କଟକ, ୧୬/୦୫: କଟକ ମାଛୁଆ ବଜାର ଏଲଆଇସି ଅଫିସରେ ଅଗ୍ନିକାଣ୍ଡ । ନିଆଁ ଲାଗିବା ଯୋଗୁ ଵ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ସିଲିଂ ଫ୍ୟାନ ଅଧିକ ସମୟ ଧରି ଚାଲିଵାରୁ ଫ୍ୟାନ୍ ଟି ପୋଡିଯାଇଥିଲା। ଜଳନ୍ତା ଫ୍ୟାନରୁ ନିଆଁ ଅଫିସ୍ କାଗଜପତ୍ର ଉପରେ ପଡିବାରୁ ସାରା ଅଫିସରେ ନିଆଁ ବ୍ୟାପି ଯାଇଥିଲା । ନିଆଁ ଲାଗିଥିବା ଥିବା ଦେଖି ବିଲ୍ଡିଂରେ ରହୁଖିବା ଲୋକ ଅଗ୍ନିଶମ ବାହୀନିକୁ ଖବର ଦେଇଥିଲେ । ଦମକଳ ବାହିନୀ ଠିକ୍ ସମୟରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।  

ସୂଚନା ଅନୁଯାୟୀ, ରାତି ପ୍ରାୟ ୧୨ଟା ୧୫ମିନିଟ ଭିତରେ ଏଲଆଇସି ଅଫିସରେ ନିଆଁ ଲାଗିଥିଲା । ସିଲିଂ ଫ୍ୟାନ ସର୍ଟସର୍କିଟ୍ ଯୋଗୁ ନିଆଁ ଲାଗିଥିଲା । ତେବେ ଏହି ଅଗ୍ନିକାଣ୍ଡ ତଳ ମହଲାରେ ହୋଇଛି । ଉପର ମହଲାକୁ ନିଆଁ ବ୍ୟାପିବା ପୂର୍ବରୁ ନିଆଁ ଆୟତ୍ତ କରିନେଇଥିବା ଅଗ୍ନିଶମ ବାହିନୀ । ଏହି ଅଗ୍ନିକାଣ୍ଡ ଘଟଣାରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହିତ ପୋଡ଼ି ନଷ୍ଟ  କିଛି କଂପ୍ୟୁଟର ଓ ଆସବାବପତ୍ର ପୋଡ଼ି ନଷ୍ଟ  ହୋଇଛି ।

ଅଧିକ ପଢନ୍ତୁ- ଆଳି ବ୍ଲକ୍‌ରେ ମଦ ବନ୍ୟା: ବଢ଼ି ଚାଲିଛି ଚୋରା କାରବାର, ଖୋଲୁନି ଅବକାରୀ ଥାନା