୋପାଳନଙ୍କ ଘର ସମେତ ୧୦ଟି ସ୍ଥାନରେ ଚଢାଉ କରିଛି ଇଡି। ତାମିଲନାଡୁ ଏବଂ କେରଳରେ ଆଜି ସକାଳ ପର୍ଯ୍ୟନ୍ତ ଚାଲିଥିବା 'ଗୋପାଳନ ଚିଟ୍ ଗ୍ରୁପ୍' ଏବଂ ପାଣ୍ଠି ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉଭୟ କମ୍ପାନୀ ପ୍ରଯୋଜକ ଗୋକୁଳମ ଗୋପାଳନଙ୍କର ବୋଲି କୁହାଯାଉଛି।

ଏହି ଚଢାଉ ସମୟରେ ତାଙ୍କ ଘରୁ ନଗଦ ଦେଢ଼ କୋଟି ଟଙ୍କା ଜବତ କରାଯାଇଥିଲା। ତେବେ ଗୋକୁଳମ ଗୋପାଳନ ପୂର୍ବରୁ ମଧ୍ୟ ଆୟକର ବିଭାଗର ନଜରକୁ ଆସିଥିଲେ। ଇଡି ଏହି ମାମଲାକୁ ବିଦେଶୀ ମୁଦ୍ରା ଉଲ୍ଲଂଘନ ଆଇନ  ଅଧୀନରେ ପଞ୍ଜିକୃତ କରିବା ସହ ବିଭିନ୍ନ ସ୍ଥାନରେ ଚଢାଉ କରିଛି। କୁହାଯାଉଛି ଯେ,  ଇଡି ତାମିଲନାଡୁ ଏବଂ କେରଳରେ 'L2 ଏମ୍ପୁରାନ୍' ଫିଲ୍ମର ପ୍ରଯୋଜକ ଗୋକୁଳମ୍ ଗୋପାଳନଙ୍କ କମ୍ପାନୀ 'ଗୋପାଳନ ଚିଟ୍ ଫାଇନାନ୍ସ କମ୍ପାନୀ ଲିମିଟେଡ୍' ବିରୁଦ୍ଧରେ ଚଢାଉ କରିଛି। 

ଏହା ମଧ୍ୟ ପଢନ୍ତୁ-  ସୁକୁମାରେ ଲାଲ୍‌ ବାହିନୀକୁ ମିଳିଲା ବଡ଼ ସଫଳତା, ୪ ହାର୍ଡକାେର୍‌ ମାଓବାଦୀଙ୍କ ଆତ୍ମସମର୍ପଣ

ଏହି କମ୍ପାନୀ କିଛି ପ୍ରବାସୀ ଭାରତୀୟଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା। ପ୍ରାୟ  ହଜାର କୋଟି ଟଙ୍କାର FEMA ଉଲ୍ଲଂଘନ ଏବଂ କିଛି ଅଣଆନୁଷ୍ଠାନିକ କାରବାର ସହିତ ଜଡିତ ଏକ ମାମଲାରେ ଏହି ତଦନ୍ତ କରାଯାଉଛି। ଯାହା ଦ୍ଵାରା ଜଣାପଡିବ ଯେ, ଏହି ସମ୍ପୂର୍ଣ୍ଣ ମାମଲା ମନି ଲଣ୍ଡରିଂ ଆଇନ ଅଧୀନରେ ଆସିବ କି ନାହିଁ।  ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ 'L2 ଏମ୍ପୁରାନ୍'କୁ ନେଇ ବିବାଦ ଆରମ୍ଭ ହେବା ପରେ ଠକେଇର ଏହି ସମ୍ପୂର୍ଣ୍ଣ ମାମଲା ସାମ୍ନାକୁ ଆସିଥିଲା।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.