ନୂଆଦିଲ୍ଲୀ,୧୬/୦୬; ଭାରତ ଏ ବନାମ ଶ୍ରୀଲଙ୍କା ଏ ମ୍ୟାଚ ପରେ ଚର୍ଚ୍ଚାରେ ଅଛନ୍ତି ବୈଭବ ସୂର୍ଯ୍ୟବଂଶୀ । ମ୍ୟାଚରେ ପ୍ରଦର୍ଶନ କମ୍, ବିପକ୍ଷ ପ୍ଲେୟାରଙ୍କ ସହ ଲଢେଇକୁ ନେଇ ବୈଭବଙ୍କ ଚର୍ଚ୍ଚା ଅଧିକ। ଜୁନ୍ ୧୫ ତାରିଖରେ, ଶ୍ରୀଲଙ୍କା ଏ ବିପକ୍ଷରେ ତ୍ରି-ସିରିଜ ମ୍ୟାଚ୍ ସୁପର ଓଭରରେ ହାରିବା ପରେ, ବୈଭବ ସୂର୍ଯ୍ୟବଂଶୀ ଜଣେ ଶ୍ରୀଲଙ୍କା ଖେଳାଳିଙ୍କ ସହ ଝଗଡ଼ା କରିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । କିନ୍ତୁ, ସେହି ଝଗଡ଼ା ପରେ, ବୈଭବ ଜଣଙ୍କ ପାଦ ଛୁଇଁବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଶ୍ରୀଲଙ୍କାରେ ବୈଭବ ସୂର୍ଯ୍ୟବଂଶୀ କାହାର ପାଦ ଛୁଇଁଥିଲେ ? ସେ ବୈଭବଙ୍କୁ କଣ ପରାମର୍ଶ ଦେଲେ ।
ଶ୍ରୀଲଙ୍କାରେ ବୈଭବ ସୂର୍ଯ୍ୟବଂଶୀ କାହାର ପାଦ ଛୁଇଁଲେ ? ଯେଉଁ ଭିଡିଓଟି ସାମ୍ନାକୁ ଆସିଛି ତାହା ମ୍ୟାଚ୍ ପରର । ଯେଉଁଥିରେ ବୈଭବ ସୂର୍ଯ୍ୟବଂଶୀ ଅନୁରା ଟେନେକୁନଙ୍କ ପାଦ ଛୁଇଁ ତାଙ୍କୁ ସମ୍ମାନ ଜଣାଉଥିବା ଦେଖିବାକୁ ମିଳୁଛି। ଅନୁରା ଟେନେକୁନ ଶ୍ରୀଲଙ୍କାର ପ୍ରଥମ ଦିନିକିଆ ଅଧିନାୟକ ଥିଲେ, ଯିଏ ୧୯୭୫ ବିଶ୍ୱକପରେ ଦଳର ନେତୃତ୍ୱ ନେଇଥିଲେ । ସେ ଡାମ୍ବୁଲାରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଭେଟିଥିଲେ। ଏହି ସାକ୍ଷାତ ସମୟରେ, ବୈଭବ ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ । ଅନୁରା ଟେନେକୁନ ବୈଭବଙ୍କୁ ଟିପ୍ସ ମଧ୍ୟ ଦେଇଥିଲେ । ସେ ବୈଭବଙ୍କୁ କହିଥିଲେ ଯେ, ଲୋକମାନେ କ'ଣ କହିବେ ସେ ବିଷୟରେ ଚିନ୍ତା କର ନାହିଁ । ତୁମେ ତୁମ ଖେଳ ଉପରେ ଧ୍ୟାନ ଦିଅ ।
କହି ରଖୁଛି କି, ସୁପର ଓଭରରେ ଶ୍ରୀଲଙ୍କା ଏ ବିପକ୍ଷରେ ପରାଜୟ ପରେ ବୈଭବ ସୂର୍ଯ୍ୟବଂଶୀଙ୍କର ମୈଦାନରେ ଶ୍ରୀଲଙ୍କା ଏ ଖେଳାଳିଙ୍କ ସହ ଝଗଡ଼ା ହୋଇଥିଲା । ସୁପର ଓଭର ଖେଳି ପାଭିଲିୟନ ଫେରିବା ସମୟରେ ଏହି ଘଟଣା ଘଟିଥିଲା। ଶ୍ରୀଲଙ୍କା ଖେଳାଳି ପ୍ରଥମେ ବୈଭବ ସୂର୍ଯ୍ୟବଂଶୀଙ୍କୁ କିଛି କହିଥିଲେ, ଯାହା ତାଙ୍କୁ ଠିକ୍ ଲାଗିନଥିଲେ ତେଣୁ ସେ କ୍ରୋଧିକ ହୋଇ ଶ୍ରୀଲଙ୍କା ଏ ପ୍ଲେୟାରଙ୍କୁ ଠେଲି ଦେଇଥିଲେ । ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଏହା ବି ପଢନ୍ତୁ...Vaibhav suryavanshi: ଶ୍ରୀଲଙ୍କା ପ୍ଲେୟାରଙ୍କୁ ଠେଲାପେଲା କରି ଫସିଲେ ବୈଭବ; ଇଣ୍ଡିଆ ଡେବ୍ୟୁ ପୂର୍ବରୁ ହେବ କି ଆକ୍ସନ, ଜାଣନ୍ତୁ କଣ କହୁଛି ନିୟମ ?