ଉଦଳା ୦୧/୧୦: ଗାଁରେ ପଶିଲେ ହାତୀ। ଯାହାକୁ ନେଇ ଭୟଭୀତ ଅବସ୍ଥାରେ ଗ୍ରାମବାସୀ ।ଉଦଳା ବନାଞ୍ଚଳ କାଠୁଆବେଡା ଗ୍ରାମରେ ଦୁଇଟି ବଣୁଆ ହାତୀ ପଶିଆସିଥିବା ଜଣାପଡିଛି। ଯାହାଫଳ କାଠୁଆବେଡା ବିଦ୍ୟାଳୟକୁ ଦୁଇ ଦିନ ଛୁଟି ଘୋଷଣା କରିଛନ୍ତି ବିଇଓ।
ଅନ୍ୟପଟେ ଖବର ପାଇ ଉଦଳା ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି। ହାତୀ କିପରି ଜନବସତିରେ ନ ପଶନ୍ତି ସେ ନେଇ ଜଗି ରହିଛନ୍ତି ବନ ବିଭାଗ କର୍ମଚାରୀ। ଏହା ସହିତ ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ପ୍ରୟାସ ଜାରି ରଖିଛି।