ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଯୁବତୀଙ୍କ ଆତ୍ମହତ୍ୟା ଘଟଣା: ୩ ଦିନ ତଳେ ଉପବାସ ରଖିଥିଲେ, କୁମାର ପୂର୍ଣ୍ଣିମାରେ ହୋଇଥିଲା ଝଗଡ଼ା, ବରମୁଣ୍ଡାରୁ ପ୍ରେମିକ ଗିରଫ

Published By : Prameya | October 21, 2024 11:17 AM

ଭୁବନେଶ୍ୱର,୨୧/୧୦: ୩ ଦିନ ତଳେ  ପ୍ରେମିକ ପାଇଁ ପାଳିଥିଲେ କୁମାର ପୂର୍ଣ୍ଣିମା । ଦିନସାରା ଉପାସ ରହିବା ପରେ ସନ୍ଧ୍ୟାରେ ଜହ୍ନକୁ ଆଞ୍ଜୁଳା ଟେକି ପୂଜା କରିଥିଲେ । ପ୍ରେମିକକୁ ଜୀବନସାଥୀ କରିବେ ଭାବି ତାଙ୍କ ଦୀର୍ଘାୟୁ କାମନା କରିଥିଲେ ।  କିନ୍ତୁ ସେହି ପ୍ରେମିକର ବ୍ଲାକମେଲିଂ ତାଙ୍କ ଜୀବନ  ନେଲା । ପ୍ରେମିକର ଧୋକ୍କା ସହିନପାରି ଶେଷରେ ରଶ୍ମିତା ଦାସ ଜୀବନ ହାରିଥିବା ପୁଲିସ ତଦନ୍ତରୁ ଜଣାପଡିଛି। ଏନେଇ ନୂଆପଲ୍ଲୀ ଥାନା ପୁଲିସ କେସ୍‌  ନଂ.୬୧୬/୨୪ରେ ରୁଜୁ କରିବା ସହ ଅଭିଯୁକ୍ତ ପ୍ରେମିକ ଅଜିତ ଦାସକୁ ଗିରଫ କରିଛି । 

ଅଜିତର ଘର ଜଗତ୍‌ସିଂହପୁର ସଦେଈପୁର ।  ପୁଲିସ ତାକୁ ଗତକାଲି ରାତିରେ ବରମୁଣ୍ଡା  ବସ୍‌ଷ୍ଟାଣ୍ଡରୁ ଗିରଫ କରିଛି । ତା’ଠାରୁ ଏକ ମୋବାଇଲ ଫୋନ ଜବତ କରାଯାଇଛି । ପୁଲିସ  ତା’ ବିରୋଧରେ ପ୍ରବଞ୍ଝନା, ଛଦ୍ମବେଶରେ ଠକେଇ,  ବିବାହର ମିଥ୍ୟା ପ୍ରତିଶ୍ରୁତି ଓ ଆତ୍ମହତ୍ୟା ପାଇଁ  ଉସ୍‌କେଇବା ଭଳି ଦଫା ଲଗାଇଛି । ପଚରାଉଚରା  ସମୟରେ ସେ ନିଜ ଅପରାଧ ସ୍ୱୀକାର କରିଛି ।  

ପୁଲିସ କହିବା ମୁତାବକ, ୪ ବର୍ଷ ତଳେ  ଉଭୟଙ୍କ ପ୍ରେମ ଜଗତ୍‌ସିଂହପୁରରେ ଆରମ୍ଭ  ହୋଇଥିଲା । ଅଜିତ୍‌ ରଶ୍ମିତାଙ୍କ ମନରେ ବିବାହର ବିଶ୍ୱାସ ଜନ୍ମାଇ ଶାରୀରିକ ସମ୍ପର୍କ ରଖିଥିଲା ।  ରଶ୍ମିତାଙ୍କ ସରଳତାର ସୁଯୋଗ ନେଇ ଅଜାଣତରେ  କିଛି ଗୁପ୍ତ ଫଟୋ ତଥା ଭିଡିଓ ନିଜ ମୋବାଇଲ  ଫୋନରେ ରଖିଥିଲା । ଅଜିତ୍‌ ଚାକିରି ପାଇଁ ଆସାମ  ପଳାଇଥିଲା । ରଶ୍ମିତା ଚାକିରି ସନ୍ଧାନରେ ୬ ମାସ  ତଳେ ଭୁବନେଶ୍ୱର ଆସିଥିଲେ । ଏକ ଘରୋଇ ସଂସ୍ଥାରେ ଚାକିରି ପାଇଥିଲେ । କିନ୍ତୁ ଏ ଚାକିରି  ଅଜିତ ମନକୁ ପାଉନଥିଲା । ଏକ ନାମୀ ସଂସ୍ଥାରେ  ଚାକିରି କରାଇଦେବା ଲୋଭ ଦେଖାଇ ରଶ୍ମିତାଙ୍କଠାରୁ  ସେ ଏକ ଲକ୍ଷ ଟଙ୍କା ନେଇଯାଇଥିଲା ।  

ଗତ ୧୬ ତାରିଖରେ ରଶ୍ମିତା ଉପବାସ  ରଖିଥିଲେ । ସେହିଦିନ ହିଁ ଅଜିତ ନିଜ ଅସଲି ରୂପ  ଦେଖାଇଥିଲା । ରଶ୍ମିତାଙ୍କୁ ଫୋନ୍‌ କରି ଚାକିରି ପାଇଁ  ଆହୁରି ୭୦ ହଜାର ଟଙ୍କା ମାଗିଥିଲା । ରଶ୍ମିତା ଏଥିରେ  ରାଜି ହେଲେନି । କହିଲେ, ମୁଁ ନୂଆ ଚାକିରି କରିଛି ।  ଏଥିରେ କିଛି ମାସ କାମ କରିବି । ଅଜିତ୍‌ ଏକଥା ଶୁଣି  ରାଗିଗଲା । ଆଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା  ସହିତ ତାଙ୍କ ଫଟୋ ଓ ଭିଡ଼ିଓ ସବୁକୁ ସାମାଜିକ ଗଣମାଧ୍ୟମରେ ପ୍ରସାର କରିଦେବାର ଧମକ ଦେଲା ।  ଅଜିତ୍‌ର ଏଭଳି ଭୟଙ୍କର ରୂପ ଦେଖି ରଶ୍ମିତାଙ୍କ  ପାଦ ତଳୁ ମାଟି ଖସିଯାଇଥିଲା । ସେ ମାନସିକ  ଭାରସାମ୍ୟ ହରାଇ ବସିଥିଲେ । ଭୁବନେଶ୍ୱରରେ  ରହୁଥିବା ଭଡ଼ାଘରେ ସେ କବାଟ କିଳି ରହିଥିଲେ ।  ଖିଆପିଆ ଛାଡି଼ ଦେଇଥିଲେ । ୧୭ ତାରିଖ ବିଳମ୍ବିତ  ରାତି ଯାଏ ସେ କବାଟ ନ ଖୋଲିବାରୁ ପଡ଼ୋଶୀଙ୍କ  ସନ୍ଦେହ ଉପୁଜିଥିଲା । ପରେ ତାଙ୍କ ଝୁଲନ୍ତା ମୃତଦେହ  ପୁଲିସ ଉଦ୍ଧାର କରିଥିଲା।

ପୁରୁଷ ବନ୍ଧୁଙ୍କ ବ୍ଲାକମେଲିଂ ସହିପାରିଲେନି, ଜୀବନ ହାରିଲେ ଯୁବତୀ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.