ପ୍ରମୂଖ ଖବର
  • ଆମେରିକାର ରାଗ ଇସ୍ରାଏଲ ଉପରେ ସୁଝାଇଲା ଇରାନ୍‌, ଅନେକ ସହରକୁ ମିସାଇଲ ମାଡ଼
  • ||
  • ପହଲଗାମ ଆକ୍ରମଣରେ ଏନ୍‌ଆଇଏକୁ ସଫଳତା, ଆତଙ୍କୀଙ୍କୁ ଆଶ୍ରୟ ଦେଇଥିବା ୨ ସହଯୋଗୀ ଗିରଫ
  • ||
  • ବଲାଙ୍ଗୀର : ଜମିବାଡ଼ି ବିବାଦ ନା ଗୁଣି ଗାରେଡ଼ିରୁ ହତ୍ୟା? ଖୁଜେନ ଗାଁରେ ଗଡ଼ିଲା ମୁଣ୍ଡ
  • ||
  • ବିଜାପୁରରେ ମାଓ ହିଂସା, ପୁଲିସ ଇନଫର୍ମର ସନ୍ଦେହରେ ୨ ଜଣଙ୍କୁ ହତ୍ୟା
  • ||
  • ପୁରୀ : ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ, ଉତ୍ୟକ୍ତ ଲୋକଙ୍କ ପକ୍ଷରୁ ରାସ୍ତାରୋକ
  • ||
  • ଜଗତସିଂହପୁର : ଇଟା ଫ୍ୟାକ୍ଟ୍ରି ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ଗଞ୍ଜାମ : ମଥୁରା କେଦାରେଶ୍ୱର ମନ୍ଦିରରୁ ଲୁଟ୍‌, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ନେଇଗଲେ ଦୁର୍ବୃତ୍ତ
  • ||
  • ଗଞ୍ଜାମ : ଗାଈ ପଲ ଉପରେ ମାଡ଼ିଗଲା ଟ୍ରକ୍: ୧୨ ମୃତ, ୩ ଚିକିତ୍ସିତ
  • ||
  • ବାଲେଶ୍ୱର : ଟଳିଲା ବନ୍ୟା ସ୍ଥିତି; ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ଗାଁରେ ରହିଛି ପାଣି
  • ||
  • ବ୍ରାଜିଲରେ ମଝି ଆକାଶରେ ଜଳିଗଲା ହଟ୍ ଏୟାର ବେଲୁନ, ନିମିଷକେ ଚାଲିଗଲା ୮ ଜୀବନ, ୧୩ ଗୁରୁତର
  • ||
  • ଇରାନ୍ ଉପରେ ଆମେରିକାର ହମଲା; ୩ଟି ପରମାଣୁ ଠିକଣା ଉପରେ ଆକ୍ରମଣ
  • ||
  • ରବିବାର ହାଲୁକା ବର୍ଷା ସମ୍ଭାବନା,୧୭ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି, ୨୬ରୁ କମିପାରେ
  • ||

ଧ୍ୱଂସ ୩ ପରମାଣୁ ଠିକଣା, ଭାଙ୍ଗିଲା ନ୍ୟୁକ୍ଲିୟର ଶକ୍ତି ହେବା ସ୍ୱପ୍ନ ! ଜାଣନ୍ତୁ ଟ୍ରମ୍ପଙ୍କୁ କ'ଣ ଚେତାବନୀ ଦେଲା ଇରାନ୍‌ ?

Published By : Ankita S | June 22, 2025 10:05 AM

ନୂଆଦିଲ୍ଲୀ,୨୨/୦୬: ଇରାନ୍‌-ଇସ୍ରାଏଲ ସଂଘର୍ଷ ଏବେ ନୁଆ ମୋଡ଼ ନେଇଛିି । ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରକୁ ଡେଇଁଛି ଆମେରିକା । ଇରାନ୍‌ ଉପରେ ବଡ଼ ହମଲା କରି ପରମାଣୁ ଆଡ୍ଡାରେ ବୋମା ବର୍ଷା କରିଛି ଆମେରିକା । ଇରାନ୍‌ର ୩ ପରମାଣୁ ଠିକଣା ଫୋର୍ଡୋ, ନତାଞ୍ଜ ଏବଂ ଇସ୍ଫହାନକୁ ବି୨ ବମ୍ବର ଓ ବଙ୍କର ବଷ୍ଟର ବୋମାରେ ଧ୍ବଂସ କରିଛି । ଫଳରେ ଇରାନ୍‌ର ନ୍ୟୁକ୍ଲିୟର ଶକ୍ତି ହେବା ସ୍ୱପ୍ନ ଭାଙ୍ଗିଛି । ଇରାନ୍‌ର ଯେଉଁ ୩ ଠିକଣା ଧ୍ୱସ୍ତ ହୋଇଛି ତାହା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା । ଆମେରିକାର ଏହି ହମଲା ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଚେତାବନୀ ଦେଇଛି ଇରାନ୍‌ ।

