ନୂଆଦିଲ୍ଲୀ,୨୩।୭: ଭାରତର ପ୍ରଥମ ମାନବ ମହାକାଶ ମିଶନ ଗଗନଯାନକୁ ନେଇ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି। କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଲୋକସଭାରେ କହିଛନ୍ତି, ହ୍ୟୁମାନ ରେଟେଡ୍ ଲଞ୍ଚ ଭେଇକିଲ (HLVM3) ର ବିକାଶ ଏବଂ ଗ୍ରାଉଣ୍ଡ ଟେଷ୍ଟିଂ ଶେଷ ହୋଇସାରିଛି। ୨୦୩୫ ପର୍ଯ୍ୟନ୍ତ ଭାରତୀୟ ମହାକାଶ ଷ୍ଟେସନ୍ (BAS) ସ୍ଥାପିତ କରିବା ଓ ୨୦୨୪୦ ପର୍ଯ୍ୟନ୍ତ ଚନ୍ଦ୍ରରେ ଭାରତୀୟଙ୍କୁ ଓହ୍ଲାଇବା ଦିଗରେ ଦୃତ ଗତିରେ ଆଗକୁ ବଢୁଛି।
ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, ଗଗନଯାନ କାର୍ଯ୍ୟକ୍ରମ ଅନୁସାରେ, ବୈଷୟିକ ବିକାଶ, ପରୀକ୍ଷଣ ଓ ମୌଳିକ ଭିତ୍ତିଭୂମି ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ଦେଖିବାକୁ ମିଳିଛି। ହ୍ୟୁମାନ ରେଟେଡ୍ ଲଞ୍ଚ ଭେଇକିଲର ଗ୍ରାଉଣ୍ଡ ଟେଷ୍ଟ ସରିଛି। ଅର୍ବିଟାଲ ମଡ୍ୟୁଲ କ୍ରୁ ଓ ସର୍ଭିସ ମଡ୍ୟୁଲ ପାଇଁ ପ୍ରୋପଲେସନ୍ ସିଷ୍ଟମ ବିକଶିତ ଓ ପରୀକ୍ଷଣ ଶେଷ ହୋଇଛି। ଏହାସହ ECLSS ଇଞ୍ଜିନିୟରିଂ ମଡେଲ ତିଆରି ମଧ୍ୟ ସରିଛି। କ୍ରୁ ଏସକେପ୍ ସିଷ୍ଟମ, ପାଞ୍ଚ ପ୍ରକାର ମୋଟର୍ସ ବିକଶିତ ଓ ସଫଳତାର ସହ ସ୍ଥିର ପରୀକ୍ଷଣ କରାଯାଇଛି। ଏଥିରେ ୫ ପ୍ରକର ମୋଟର ତିଆରି କରାଯାଇଛି ଓ ସ୍ଥିର ପରୀକ୍ଷଣ କରାଯାଇ ସାରିଛି। ଯାହାଦ୍ବାରା ଏମର୍ଜେନ୍ସି କ୍ରୁ ସୁରକ୍ଷିତ ବାହାରି ପାରିବେ।
ଏହି ମିଶନ ପାଇଁ ଅନେକ ପ୍ରକାର ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ କରାଯାଇଛି। ଏଥିରେ ଅର୍ବିଟାଲ ମଡ୍ୟୁଲ୍ ପ୍ରସ୍ତୁତ କରିବାର ସୁବିଧା, ଗଗନଯାନ ନିୟନ୍ତ୍ରଣ କେନ୍ଦ୍ର, କ୍ରୁ ତାଲିମ ସୁବିଧା ଏବଂ ଦ୍ୱିତୀୟ ଲଞ୍ଚ ପ୍ୟାଡରେ ଆବଶ୍ୟକୀୟ ପରିବର୍ତ୍ତନ ଆାଦି ଅନ୍ତର୍ଭୁକ୍ତ। ପୂର୍ବ-ପରୀକ୍ଷଣ ମିଶନ ଅଧୀନରେ, CES ପରୀକ୍ଷା କରିବା ପାଇଁ ଏକ ପରୀକ୍ଷଣ ଯାନ (TV-D1) ଉଡ଼ାଣ କରାଯାଇଛି। ପରବର୍ତ୍ତୀ ମିଶନ TV-D2 ଏବଂ IADT-01 ପାଇଁ ପ୍ରସ୍ତୁତି ଚାଲିଛି। ସେଭଳି ସଞ୍ଚାର ନେଟୱାର୍କ ଏବଂ ଅପରେସନ୍ରେ ଗ୍ରାଉଣ୍ଡ ନେଟୱାର୍କର କନଫିଗରେସନ୍ ଚୂଡ଼ାନ୍ତ ହୋଇଛି। IDRSS-1 ଫିଡର ଷ୍ଟେସନ ଏବଂ ଗ୍ରାଉଣ୍ଡ ଲିଙ୍କ୍ ସ୍ଥାପନ କରାଯାଇଛି। କ୍ରୁ ରିକଭରିର ପୁରା ଯୋଜନା ତିଆରି କରାଯାଇଛି। କ୍ରୁ ପୁନରୁଦ୍ଧାର ପାଇଁ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରାଯାଇଛି। ପ୍ରଥମ ମାନବହୀନ ମିଶନ (G1) - ମିଶନ ପାଇଁ ଆବଶ୍ୟକ ହାର୍ଡୱେର୍ ଯେପରିକି C32-G ଷ୍ଟେଜ, HS200 ମୋଟର ଏବଂ CES ମୋଟର ପ୍ରସ୍ତୁତ କରାଯାଇଛି। ଏହା ସହିତ, କ୍ରୁ ମଡ୍ୟୁଲ୍ ର ପର୍ଯ୍ୟାୟ-୧ ପରୀକ୍ଷଣ ମଧ୍ୟ ସମାପ୍ତ ହୋଇଛି।