ବାଲିଗୁଡା, ୨୧।୧୨ : ହୁତୁହୁତୁ ହୋଇ ଜଳିଗଲା ଏକ ଘରୋଇ ବସ l   କ୍ରୀଷ୍ଣା ନାମକ ବସ ରେ କୌଣସି କାରଣ ବଶତଃ ନିଆଁ ଲାଗି ଜଳିଯାଇଛି l ବାଲିଗୁଡା ଥାନା ନିକଟରେ ଥିବା ଏକ ଗଳିରେ ପାର୍କିଂ ଅବସ୍ଥାରେ ଥିବା ବେଳେ  ବସରେ ନିଆଁ ଲାଗି ଯାଇଥିଲା l 

ତେବେ କ୍ରୀଷ୍ଣା ବସଟି କୋଟଗଡ଼ ରୁ ଦାରିଙ୍ଗିବାଡ଼ି ଯାଉଥିବା ବେଳେ ୩ ମାସ ହେବ ଅଫ ରୋଡ ରେ ବସ ଟି ରହିଥିବା ଗାଡି ମାଲିକ ଟୁକୁନା ଡାକୁଆ କହିଛନ୍ତି l ତେବେ ବସ ବାଲିଗୁଡା ଥାନା ପାଖ ଗଳିରେ ସବୁଦିନ ଭଳି ଠିଆ ହୋଇ ରହିଥିବା ବେଳେ ହଠାତ   ହୁତୁହୁତୁ ହୋଇ  ବସ ଟି ଜଳି ଯାଇଥିଲା l ବାଲିଗୁଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁ କୁ ଆୟତ କରିଛି l କେଉଁ କାରଣ ରୁ ବସ ରେ ନିଆଁ ଲାଗିଲା ଅସ୍ପଷ୍ଟ ରହିଛି l