ଭୁବନେଶ୍ୱର,୧୬/୦୧: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା ନେଇ ଥମୁନି ରାଜନୀତି। ଏହି ମାମଲାର ସିବିଆଇ ତଦନ୍ତ ପାଇଁ ନବଙ୍କ ପରିବାର କାହିଁକି ଦାବି କରୁନାହାନ୍ତି ବୋଲି ବିଜେପି ନେତାମାନେ ପ୍ରଶ୍ନ କରିବା ପରେ ମୁହଁ ଖୋଲିଥିଲେ ଦୀପାଳି ଦାସ । ଏବେ ଦୀପାଳିଙ୍କ ବୟାନକୁ ନେଇ ଆଇନ୍ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଖାଲି ଗଣମାଧ୍ୟମ ଆଗରେ କହିଦେଲେ ହେବନି। ଯଦି ପୂର୍ବ ସରକାର ତଦନ୍ତରେ ସେମାନେ ସନ୍ତୁଷ୍ଟ ନୁହଁନ୍ତି। ତେବେ ଲିଖିତ ଭାବେ ଜଣାଇଲେ ସରକାର ନିଷ୍ପତ୍ତି ନେବେ। ସିବିଆଇ ତଦନ୍ତ ହେବ କି ନାହିଁ ମୁଖ୍ୟମନ୍ତ୍ରୀ ବିଚାର କରିବେ।
ଆଇନ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଯେତେବେଳେ ପରିବାରରେ କ୍ଷତି ହୁଏ। ସେତେବେଳେ ପରିବାରର ସଦସ୍ୟମାନେ ସେ ସମ୍ପର୍କରେ ସ୍ପଷ୍ଟ ମତ ଦିଅନ୍ତି। କେଉଁଠି ନା କେଉଁଠି ତଦନ୍ତ ପ୍ରକ୍ରିୟା ବାଟମାରଣା ହୋଇଥାଏ। ଆମେ ମଧ୍ୟ ପୂର୍ବରୁ ପ୍ରଶ୍ନ ଉଠାଇଥିଲୁ। କ୍ରାଇମବ୍ରାଞ୍ଚ ତଦନ୍ତ ବାଟକୁ ବୁଲେଇ ବୁଲେଇ ନେଉଛି। ଯାହା ଫଳରେ ସତ୍ୟ ବାହାରିବ ନାହିଁ। ସେହି କଥା ହିଁ ହେଲା। ଗୁଳି କଲା ଲୋକ ଧରା ପଡିଲା। କିନ୍ତୁ କାହିଁକି ମାରିଲା ପଚାରିଲେ ପୂର୍ବ ସରକାରଙ୍କ ପାଖରେ ଉତ୍ତର ନଥିଲା। ଆଜି ସେମାନେ ଦାବି କରୁଛନ୍ତି। ତେବେ କେସ ରି ଓପନ କରାଯିବ କି କଣ ହେବ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ବିଳମ୍ବରେ ହେଲେ ବି ଅନ୍ତତଃ ଦୀପାଳିଙ୍କ ମନରେ ଆସିଲା। ପୂର୍ବ ସରକାରରେ କ୍ରାଇମବ୍ରାଞ୍ଚ ତଦନ୍ତ ନାଁରେ ଭୁଆଁ ବୁଲେଇ ଥିଲେ। ଭୁଲ ଭୁଲେଆଁ ସ୍ଥିତି କଲେ ଦୀପାଳି ଉପଲବ୍ଧି କରିବା ପରେ କହିଛନ୍ତି।