ନ୍ୟୁୟର୍କ, ୧୦/୦୬: ଆଉ ମାତ୍ର ଗୋଟିଏ ପରେ ଆରମ୍ଭ ହେବ ବିଶ୍ୱର ସବୁଠୁ ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟ ‘ଫିଫା ବିଶ୍ୱକପ୍’ । ଏଥର ବିଶ୍ୱକପ୍କୁ ସର୍ବବୃହତ୍ ଟୁର୍ଣ୍ଣାମେଣ୍ଟର ଆଖ୍ୟା ମିଳିଛି। କାରଣ ପ୍ରଥମ ଥର ପାଇଁ ୪୮ଟି ଦେଶ ଭାଗ ନେଉଛନ୍ତି । ୟୁଏସଏ, କାନାଡ଼ା ଓ ମେକ୍ସିକୋ ମିଳିତ ଭାବେ ଏଥର ବିଶ୍ୱକପ୍ ଆୟୋଜନ କରୁଥିବାରୁ ସମଗ୍ର ଉତ୍ତର ଆମେରିକା ମହାଦେଶ ଏବେ ଉତ୍ସବ ମୁଖର । ୪୮ଟି ଦେଶର ୧୨୪୮ଜଣ ଖେଳାଳି ଆଗାମୀ ୬ ସପ୍ତାହ ଧରି ୧୬ଟି ଷ୍ଟାଡ଼ିୟମ୍ରେ ଲଢ଼େଇ କରିବେ । ସମସ୍ତଙ୍କ ଲକ୍ଷ୍ୟ ରହିବ ଟ୍ରଫି ଉପରେ । ଲକ୍ଷ୍ୟ ଲକ୍ଷ୍ୟ ଫୁଟବଲ ପ୍ରେମୀ ଆକାଶ ଛୁଆଁ ଟିକେଟ୍ ମୂଲ୍ୟକୁ ଖାତିର ନକରି ଷ୍ଟାଡ଼ିୟମ୍ରେ ଭିଡ଼ ଜମାଇବେ ।ତେବେ ଦିନ ପରେ ବିଶ୍ୱକପ୍ ଆରମ୍ଭ ହେଉଥିଲେ ହେଁ ଟିକେଟ୍‌କୁ ନେଇ ଫିଫାର ଚିନ୍ତା ବଢ଼ି ଚାଲିଛି । ଏବେ ବି ଗ୍ରୁପ୍ ପର୍ଯ୍ୟାୟର ୧,୮୦,୦୦୦ ଟିକେଟ୍ ବିକ୍ରି ହୋଇ ନାହିଁ । ଫଳରେ ଫିଫା ବାଧ୍ୟ ହୋଇ ଅଫିସିଆଲ ୱେବସାଇଟ୍ ଜରିଆରେ ଏହି ସବୁ ଟିକେଟ୍‌ର ପୁନଃବିକ୍ରୟ ପାଇଁ ନିଷ୍ପତ୍ତି ନେଇଛି ।

ଅଧିକ ପଢ଼ନ୍ତୁ :- ICC କ୍ରିକେଟ ବିଶ୍ବକପ୍ ନା ଫିଫା ବିଶ୍ବକପ୍, କେଉଁ ଟୁର୍ଣ୍ଣାମେଣ୍ଟର ଟ୍ରଫି ଅଧିକ ମହଙ୍ଗା ?

କେବଳ ପର୍ତ୍ତୁଗାଲ୍ ସମସ୍ତ ଗ୍ରୁପ୍ ମ୍ୟାଚ ଟିକେଟ୍ ବିକ୍ରି ହୋଇଛି । ବାକି ସବୁ ଗ୍ରୁପ୍ ମ୍ୟାଚଗୁଡ଼ିକରେ କିଛି କିଛି ଟିକେଟ୍ ବାକି ରହିଛି । ବିଶେଷ କରି ଦୁର୍ବଳ ଦଳଗୁଡ଼ିକର ମ୍ୟାଚ ଟିକେଟ୍ ବିକ୍ରି ହେଉ ନଥିବା ଜଣାପଡ଼ିଛି । ଆମେରିକାକୁ ଯାତ୍ରା କଟକଣା, ମାତ୍ରଧିକ ମୂଲ୍ୟ ଆଦି କାରଣରୁ ଏତେ ସଂଖ୍ୟକ ଟିକେଟ୍ ବିକ୍ରି ହୋଇପାରି ନଥିବା ମଧ୍ୟ ଅନୁମାନ କରାଯାଉଛି ।