ନୂଆଦିଲ୍ଲୀ,୧୬/୦୬; ଇରାନ୍ ଏବଂ ଆମେରିକା ମଧ୍ୟରେ ଶାନ୍ତିଚୁକ୍ତି ଭାରତ ପାଇଁ ଖୁସି ଆଣିଛି । ଭାରତ ପତାକା ଲାଗିଥିବା ଏଲଏନଜି ଟ୍ୟାଙ୍କର 'ଦିଶା' ୩ ମାସରୁ ଅଧିକ ସମୟ ପରେ ଯୁଦ୍ଧବିଧ୍ୱସ୍ତ ହୋର୍ମୁଜ ପ୍ରଣାଳୀରୁ ସୁରକ୍ଷିତ ଭାବରେ ବାହାରି ଆସିଥିବା ପ୍ରଥମ ଜାହାଜ ହୋଇଛି । ଭାରତୀୟ ସିପିଂ କର୍ପୋରେସନ୍ (ଏସସିଆଇ) ନେତୃତ୍ୱାଧୀନ କନସୋର୍ଟିୟମ୍ ଦ୍ୱାରା ପରିଚାଳିତ ଏହି ଜାହଜ ୬୨,୩୭୦ ଟନ୍ ଏଲଏନଜି ବା ତରଳ ପ୍ରାକୃତିକ ବ୍ୟାସ୍ ବହନ କରି ଆଗକୁ ବଢୁଛି । ଏଲଏନଜି ଜାହାଜ ଦିଶା ସଫଳତାର ସହ ସୁରକ୍ଷିତ ହୋର୍ମୁଜ ପ୍ରଣାଣୀ ଗତି କରିଛି । ଜୁନ୍ ୧୮ ସୁଦ୍ଧା ଗୁଜରାଟର ଦହେଜ ବନ୍ଦରରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଏ ନେଇ ସୂଚନା ଦେଇଛନ୍ତି ବନ୍ଦର, ଜାହାଜ ଏବଂ ଜଳପଥ ମନ୍ତ୍ରଣାଳୟ ନିର୍ଦ୍ଦେଶକ ଉପେଶ କୁମାର ଶର୍ମା ।

ମନ୍ତ୍ରଣାଳୟ କହିଛି ଯେ, ଆମେରିକା ଏବଂ ଇରାନ୍ ମଧ୍ୟରେ ପ୍ରାରମ୍ଭିତ ଯୁଦ୍ଧବିରତି ଚୁକ୍ତିନମା ଘୋଷଣା ହେବା ପରେ ଏହା ହୋର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ପ୍ରଥମ ବାଣିଜ୍ୟିକ ଜାହାଜ ମଧ୍ୟରୁ ଗୋଟିଏ । ଗତ ଫେବୃଆରୀ ୨୮ରୁ ଆମେରିକା-ଇସ୍ରାଏଲ-ଇରାନ୍ ମଧ୍ୟରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବା ପରେ ଏହି ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇବା ପରେ ଏହି ରଣନୈତିକ ଜଳପଥ ପ୍ରଭାବିତ ହୋଇଛି । ଯାହା ଫଳରେ ଅନେକ ଦେଶରେ ଶକ୍ତି ସଙ୍କଟ ସୃଷ୍ଟି ହୋଇଛି । ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ କହିଛି ଯେ, ଜାହାଜ ଚଳାଚଳ ମହାନିର୍ଦ୍ଦେଶକ ବୈଦେଶିକ ମନ୍ତ୍ରଣାଳୟ, ଭାରତୀୟ ଦୂତାବାସସ, ଜାହାଜ ଚଳାଚଳ କମ୍ପାନୀ ଏବଂ ଅନ୍ୟାନ ଅଂଶାଦାରମାନଙ୍କ ସହିତ ନିରନ୍ତର ସମନ୍ବୟ ରଖାଯାଇଛି । ୯୬ ଘଣ୍ଟା ମଧ୍ୟରେ ୧୨,୭୩୭ କଲ୍ ଏବଂ ୨୮,୨୯୯ରୁ ଅଧିକ ଇମେଲ ପରିଚାଳନା କରିଛି । ନାବିକ ଏବଂ ସେମାନଙ୍କ ପରିବାରଙ୍କଠାରୁ ୪୦୬ କଲ୍ ଏବଂ ୭୮୪ଟି ଇମେଲ ମିଳିଛି । ଏପର୍ଯ୍ୟନ୍ତ ୩,୫୮୭ରୁ ଅଧିକ ଭାରତୀୟ ନାବିକଙ୍କୁ ସୁରକ୍ଷିକ ସ୍ୱଦେଶ ଫେରିଛନ୍ତି ।

