ନୂଆଗାଁ, ୧୮।୨: ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଗୋଲଦାରୁ ଅଞ୍ଚଳରୁ ଦନ୍ତା ଉଦ୍ଧାର । ଏକ ଗୋଠଛଡ଼ା ଦନ୍ତା କୂଅରେ ପଡ଼ି ଯିବା ପରେ ବନ ବିଭାଗ ତାକୁ ଜେସିବି ସାହାଯ୍ୟରେ ଉଦ୍ଧାର କରିଛି । ସୂଚନା ମୁତାବକ, ଗତ କିଛି ଦିନ ହେଲା ହାତୀଟି ନୂଆଗାଁ ବ୍ଲକର ବିଭିନ୍ନ ଗାଁରେ ପଶି ଉତ୍ପାତ କରିଥିଲା । ଆଜି ଭୋର ସମୟରେ ହାତୀ ଗୋଲଦାରୁ ଗାଁରେ ପଶିବା କ୍ଷଣି ଗ୍ରାମବାସୀ ତାକୁ ଘଉଡ଼ାଇଥିଲେ । ହାତୀଟି ଚାଷ ଜମି ଦେଇ ଯାଉଥିବା ବେଳେ ଚାନ୍ଦିନୀ ନଥିବା କୂଅରେ ପଡ଼ି ଯାଇଥିଲା । ଖବର ପାଇ ହାତୀବାରି ବନ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁଇଟି ଜେସିବି ସାହାଯ୍ୟରେ କୂଅର ଗୋଟିଏ ପାର୍ଶ୍ଵ ମାଟି ଖୋଳା ଯାଇଥିଲା । ଫଳରେ ହାତୀ କୂଅରୁ ବାହାରି ଜଙ୍ଗଲ ଆଡ଼କୁ ପଳାଇ ଯାଇଛି । ​​​​​​​

ଆହୁରି ପଢ଼ନ୍ତୁ... ​​​​​​​ଦଶପଲ୍ଲାରେ ରନ୍ଧା ଗୋ ମାଂସ ଜବତ, ତାତିଲେ ଲୋକେ