ମୁମ୍ବାଇ,୧୫/୩ : ପାକିସ୍ତାନର ଷ୍ଟାର ବ୍ୟାଟର ସାହିବଜାଦା ଫରହାନ ୨୦୨୬ ଟି-୨୦ ବିଶ୍ବକପରେ ସବୁଠାରୁ ଅଧିକ ରନ୍ କରିଥିବା ବ୍ୟାଟର ରହିଛନ୍ତି । ସେ ୬ମ୍ୟାଚର ୬ପାଳିରେ ୭୬.୬୦ର ପ୍ରତିଶତ ଏବଂ ୧୬୦.୨୫ର ଷ୍ଟ୍ରାଇକ୍ ରେଟରେ ୩୮୩ରନ ସ୍କୋର କରିଛନ୍ତି । ଯେଉଁଥିରେ ୨ ଶତକ ଏବଂ ୨ ଅର୍ଦ୍ଧଶତକ ସାମିଲ ରହିଛନ୍ତି । ଏହାସହ ପାକ୍ ବ୍ୟାଟର ବିରାଟ କୋହଲୀଙ୍କ ରେକର୍ଡ଼ ଭାଙ୍ଗି ଥିଲେ ।

ଏବେ ଟୁର୍ଣ୍ଣାମେଣ୍ଟ ଶେଷ ହେବା ପରେ କୁହାଯାଉଥିଲା କି କୋହଲୀଙ୍କ ରେକର୍ଡ଼ ଭାଙ୍ଗିବା ଲକ୍ଷରେ ସାହିବଜାଦା ଫରହାନ ବହି ଲେଖିଛନ୍ତି । ଯାହା ଖୁବଶୀଘ୍ର ରିଲିଜ ହେବାରେ ଅଛି । ପ୍ରକାଶ ଯେ, ୨୦୨୫ ଏସିଆ କପରେ ଜସପ୍ରୀତ ବୁମରାହଙ୍କ ଉପରେ କିଛି ଛକ୍କା ଲଗାଇବା ପରେ ପାକ୍ ବ୍ୟାଟର୍ ଏକ ଡକ୍ୟୁମେଣ୍ଟ୍ରି କରିଥିଲେ । ଆସନ୍ତୁ ଜାଣିବା ବହି ଲେଖିବାର କାରଣ କ’ଣ ରହିଛି ।

ପ୍ରକାଶ ଯେ, ଏବେ କେବଳ ସୋସିଆଲ ମିଡ଼ିଆରେ ସାହିବଜାଦା ଫରହାନ ବହି ଲେଖିବାର କଥା କହିଛନ୍ତି । ବହିର ଟାଇଟଲ ‘ହିରୋ ଅନ୍ ମେକିଂ’ ଦିଆଯାଇଛି । ଏହା ବ୍ୟତୀତ ତଳେ ‘ସିଙ୍ଗଲ ଟି-୨୦ ବିଶ୍ବକପରେ ସବୁଠାରୁ ଅଧିକ ରନ’ ଲେଖିଛନ୍ତି । ମାତ୍ର ଏହି ବହିକୁ ନେଇ କୌଣସି ଅଫିସିଆଲ୍ ସୂଚନା ମିଳିପାରିନାହିଁ । କୋହଲୀଙ୍କ ରେକର୍ଡ଼ କଥା ଯଦି ଆମେ କହିବା ତେବେ ସେ ୨୦୧୪ର ଟି-୨୦ ବିଶ୍ବକପରେ ୩୧୯ରନ୍ କରିଥିଲେ । ୧୨ବର୍ଷ ପରେ ତଥା ୨୦୨୬ର ଟି-୨୦ ବିଶ୍ବକପରେ ସାହିବଜାଦା ଫରହାନ ଏହି ରେକର୍ଡ଼ ଭାଙ୍ଗି ୩୮୩ରନ୍ ସ୍କୋର କରିଛନ୍ତି । ମାତ୍ର ପାକ୍ ବ୍ୟାଟରଙ୍କ ପରେ ସଞ୍ଜୁ ସାମସନ ଏବଂ ଟିମ୍ ସିଫଟବି କୋହଲୀଙ୍କ ଆଗକୁ ପଳାଇ ଯାଇଛନ୍ତି ।

ଟିମ୍ ଇଣ୍ଡିଆ ୨୦୨୪ରେ ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଟି-୨୦ ବିଶ୍ବକପର ତାଜ୍ ଜିତିଥିଲେ । ଏହାପରେ ବିରାଟ କୋହଲୀ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟରୁ ସନ୍ନ୍ୟାସର ଘୋଷଣା କରି ଦେଇଥିଲେ ।