ନୂଆଦିଲ୍ଲୀ,୦୨/୧୨: ପୁଣି ରାଜରାସ୍ତାକୁ ଓହ୍ଲାଇଛନ୍ତି କୃଷକ । ଦିଲ୍ଲୀ ଚଲୋ ଡାରକା ଦେଇଛନ୍ତି । ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ବରେ ଆଜି ହଜାର ହଜାର ଚାଷୀ ନୋଏଡାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ବିଭିନ୍ନ ଦାବି ପୂରଣ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଗୋଟିଏ ପଟେ ସଂସଦର ଶୀତ ଅଧିବେଶନ ଚାଲିଥିବାବେଳେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ଚାଷୀ । ଏ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି ।
ଭାରତୀୟ କିଷାନ ପରିଷଦ, କିଷାନ ମଜଦୂର ମୋର୍ଚ୍ଚା ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା ସମେତ ଅନ୍ୟ ସଂଗଠନ ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି । ନୂଆ ଆଇନ ଜରିଆରେ କ୍ଷତିପୂରଣ ଦାବି କରିଛନ୍ତି । ସଂସଦ ଘେରାଉ କରିବାକୁ ଚାହୁଁଛନ୍ତି ଚାଷୀ । ଆନ୍ଦୋଳନ କରୁଥିବା ଚାଷୀ ସଂଗଠନ ଜମି ଅଧିଗ୍ରହଣ ପ୍ରଭାବିତ କିଷାନଙ୍କୁ ୧୦% ପ୍ଲଟ ଦେବାକୁ ଦାବି ହୋଇଛି । ପୁରୁଣା ଜମିଅଧିଗ୍ରହଣ ଆଇନ ଅନୁଯାୟୀ ୬୪.୭% ବର୍ଦ୍ଧିତ କ୍ଷତିପୂରଣ, ଭୂମିହୀନ କିଷାନଙ୍କ ପିଲାଙ୍କୁ ରୋଜଗାର ଓ ପୁର୍ନନିବାସ ଯୋଗାଇ ଦିଆଯିବା ଉଚିତ୍ ବୋଲି ଚାଷୀ ଦାବି କରିଛନ୍ତି । ସେପଟେ ଚାଷୀଙ୍କୁ ଅଟକାଇବାକୁ ଦିଲ୍ଲୀ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ଦିଲ୍ଲୀରୁ ନୋଏଡା ଯିବା କରୁଥିବା ଯାତ୍ରୀଙ୍କ ପାଇଁ ଅଲଗା ରୁଟ ହୋଇଛି । କିଛି ସ୍ଥାନରେ ବ୍ୟାରିକେଟ ଲାଗି ସାରିଛି ।
#WATCH | Police, RAF personnel and Riot Control Vehicle deployed at Delhi-UP Chilla border, in view of a call by some farmer organisations to march to Delhi over their various demands pic.twitter.com/vLMqqX45b6
— ANI (@ANI) December 2, 2024
ପ୍ରକାଶ ଥାଉ କି, ଏହା ପୂର୍ବରୁ ନଭେମ୍ବର ୨୭ ତାରିଖରେ କୃଷକମାନେ ଗ୍ରେଟର ନୋଏଡା ପ୍ରାଧିକରଣରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ନଭେମ୍ବର ୨୮ରୁ ଡିସେମ୍ବର ୧ ଯାଏ ଯମୁନା ପ୍ରାଧିକରଣରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ଗତକାଲି କୃଷକ ଏବଂ କର୍ତ୍ତୃପକ୍ଷଙ୍କ ମଧ୍ୟରେ ୩ ଘଣ୍ଚା ଧରି ବୈଠକ ହୋଇଥିଲା । କିନ୍ତୁ ଏହି ବୈଠକରୁ କୌଣସି ସକରାତ୍ମକ ନିର୍ଣ୍ଣୟ ନିଆଯାଇପାରିନଥିଲା । ଏହାପରେ କୃଷକ ସେମାନଙ୍କ ଦାବି ପୂରଣ ପାଇଁ ଆଜି ଦିଲ୍ଲୀ ଯିବାକୁ ନିଷ୍ପତ୍ତି ନେଇଥିଲେ । ଏ ନେଇ ଦିଲ୍ଲୀ ନୋଏଡା ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ଦିଲ୍ଲୀ-ୟୁପି ସୀମାରେ ପୋଲିସ, ଆରଏଏଫ ଓ ଦଙ୍ଗା ନିୟନ୍ତ୍ରଣ ଯାନ ମୁତୟନ ହୋଇଛି ।