ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କୃଷକ ଆନ୍ଦୋଳନରେ ନୋଏଡା ମହାମାୟା ବ୍ରିଜ୍‌ରେ ପ୍ରବଳ ଜାମ୍, ସ୍ଥିତି ନିୟନ୍ତ୍ରଣ ପାଇଁ ୪ ହଜାର ଯବାନ ମୁତୟନ

Published By : Harapriya Biswal | December 2, 2024 4:03 PM

ନୂଆଦିଲ୍ଲୀ,୨।୧୨: ଆନ୍ଦୋଳନର ରାସ୍ତାକୁ ପୁଣି ଓହ୍ଲାଇଲେ କୃଷକ। ଉତ୍ତର ପ୍ରଦେଶର ହଜାର ହଜାର କୃଷକ ଦିଲ୍ଲୀ  ମିଳିତ କୃଷକ ମୋର୍ଚ୍ଚା(ଏସ୍‌କେଏମ୍) ନେତୃତ୍ବରେ ନୋଏଡାରୁ ଦିଲ୍ଲୀ ଆଡକୁ ଆସୁଛନ୍ତି। କୃଷକମାନେ ଦିଲ୍ଲୀ ସଂସଦ ଭବନରେ ନିକଟରେ ପହଁଞ୍ଚି ନିଜ ଦାବୀ  ରଖିବାକୁ ଚାହୁଁଛନ୍ତି। ନୂଆ କୃଷି ଆଇନ ଅନୁସାରେ କ୍ଷତି ଓ ଲାଭର ୫ଟି ଦାବି ଉପରେ ଜୋର ଦେଉଛନ୍ତି କୃଷକ। ପ୍ରଦର୍ଶନକାରୀ କୃଷକ ନୋଏଡାର ଦଳିତ ପ୍ରେରଣା ସ୍ଥଳରୁ ବ୍ୟାରିକେଡ ଭାଙ୍ଗି ଆଗକୁ ବଢିଛନ୍ତି।

ଉଲ୍ଳେଖନୀୟ ଯେ, ଦିଲ୍ଲୀର ସଂସଦ ଭବନରେ ଶୀତକାଳୀନ ଅଧିବେଶନ ଚାଲିଛି। ଏଭଳି ସ୍ଥିତିରେ ପୋଲିସ ଆଗରେ ପ୍ରଦର୍ଶନକାରୀ କୃଷକଙ୍କୁ ରୋକିବା ବଡ ଚ୍ୟାଲେଞ୍ଜ ପାଲଟିଛି। କୃଷକଙ୍କ ବିରୋଧ ପ୍ରଦର୍ଶନ କାରଣରୁ ପୋଲିସ ଦିଲ୍ଲୀ-ଏନ୍‌ସିଆରରେ ବ୍ୟାରିକେଡ୍‌ ଲଗାଇ ସହ ରୁଟ୍‌ ଡାଇଭର୍ଟ କରିବା ସହ ସୁରକ୍ଷା ଉପାୟ ବଢାଇ ଦେଇଛନ୍ତି। ସେପଟେ କୃଷକମାନେ ଚେତାବନୀ ଦେଇଛନ୍ତି, ଯଦି ତାଙ୍କୁ ଦିଲ୍ଲୀ ଯିବାକୁ ରୋକାଯାଏ ତେବେ ସୀମାରେ ସେମାନେ ଦିନ-ରାତି ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଧାରଣା ଦେବେ। 

ପଦଯାତ୍ରାରେ ବାହାରିଥିବା କୃଷକ କିଛି ସମୟ ପୂର୍ବରୁ ଦଳିତ ପ୍ରେରଣା ସ୍ଥଳରେ ଅଟକି ଥିଲେ। ତେବେ ଅଳ୍ପ ସମୟ ପରେ ସେମାନେ ଆଗକୁ ବଢିଯାଇଛନ୍ତି। ତାଙ୍କ ପ୍ରଦର୍ଶନ କାରଣରୁ ମହାମାୟା ବ୍ରିଜ୍‌ରେ ପ୍ରବଳ ଜାମ୍ ଲାଗି ରହିଛି। ହଜାର ହଜାର କୃଷକ ଦଳିତ ପ୍ରେରଣା ସ୍ଥଳରୁ ଆଗକୁ ବଢି ସାରିଛନ୍ତି। କୃଷକଙ୍କ ରାଲିକୁ ଦେଖି ଦିଲ୍ଲୀ ବର୍ଡର ନିକଟରେ ୪ ହଜାରରୁ ଅଧିକ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଏହା ସହ ତିନୋଟି ପର୍ଯ୍ୟାୟରେ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.