ଭୁବନେଶ୍ବର, ୨୦/୦୨: ହୋଟେଲ୍ ଭିତରେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ । ହୋଟେଲ୍ ରୁମ୍ ଭିତରେ ସନ୍ଦେହ ଜନକ ଅବସ୍ଥାରେ ଠାବ । ମୃତଦେହକୁ ଜବତ କରି କମିଶନରେଟ୍ ପୁଲିସର ତଦନ୍ତ ଆରମ୍ଭ । ମୃତ ଯୁବକ ହେଲେ ବୁବୁନା ପ୍ରଧାନ । ଭୁବନେଶ୍ବର ଏୟାରଫିଲ୍ଟ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଗତକାଲି ବାନ୍ଧବୀଙ୍କ ସହିତ ହୋଟେଲ୍ ରୁମରେ ଥିଲେ ବୁବୁନା । ଘଟଣା ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇ ଘଟଣାସ୍ଥଳରୁ ବାନ୍ଧବୀ ଫେରାର ହୋଇଯାଇଛନ୍ତି । ସେପଟେ ବୁବୁନାଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ବୁବୁନାଙ୍କ ମୃତ୍ୟୁ ପଛରେ ବାନ୍ଧବୀ ଦାୟି ବୋଲି କହିଛନ୍ତି ।

ସୂଚନା ଅନୁଯାୟୀ, ଗୁରୁବାର ପ୍ରେମୀ ଯୁଗଳ ଏୟାରଫିଲ୍ଡ ଥାନା ଅଞ୍ଚଳରେ ଏକ OYO ହୋଟେଲ ଯାଇଥିଲେ । ସେଠାରେ ବୁବୁନା ନିଜ ବାନ୍ଧବୀଙ୍କ ସହିତ ରାତିରେ ରହଣୀ କରିଥିଲେ । ମାତ୍ର ରାତି ଅଧରେ ପୁଅର ଘର ଲୋକଙ୍କୁ ଅସୁସ୍ଥ ଥିବା ନେଇ ଜଣାଇଥିଲେ ପ୍ରେମିକା । ପରିବାର ଲୋକ ସକାଳେ ଆସି ଦେଖିବା ବେଳକୁ ହୋଟେଲ୍ ରୁମରେ ବୁବୁନାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ପରେ ତୁରନ୍ତ ଏୟାରଫିଲ୍ଡ ଥାନାଙ୍କୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ ପଠାଇଛି  । ସେପଟେ ମୃତ ବୁବୁନାଙ୍କ ମା’ ହତ୍ୟା ଅଭିଯୋଗ ଆଣିଛନ୍ତି । ପୁଅକୁ ପ୍ରେମିକା ମାରି ଫେରାର୍ ହୋଇଯାଉଛି ବୋଲି କହିଛନ୍ତି ।

ଅଧିକ ପଢ଼ନ୍ତୁ-ଭଗବାନପୁର ଆତଙ୍କରାଜ ମାମଲା: ମାଷ୍ଟରମାଇଣ୍ଡ କର୍ପୋରେଟରଙ୍କୁ ମିଶାଇ ୫ ଗିରଫ, ଆହୁରି ଫେରାର​​​​​​​