ଶ୍ରୀନଗର,୨୧/୦୪: ଜାମ୍ମୁ କାଶ୍ମୀରରେ ବାଦଲଫଟା ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ରାମବନ ଜିଲ୍ଲାରେ ସ୍ଥିତି ଭୟଙ୍କର ହୋଇଛି । ରାସ୍ତାଘାଟ କାଦୁଅମୟ ହୋଇଛି । ବନ୍ୟା ପରିସ୍ଥିତ ଉପୁଜିଛି । ଶହ ଶହ ଗାଡ଼ି ପୋତି ହୋଇ ପଡିଛି । ଘର ମାଟିରେ ମିଶିଛି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମେସିନ୍ ଦ୍ୱାରା ରାସ୍ତା ସଫା ହେଉଛି । ଜାତୀୟ ରାଜପଥ ନମ୍ବର ୪୪ ବନ୍ଦ ଥିବାରୁ ଜଣେ ବରଙ୍କୁ ଚାଲି ଚାଲି ଯିବାକୁ ପଡିଛି ।

ଫ୍ଲାସ ଫଡ଼ ସ୍ଥିତି ପାଇଁ ରାମବନ ରାସ୍ତା କାଦୁଅରେ ପୋତି ହୋଇ ପଡିଛି । ଗାଡି ଚାଲିବା ସମ୍ଭବ ହୋଇନାହିଁ । ଏନଏଚ ୪୪ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଫଳରେ ଜଣେ ବରଙ୍କୁ ବିବାହ ଭେନ୍ୟୁକୁ ଚାଲି ଚାଲି ଯିବାକୁ ପଡ଼ିଛି । ବରଯାତ୍ରୀଙ୍କ ସହ ବର ଜଣକ ୭ରୁ ୮ କିଲୋମିଟର ଚାଲି ଚାଲି ବିବାହ ମଣ୍ଡପରେ ପହଞ୍ଚିଛନ୍ତି । ବାହାଘର ପରେ ବି ନବବଧୂଙ୍କ ସହିତ ଚାଲି ଚାଲି ଘରକୁ ଫେରିଛନ୍ତି । ସୋସିଆଲ ମିଡିଆରେ ଉକ୍ତ ସମୟର ଭିଡିଓ ଭାଇରାଲ ହେଉଛି ।

ଚାଲି ଚାଲି ଯିବାକୁ ନେଇ ବର ଜଣକ କହିଛନ୍ତି, ''ଆଜି ମୋର ବାହାଘର ଥିଲା । ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳ ହୋଇଛି । ରାସ୍ତାଘାଟ ପୋତି ହୋଇ ପଡିଛି । ଫଳରେ ଆମେ ଚାଲି ଚାଲି ଯିବାକୁ ନିଷ୍ପତ୍ତି ନେଲୁ । ସକାଳ ୬ରୁ ଯାତ୍ରା ଆରମ୍ଭ କରିଥିଲୁ । କିଛି ସ୍ଥାନରେ ଗାଡି ପାର୍କ କରି ୭ରୁ ୮ କିମି ଚାଲି ଚାଲି ଆସିଛୁ । ୪ରୁ ୫ ଘଣ୍ଟା ଲାଗିଲା ।''

ଅଧିକ ପଢନ୍ତୁ...ଜମ୍ମୁକାଶ୍ମୀରରେ ବଡ଼ ଭୂସ୍ଖଳନ; ୩ ମୃତ, ଭାଙ୍ଗିଲା ଘର

ଜାମ୍ମୁ କାଶ୍ମୀରରେ କିଛି ଦିନ ହେଲା ବର୍ଷା ଲାଗି ରହିଛି । ରବିବାର ବଡ଼ ଭୂସ୍ଖଳନ ହୋଇଥିଲା । ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ବାଦଲଫଟା ବର୍ଷା ଯୋଗୁ ରାମବନରେ ଭୂସ୍ଖଳନ ହୋଇଛି । ପାହାଡ଼ ଧସି ଗାଁକୁ ମାଡ଼ି ଆସିଥିଲା । ଲୋକଙ୍କ ଘର ଉପରେ ପଡ଼ିଥିଲା । ଶହ ଶହ ଗାଡି ପୋତି ହୋଇପଡିଥିଲା । ଏବେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି ।