ଭୁବନେଶ୍ବର, ୨୩।୬ : ଝାରପଡା ଜେଲର ୫ ବିଚାରାଧୀନ କଏଦୀ ହଠାତ ଅସୁସ୍ଥ। ଚିକିତ୍ସା ପାଇଁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୨ ଜଣ କଏଦୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କ୍ୟାପିଟାଲ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ କଡ଼ା ନଜର ରଖିଛନ୍ତି। ଫୁଡ୍ ପଏଜନିଂ ଯୋଗ ଅସୁସ୍ଥ ହୋଇଥିବା ଜଣାପଡିଛି।
ଆହୁରି ପଢନ୍ତୁ : ଧାରା ୩୭୦ ଉଚ୍ଛେଦ ଦ୍ୱାରା ଡଃ ମୁଖାର୍ଜୀଙ୍କ 'ଅଖଣ୍ଡ ଭାରତ'ର ସ୍ୱପ୍ନ ସାକାର ହୋଇଛି : ମୁଖ୍ୟମନ୍ତ୍ରୀ