ଆମେରିକାର ଆକ୍ରମଣ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପରବର୍ତ୍ତୀ ପରିଣାମ ନେଇ ଚେତାବନୀ ଦେଇଛି ଇରାନ୍‌ । ଏବେ ପ୍ରତ୍ୟେକ ଆମେରିକୀୟ ନାଗରିକ ଆମ ଟାର୍ଗେଟ ।  ଯୁଦ୍ଧ ଏବେ ଆରମ୍ଭ ହୋଇଛି, ମିଷ୍ଟର ଟ୍ରମ୍ପ ! ଏବେ ତୁମେ ଶାନ୍ତିର କଥା କହୁଛ ? ତୁମେ ଆରମ୍ଭ କରିଛ ଆମେ ଶେଷ କରିବୁ  । ଆମେ ଏପରି ଭାବରେ ଆକ୍ରମଣ କରିବୁ ତୁମେ ବେପରୁଆତାର ପରିଣାମ ବୁଝିପାରିବ ବୋଲି କହିଛି ଇରାନ୍‌ । ସେପଟେ ଯଦି ଟ୍ରମ୍ପ ପ୍ରଶାସନ୍ ଇରାନ୍‌ ବିରୋଧରେ ଇସ୍ରାଏଲ ଅଭିଯାନରେ ସାମିଲ ହୁଏ ତେବେ ଲାଲା ସାଗରରେ ଆମେରିକୀୟ ଜାହଜକୁ ଆକ୍ରମଣ କରିବୁ ବୋଲି ଧମକ ଦେଇଛି ହୁତି ବିଦ୍ରୋହୀ ।

ଅଧିକ ପଢନ୍ତୁ...ଇରାନ୍ ଉପରେ ଆମେରିକାର ହମଲା; ୩ଟି ପରମାଣୁ ଠିକଣା ଉପରେ ଆକ୍ରମଣ

କେତେ ଗୁରୁତ୍ୱପୂର୍ଣ୍ଣ ୩ ପରମାଣୁ ଠିକଣା ?

ଫୋର୍ଡୋ- ଫୋର୍ଡୋ- ଫୋର୍ଡୋ ନ୍ୟୁକ୍ଲିୟର ପ୍ଲାଣ୍ଟ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ କେନ୍ଦ୍ର ମଧ୍ୟରୁ ଗୋଟିଏ। ଏହା ତେହେରାନରୁ ୧୨୫ କିମି ଦୂରରେ କୋମ୍ ସହର ନିକଟରେ ଅବସ୍ଥିତ । ଏକ ପର୍ବତ ତଳେ ପ୍ରାୟ ୩୦୦ ଫୁଟ ଗଭୀରରେ ନିର୍ମିତ। ଏହାକୁ ଇରାନର "ମାଉଣ୍ଟ ଡୁମ୍" କୁହାଯାଏ କାରଣ ଏହା ଏତେ ସୁରକ୍ଷିତ ଯେ ଏହାକୁ ନଷ୍ଟ କରିବା ପ୍ରାୟ ଅସମ୍ଭବ ବୋଲି ବିବେଚନା କରାଯାଏ । ଫୋର୍ଡୋ ଅତ୍ୟନ୍ତ ସମୃଦ୍ଧ ୟୁରାନିୟମ ଉତ୍ପାଦନ କରେ, ଯାହା ପରମାଣୁ ବୋମା ନିର୍ମାଣ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଇରାନ୍‌ ଫୋର୍ଡୋରେ ୟୁରାନିୟମ ଉତ୍ପାଦନ ୬୦% ସ୍ତରକୁ ବୃଦ୍ଧି କରିଛି । ଇସ୍ରାଏଲ ଅଧିକାରୀ ଦାବି କରିଥିଲେ ଯେ, ଏହାକୁ ଏପରି ଡିଜାଇନ୍ କରାଯାଇଛି ଯେ ଆମେରିକା ବ୍ୟତୀତ ଅନ୍ୟ କୌଣସି ଦେଶ ଏହି ସ୍ଥାନରେ ଆକ୍ରମଣ କରିପାରିବ ନାହିଁ ।

ନତାଞ୍ଜ - ଏହା ଇରାନ୍‌ର ଏକ ପ୍ରମୁଖ ୟୁରୋନିୟମ ସମୃଦ୍ଧି ସ୍ଥଳ । ନତାଞ୍ଜ ଉପରେ ଆକ୍ରମଣ ଇରାନର ପରମାଣୁ କାର୍ଯ୍ୟକଳାପକୁ ପ୍ରଭାବିତ କରିପାରେ। ଅଣ-ଲାଭଦାୟକ ନ୍ୟୁକ୍ଲିୟର ଥ୍ରେଟ୍ ଇନିସିଏଟିଭ୍ (NTI)ଅନୁଯାୟୀ, ନାତାଞ୍ଜ ଭୂମିରେ ୬ଟି କୋଠା ଏବଂ ୩ଟି ଭୂତଳ ରହିଛି, ଯାହା ମଧ୍ୟରୁ ଦୁଇଟିରେ ୫୦,୦୦୦ ସେଣ୍ଟ୍ରିଫ୍ୟୁଜ୍ ରହିପାରିବ।

ଇସ୍ଫହାନ- ଏହା ଇରାନ୍‌ର ଆଉ ଏକ ମହତ୍ତ୍ବପୂର୍ଣ୍ଣ ପରମାଣୁ ସାଇଟ୍ । ଯାହା ଉପରେ ବି ଇସ୍ରାଏଲ ଆକ୍ରମଣ କରିଛି । ଇସ୍ଫହାନ ଉପରେ ଆକ୍ରମଣ ଇରାନର ପରମାଣୁ କାର୍ଯ୍ୟକଳାପକୁ କ୍ଷତି ପହଞ୍ଚାଇପାରେ। ଇସ୍ଫହାନ୍ ପରମାଣୁ କେନ୍ଦ୍ର ହେଉଛି ଇରାନର କେନ୍ଦ୍ରୀୟ ସ୍ଥାନ । ଏହା ଦେଶର ସର୍ବବୃହତ ପରମାଣୁ ଗବେଷଣା କେନ୍ଦ୍ର । NTI ଅନୁଯାୟୀ, ଇସ୍ଫହାନରେ ୩ ହଜାର  ବୈଜ୍ଞାନିକ କାମ କରନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.