ଭଦ୍ରକ, ୧୬/୧୨ : ଭଦ୍ରକର ଦୁର୍ଦ୍ଦାନ୍ତ ଅପରାଧୀ ବୁଦ୍ଧିଆକୁ ଏନକାଉଣ୍ଟର। ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି। ଚରମ୍ପା ମାଲ ଗୋଦାମ ନିକଟକରେ ଏହି ଏନକାଉଣ୍ଟର କରାଯାଇଛି। ଅପରାଧୀ ଜଣକ ବିଭିନ୍ନ ଅପରାଧରେ ଲିପ୍ତ ଥିଲା। ଭଦ୍ରକ ସହରାଞ୍ଚଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ର ଏନେଇ ସୂଚନା ଦେଇଛନ୍ତି। 

ସୂଚନାନୁଯାୟୀ, ଭଦ୍ରକର ଦୁର୍ଦ୍ଦାନ୍ତ ଅପରାଧୀ କମଳାକାନ୍ତ ଦାସ ଓରଫ ବୁଦ୍ଧିଆ ନମ୍ଵର ନଥିବା ଏକ କଳା ବାଇକ୍‌ ରେ ବୁଲୁଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲା। ବୁଦ୍ଧିଆ ପୁଲିସକୁ ଦେଖି ପ୍ରଥମେ ୪ ରାଉଣ୍ଡ ଗୁଳି ମାଡ଼ କରିଥିଲା। ଏହାପରେ ପୁଲିସ ପାଲଟା ଜବାବ ଦେଇଥିଲା। ଚରମ୍ପା ମାଲ ଗୋଦାମ ନିକଟକରେ ଏହି ଏନକାଉଣ୍ଟର କରାଯାଇଛି। ଏହି ଏନକାଉଣ୍ଟରରେ ବୁଦ୍ଧିଆ ଗୋଡ଼ରେ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଅପରାଧୀ ଜଣକ ବିଭିନ୍ନ ଅପରାଧରେ ଲିପ୍ତ ଥିଲା। କିଛି ଦିନ ତଳେ ଖଇରା ନିକଟରୁ ଫାୟାରିଂ କରି ୧୫ ଲକ୍ଷ ଲୁଟି ନେଇଥିଲା। ସୋରରେ ବି ଫାୟାରିଂ କରି ୫ ଲକ୍ଷ ଟଙ୍କା ଲୁଟି ନେଇଥିଲା। ଭଦ୍ରକ ସହରାଞ୍ଚଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ର ଏନେଇ ସୂଚନା ଦେଇଛନ୍ତି। 

ଏହି ଘଟଣାରେ ଭଦ୍ରକ ଏସ୍ପି କହିଛନ୍ତି ଯେ, ବୁଦ୍ଧିଆ ନାଁରେ ରାଜ୍ୟରେ ୫୦ରୁ ଅଧିକ ମାମଲା ରହିଛି। ଭଦ୍ରକରେ ସୁନା ଦୋକାନ ଲୁଟ୍ ଯୋଜନାରେ ସଂପୃକ୍ତ ଥିଲେ । ଫେରାର ଅପରାଧୀକୁ ପୁଲିସ ଖୋଜୁଥିଲା। ବୁଦ୍ଧିଆ ପୁଲିସ ଉପରକୁ ଆଗେ ଫାଇରିଂ କରିଥିା। ଆତ୍ମରକ୍ଷା ପାଇଁ ପୁଲିସ ଫାଇରିଂ କରିଛି । ସବୁବେଳେ ପୁଲିସ ଉପରକୁ ଗୁଳି କରି ଫେରାର ହୋଇଯାଏ ବୁଦ୍ଧିଆ।

ଏହି ଖବରଟିକୁ ପଢନ୍ତୁ- ଓଇଆରସିଙ୍କୁ ଆଜି ଭେଟିବ ବିଦ୍ୟୁତ୍‌ ଉପଭୋକ୍ତା ମହାସଂଘ