ଜର୍ମାନ: ଉତ୍ତର ଜର୍ମାନୀର ଷ୍ଟେଡ୍ ସହରରେ ସୋମବାର ହୋଇଥିବା ଏକ ଭୟଙ୍କର ଫାୟାରିଂରେ ଅତି କମରେ ପାଞ୍ଚ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ପୁଲିସ୍ ମୁତାବିକ , ଏହି ମାମଲାରେ ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ମଧ୍ୟ ହେପାଜତକୁ ନିଆଯାଇଛି, ଯାହାଙ୍କୁ ପଚରାପଚରି କରାଯାଉଛି। ହେଲେ, ଆକ୍ରମଣକାରୀ ଏହି କାଣ୍ଡ କାହିଁକି ଘଟାଇଲେ ,ଏହା ପଛରେ କଣ ଉଦ୍ଦେଶ୍ୟ ରହିଛି, ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇ ପାରି ନାହିଁ।
ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ଏହି ଦୁଃଖଦ ଘଟଣା ସେଣ୍ଟ୍ରାଲ ଷ୍ଟାଡରେ ଥିବା ୟୁଥ୍ ସେଣ୍ଟର ଭିତରେ ହୋଇଛି। ହାମ୍ୱର୍ଗ ସହରର ପଶ୍ଚିମରେ ଥିବା ପ୍ରାୟ ୫୦ ହଜାରର ଜନସଂଖ୍ୟା ବିଶିଷ୍ଟ ଏହି ଶାନ୍ତ ସହରରେ ହୋଇଥିବା ଏହି ହଠାତ୍ ଗୁଳିକାଣ୍ଡରେ ପୂରା ଅଞ୍ଚଳରେ ଆତଙ୍କର ମାହୋଲ ରହିଛି।
ପୁଲିସ ମୁଖପାତ୍ର ନ୍ୟୁଜ୍ ଏଜେନ୍ସି ଏଏଫପିକୁ କହିଛନ୍ତି ଯେ, ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରି ନିଆଯାଇଛି। ପୁଲିସ ଅନୁସାରେ , ୟୁଥ୍ ସେଣ୍ଟର ନିକଟରେ ଫାୟାରିଂ ହୋଇଛି ଏବଂ ସେ ବର୍ତ୍ତମାନ ସମୟରେ ସହରର କେନ୍ଦ୍ରଠାରୁ ବାହାରେ ବଡ଼ ସ୍ତରର ଅଭିଯାନ ଚଲାଉଛନ୍ତି। ପୁଲିସ ଏକ ପୋଷ୍ଟରେ କହିଛି , ଆମେ ଆପଣ ମାନଙ୍କୁ ଅନୁରୋଧ କରୁଛି କି ନିଜର ସୁରକ୍ଷା ପାଇଁ ଏହି ଅଞ୍ଚଳକୁ ଛାଡ଼ି ସୁରକ୍ଷିତ ଦୂରତାକୁ ପଳାଇ ଯାଆନ୍ତୁ।
ଏକ୍ସରେ ଏକ ପୋଷ୍ଟରେ , ଲ୍ୟୁନେବର୍ଗ ପୁଲିସ ହେଡକ୍ୱାଟର ଲୋକଙ୍କୁ ସେହି ଅଞ୍ଚଳରୁ ଦୂରେଇ ରହିବାକୁ ଅପିଲ କରିଛି। ତଦନ୍ତକାରୀ ଟିମ୍ ଆରମ୍ଭରେ ଆକ୍ରମଣର କାରଣ ବିଷୟରେ କୌଣସି ସୂଚନା ଦେଇ ନାହିଁ। ବହୁ ସଂଖ୍ୟାରେ ଏମର୍ଜେନ୍ସି ସର୍ଭିସ ଏହି ସମୟରେ ଘଟଣା ସ୍ଥଳରେ ଉପସ୍ଥିତ ରହିଛି।
ପ୍ରାରମ୍ଭିକ ଭାବେ ସ୍ଥାନୀୟ ମିଡିଆ ରିପୋର୍ଟରେ ଦାବି କରିଥିଲା ଯେ, ଏହି ହମଲାରେ ଏକରୁ ଅଧିକ ସୁଟର ଥାଇ ପାରନ୍ତି। ଆଉ କିଛି ସନ୍ଦିଗ୍ଧ ଏବେ ବି ଫେରାର। ହେଲେ, ଜର୍ମାନ ପୁଲିସ ତୁରନ୍ତ ଏହା ସ୍ପଷ୍ଟ କରି ନାହିଁ ଏବଂ ତାଙ୍କର କହିବାନୁସାରେ ,ବର୍ତ୍ତମାନ ଜଣେ ସନ୍ଦିଗ୍ଧ ତାଙ୍କ କବଳରେ ରହିଛି। ସୁରକ୍ଷା ବାହିନୀ ପୂରା ୟୁଥ୍ ସେଣ୍ଟର ଓ ଏହାର ଆଖପାଖର ଅଞ୍ଚଳକୁ ଘେରି ଯାଇ ବଡ଼ ସ୍ତରରେ ତଲାସି ଓ ଯାଞ୍ଚ ଅଭିଯାନ ଆରମ୍ଭ କରି ଦେଇଛନ୍ତି।
ଏହାସହ ମଧ୍ୟ ପଢନ୍ତୁ :ଖାମେନେଇଙ୍କ ଅନ୍ତିମ ସଂସ୍କାର, ଭାରତରୁ ଯିବେ ବିହାର ରାଜ୍ୟପାଳ ଓ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ
ଷ୍ଟେଡ୍ ପୁଲିସ ସ୍ଥାନୀୟ ନିବାସୀଙ୍କୁ ଆଶ୍ୱସ୍ତି ଦେଇ ଏକ ଅଫିସିଆଲି ବିବୃତ୍ତି ଜାରି କରିଛି। ଦୁଇ ମୁଖ୍ୟ ଆକ୍ରମଣକାରୀଙ୍କୁ ଧରାଯିବା ପରେ ଏବେ ସାଧାରଣ ଜନତାଙ୍କ ପାଇଁ କୌଣସି ବିପଦ ନଥିଲା ଜଣାଇଛି। ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି। ଆକ୍ରମଣ ପଛରେ ପ୍ରକୃତ କାରଣ , ଅଭିଯୁକ୍ତଙ୍କ ବ୍ୟାକଗ୍ରାଉଣ୍ଡ ଓ ଏହି ପୂରା ଘଟଣାର ସଠିକ୍ କାରଣକୁ ବୁଝିବା ପାଇଁ ପୁଲିସର ଗଭୀର ଯାଞ୍ଚ ଏବେ ବି ଜାରି ଅଛି।