ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଗୌତମ ଗମ୍ଭୀରଙ୍କ ପ୍ରେସମିଟ୍, ରୋ-କୋଙ୍କୁ ସମର୍ଥନ କଲେ କହିଲେ ବେଷ୍ଟ ଦଳ ନେଇ ମଇଦାନକୁ ଆସିବୁ

Published By : Ankita S | November 11, 2024 10:25 AM

ମୁମ୍ବାଇ,୧୧/୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଦଳର ଶୋଚନୀୟ ପରାଜୟ ପରେ ଦଳକୁ ସମାଲୋଚନା କରାଯାଇଥିଲା । ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଫର୍ମକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ଏହା ସହିତ ଭାରୀତୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ କୋଚିଂକୁ ନେଇ ମଧ୍ୟ ବରିଷ୍ଠ ଖେଳାଳି ସମାଲୋଚନା କରିଛନ୍ତି । ତେବେ ଏହା ଉପରେ ମୁହଁ ଖୋଲିଛନ୍ତି କୋଚ୍ ଗୌତମ ଗମ୍ଭୀର । ଆଜି ଏକ ପ୍ରେସ୍ କନଫରେନ୍ସ କରି ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି ଗୌତମ ଗମ୍ଭୀର ।

ନ୍ୟୁଜିଲାଣ୍ଡଠୁ ୦-୩ ସିରିଜରେ ପରାସ୍ତ ହେବା ପରେ ଭାରତ ପାଇଁ ବର୍ଡର ଗାଭାସ୍କର ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ପହଞ୍ଚିବା କଷ୍ଟକର ହୋଇପଡିଛି  । ଫାଇନାଲରେ ସ୍ଥାନ ପାଇଁ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୪-୦ରେ ଜିତିବାକୁ ହେବ । ଆଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ପୂର୍ବରୁ ଭାରତୀୟ ଦଳର କୋଚ ଗୌତମ ଗମ୍ଭୀର ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଅନେକ ପ୍ରଶ୍ନର ଉତ୍ତର ରଖିଛନ୍ତି ।

ରୋହିତ ଶର୍ମା ପ୍ରଥମ ଟେଷ୍ଟ ଖେଳିବେ ନା ନାହିଁ ପ୍ରଶ୍ନରେ ଗମ୍ଭୀର କହିଛନ୍ତି, ରୋହିତ ଶର୍ମାଙ୍କ ବିଷୟରେ ଏବେ କିଛି ଜଣାପଡିନାହିଁ । ଆଶା ଅଛି ସେ ଖେଳିବେ । ସିରିଜ ଆରମ୍ଭ ହେବା ପୂର୍ବରୁ ସବୁ କିଛି ଜଣାପଡିଯିବ । ରୋହିତଙ୍କ ଅନୁପସ୍ଥିରେ କେଏଲ ରାହୁଲ ଓ ଅଭିମନ୍ୟୁ ଇଶ୍ବରନ ଦଳ ପାଇଁ ଓପନିଂ ବିକଳ୍ପ ଅଛନ୍ତି । ଚୂଡାନ୍ତ ଏକାଦଶ ବିଷୟରେ  କିଛି କହିହେବ ନାହିଁ । ବେଷ୍ଟ ଏକାଦଶ ନେଇ ମଇଦାନକୁ ଓହ୍ଲାଇବୁ ।  ଜସପ୍ରୀତ ବୁମରା ଉପଅଧିନାୟକ । ତେଣୁ ଯଦି ରୋହିତ ଅନୁପସ୍ଥିତ ରହିବେ ତେବେ ସେ ନିଶ୍ଚିନ୍ତ ରୂପରେ ଅଧିନାୟକ ଦାୟିତ୍ବ ତୁଲାଇବେ ।

ରୋହିତ ଓ କୋହଲିଙ୍କୁ ସମର୍ଥନ କରି କୋଚ ଗୌତମ ଗମ୍ଭୀର କହିଛନ୍ତି, କୋହଲି ଓ ରୋହିତଙ୍କ ଫର୍ମକୁ କୌଣସି ଚିନ୍ତା ନାହିଁ । ସେମାନେ ଉଚିତ ସମୟରେ ଅବିଶ୍ବସନୀୟ ପ୍ରଦର୍ଶନ କରିଛନ୍ତି । ସେମାନେ ଭାରତୀୟ ଦଳକୁ ବହୁତ ସଫଳତା ଦେଇଛନ୍ତି । ଆଗକୁ ମଧ୍ୟ ଏହା କରିବେ । ପୂର୍ବ ସିରିଜର ଫଳାଫଳ ଯାହା ହେଲା ତାହୁକୁ ନେଇ ଡ୍ରେସିଂ ରୁମରେ ଭୋକିଲା ଅଛନ୍ତି ।

ସେ ଆହୁରି କହିଛନ୍ତି, ତୁମେ ଯେତେବେଳେ ତୁମ ଦେଶ ପାଇଁ ଖେଳୁଛ ପ୍ରତି ସିରିଜ ଗୁରୁତ୍ବପୂର୍ଣ୍ଣ । ଦୁଇଟି ଭଲ ଦଳ ପରସ୍ପର ମଧ୍ୟରେ ଲଢିବେ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ବିଫଳତା ପରେ ମୋତେ ଟାର୍ଗେଟ କରାଯାଇଥିଲା । ମୁଁ କୋଚ ଦାୟିତ୍ବ ନେବା ସମୟରେ ଜାଣିଥିଲି ଏହା ଯେତିକି ସମ୍ମାନକର ସେତିକି କଷ୍ଟକର ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.