ହୋର୍ମୁଜରେ ଫସିଥିଲା ଦିଶା- ପେଟ୍ରୋନେଟ୍ ଏଲଏମଜି ଲିମିଟେଡ୍ ଦ୍ୱାରା ଚାର୍ଟର୍ଡ ହୋଇଥିବା ଦିଶା, କତାରରୁ ମାଲ ପରିବହନ କରୁଥିବା ଜାହାଜଗୁଡିକ ମଧ୍ୟରେ ଥିଲା । ଯାହା ସଂଘର୍ଷ ସମୟରେ ହୋର୍ମୁଜ ପ୍ରଣାଳୀରେ ଫସି ରହିଥିଲା । ଏବେ ଏହା ସଫଳତାର ସହ ଭାରତ ଅଭିମୁଖେ ଯାତ୍ରା କରିଛି । ଏ ପର୍ଯ୍ୟନ୍ତ ୧୫ଟି ଜାହାଜ ଏହି ରଣନୈତିକ ମାର୍ଗକୁ ସୁରକ୍ଷିତ ଭାବରେ ପରିବହନ କରିଛନ୍ତି ।

ଏହା ବି ପଢନ୍ତୁ...Ethanol water crisis : ୧ ଲିଟର ଇଥାନଲ ପାଇଁ ଦରକାର ୧୦ ହଜାର ଲିଟର ପାଣି, କେଉଁଠୁ ଆସିବ ଏତେ ଜଳ...    

ଇରାନ୍-ଆମେରିକା ପିସ୍ ଡିଲ୍‌-  ମଧ୍ୟପ୍ରାଚ୍ୟ ସଙ୍କଟ ଭିତରେ ଆମେରିକା ଏବଂ ଇରାନ୍ ମଧ୍ୟରେ ଶାନ୍ତିଚୁକ୍ତି ଏକ ବଡ଼ ଆଶ୍ୱସ୍ତିକର ଖବର ହୋଇଛି । ଆମେରିକା ଏବଂ ଇରାନ ମଧ୍ୟରେ ପ୍ରାୟ ୪ ମାସର ସଂଘର୍ଷ ପରେ ଯୁଦ୍ଧ ବନ୍ଦ ଲାଗି ଶାନ୍ତି ବୁଝାମଣା ହୋଇଯାଇଛି । ଆସନ୍ତା ୧୯ ତାରିଖ ଅର୍ଥାତ ଶୁକ୍ରବାର ଦୁଇ ଦେଶ ସ୍ୱିଜରଲାଣ୍ଡ୍‌ରେ ଏହି ଏମ୍ଓୟୁରେ ଔପଚାରିକ ଭାବେ ସ୍ୱାକ୍ଷର କରିବେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସୂଚନା ଦେଇଛନ୍ତି  । ଏଥିସହ ହୋର୍ମୁଜରେ ତୈଳ ଜାହାଜ ଚଳାଚଳ ଆରମ୍ଭ ମଧ୍ୟ ହୋଇଯାଇଥିବା ସେ ଦାବି କରିଛନ୍ତି । ଶାନ୍ତିଚୁକ୍ତି ଅନୁସାରେ ୬୦ ଦିନରେ ପରମାଣୁ ପ୍ରସଙ୍ଗରେ ଆଲୋଚନା ହେବ । ହୋର୍ମୁଜରେ ଜାହାଜ ଚଳାଚଳ ଆରମ୍ଭ କରିବ ।