ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ପୂର୍ଣ୍ଣ ଶାକାହାରୀ ବିବାହ : ପରିବାରେ ପ୍ରସ୍ତୁତ ହେଲା ମିଠା, ଉଦ୍ଭିଦଜାତ ଦୁଗ୍ଧରେ କୁଲ୍‌ଫି, ଚା’

Published By : Krishna Priya | November 20, 2024 11:41 AM

ଇନ୍ଦୋର ୨୦/୧୧: ଗତ ସୋମବାର (୧୮ ତାରିଖ) ରାତିରେ ଇନ୍ଦୋରରେ ଅନୁଷ୍ଠିତ ଶାକାହାରୀ ବିବାହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲା । ବ୍ୟାଙ୍କ୍‌ କର୍ମଚାରୀ ଗିରୀଶ ଶାହଙ୍କ ସାନ ଝିଅ କ୍ଷମାଙ୍କ ବିବାହରେ ଅତିଥିଙ୍କ ପାଇଁ ଖାସ୍‌ ବ୍ୟବସ୍ଥା ହୋଇଥିଲା । ପରିବାରେ ପ୍ରସ୍ତୁତ ସ୍ୱାଦିଷ୍ଟ ମିଠା ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା । ଉଦ୍ଭିଦଜାତ ଦୁଗ୍ଧରେ ପ୍ରସ୍ତୁତ କୁଲ୍‌ଫି ଓ ଚା’ ଅତିଥିଙ୍କୁ ପରଷାଯାଇଥିଲା । ଭୋଜନରେ କୌଣସି ପ୍ରକାର ଦୁଗ୍ଧଜାତ ଉତ୍ପାଦ, ଅଦା, ରସୁଣ, ଗାଜର, ମୂଳା, ଶଲଗମ୍‌, ଆଳୁ ବ୍ୟବହୃତ ହୋଇନଥିଲା । ବିବାହରେ ଢୋଲ ବାଜିନଥିଲା କି ବର ଘୋଡ଼ାରେ ଆସିନଥିଲା । ଅତିଥିମାନେ ସୂତା ପୋଷାକରେ ଯୋଗ ଦେଇଥିଲେ । ଏହି ନିଆରା ବିବାହରେ ପ୍ରସ୍ତୁତ ଶାକାହାରୀ ବ୍ୟଞ୍ଜନ ଅତ୍ୟନ୍ତ ସ୍ୱାଦିଷ୍ଟ ଥିଲା । 

ଅତିଥିଙ୍କ ମଧ୍ୟରେ ଏହାକୁ ନେଇ ଖାସ୍‌ ଉତ୍ସାହ ଦେଖିବାକୁ ମିଳିଥିଲା । ବିବାହ ମଣ୍ଡପ ମଝିରେ ଏକ ବଡ଼ ବ୍ୟାନର୍‌ ଲାଗିଥିଲା, ଯେଉଁଥିରେ ଉଲ୍ଲେଖ ହୋଇଥିଲା ‘ଇନ୍ଦୋରର ପ୍ରଥମ ଜୈନ ଭେଗାନ୍‌ ବିବାହ’ । ଗିରୀଶଙ୍କ ପରିବାରରେ ଏହା ୨ୟ ଶାକାହାରୀ ବିବାହ । ଏହା ପୂର୍ବରୁ ସେ ବଡ଼ ଝିଅର ମଧ୍ୟ ଏଭଳି ବିବାହ କରିଥିଲେ । ବିବାହରେ ଖାଦ୍ୟ ପ୍ରସ୍ତୁତ କରିଥିବା ଇନ୍ଦୋର ବାସିନ୍ଦା କ୍ୟାଟରର୍‌ ଧର୍ମା ଗୁରୁ କହିଛନ୍ତି, ପ୍ରଥମେ ବିନା ଖୁଆ ଓ କ୍ଷୀରରେ ମିଠା ପ୍ରସ୍ତୁତ କରିବାରେ ଟିକିଏ ସମସ୍ୟା ହେଉଥିଲା । ପରେ ଆମେ ବିକଳ୍ପ ବାହାରକଲୁ । ପୋଟଳ ମିଠାରେ ଆମେ ବାଦାମ ଓ କାଜୁ ପେଷ୍ଟ୍‌ ବ୍ୟବହାର କଲୁ । ସେହିପରି କୁନ୍ଦୁରିରେ ମଧ୍ୟ ସମାନ ପେଷ୍ଟ୍‌ ଦେଲୁ । ବାଦାମ କ୍ଷୀରରେ କୁଲ୍‌ଫି ପ୍ରସ୍ତୁତ କଲୁ । ବ୍ୟଞ୍ଜନଗୁଡ଼ିକ ଏତେ ସ୍ୱାଦିଷ୍ଟ ଥିଲା ଯେ ସମ୍ପୂର୍ଣ୍ଣ ଉଦ୍ଭିଦଜାତ ଦ୍ରବ୍ୟରୁ ପ୍ରସ୍ତୁତ ହୋଇଥିଲା ବୋଲି ଅତିଥି ଆଦୌ ଜାଣିପାରିଲେ ନାହିଁ । ଏହି ପ୍ରୟାସ ପୂର୍ଣ୍ଣ ଶାକାହାରୀ ଭୋଜି ପାଇଁ ଲୋକଙ୍କୁ ପ୍ରେରିତ କରିବ ବୋଲି ବିବାହରେ ସାମିଲ ଅତିଥି କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.