ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଲକ୍ଷେ ଛୁଇଁବ ସୁନା ଦର, ଗତବର୍ଷ ୩୩%ରୁ ଅଧିକ ରିଟର୍ଣ୍ଣ ଦେଇଥିଲା ସୁନା

Published By : Anindita Ratha | March 21, 2025 1:40 PM

ଭୁବନେଶ୍ବର,୨୧/୦୩: ଦ୍ରୁତ ଗତିରେ ବଢ଼ିଚାଲିଛି ସୁନା ଦର । ଦିନକୁ ଦିନ ନୂଆ ରେକର୍ଡ ଯୋଡ଼ିଚାଲିଛି ଏହି ହଳଦିଆ ଧାତୁ । ମାର୍ଚ୍ଚ ୧୫ରେ ଅନ୍ତର୍ଜାତୀୟ ବଜାରରେ ଆଉନ୍ସ ପିଛା ସୁନା ଦର ୩୦୦୦ ଡଲାର ପାର୍‌ କରିଛି । ମାର୍ଚ୍ଚ ୨୦ରେ ଭାରତରେ ଏହା ୩,୦୩୭ ଡଲାରରେ କାରବାର କରୁଛି । ସମ୍ପ୍ରତି ଭାରତୀୟ ବଜାରରେ ୧୦ ଗ୍ରାମ ପିଛା ୯୯.୯% ଶୁଦ୍ଧତାବିଶିଷ୍ଟ ସୁନା ଦର ୯୧,୦୦୦ ଟଙ୍କା ପାର୍‌ କରିଛି । ଏଭଳି ସ୍ଥିତିରେ ସୁନା ନିବେଶକଙ୍କ ପାଇଁ ଏବେ ସୁବର୍ଣ୍ଣ ବେଳା । 

ଚଳିତବର୍ଷ ଏହି ଧାତୁ ଲକ୍ଷେ ଛୁଇଁବା ନେଇ ଆକଳନ କରୁଛନ୍ତି ବଜାର ବିଶେଷଜ୍ଞ । ନିବେଶକଙ୍କ ପୋର୍ଟଫୋଲିଓରେ ସବୁଠାରୁ ଉତ୍ତମ ପ୍ରଦର୍ଶନକାରୀ ଆସେଟ୍‌ ପାଲଟିଛି ହଳଦିଆ ଧାତୁ । ଗତବର୍ଷ ସୁନା ଦେଇଥିଲା ୩୩%ରୁ ଅଧିକ ରିଟର୍ଣ୍ଣ । ଅର୍ଥାତ ଆଲୋଚ୍ୟ ଅବଧିରେ ଏହି ଧାତୁ ଦର ୩୩%ରୁ ଊଦ୍ଧ୍ୱର୍ ବଢ଼ିଥିଲା । ଇକ୍ୱିଟି ନିବେଶ ତୁଳନାରେ ସୁନାରେ ନିବେଶ ଭଲ ଲାଭ ଦେଇଛି । ଏ ବର୍ଷ ଏଯାବତ୍‌ ସୁନା ଦର ୧୪% ବଢ଼ିଲାଣି । ଅନ୍ୟାନ୍ୟ ଆସେଟ୍‌ଗୁଡ଼ିକ ତୁଳନାରେ ସୁନା ଦର ସବୁଠାରୁ ଦ୍ରୁତ ବେଗରେ ମାଡ଼ିଚାଲିଛି । ମାତ୍ର ୨୧୦ ଦିନରେ ଏହା ଆଉନ୍ସ ପିଛା ୨,୫୦୦ ଡଲାରରୁ ୩,୦୦୦ ଡଲାରରେ ପହଞ୍ଚିଲାଣି । 


ଏହା ମଧ୍ୟ ପଢନ୍ତୁ-  ପୂର୍ବତନ RBI ଅଧିକାରୀଙ୍କୁ ୧୫ ଦିନ ଡିଜିଟାଲ୍ ଆରେଷ୍ଟ୍, ୩କୋଟି ୧୪ ଲକ୍ଷ ଠକି ନେଲେ ସାଇବର୍ ଠକ

ଏବେ ୩,୦୦୦ ଡଲାର ପାର୍‌ କରିବା ପରେ ଆଗକୁ ସୁନାର ଗତି କିପରି ରହିବ ତାହାକୁ ନେଇ ବଡ଼ ପ୍ରଶ୍ନ ଛିଡ଼ାହୋଇଛି । ୨୦୨୫ରେ ୧୦ ଗ୍ରାମ ପିଛା ଏହି ଧାତୁ ଦର ଲକ୍ଷେ ଛୁଇଁବା ନେଇ ଅନୁମାନ କରାଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକ୍ରାମକ ବାଣିଜ୍ୟ ନୀତି ସମଗ୍ର ବିଶ୍ୱ ବଜାରକୁ ଅସ୍ଥିର କରିଛି । ଆମେରିକାରେ ଏକ ମାନ୍ଦାବସ୍ଥା ଆଶଙ୍କା ଦେଖାଦେଇଛି । ଏଭଳି ସ୍ଥିତିରେ ସୁନାକୁ ନିବେଶର ସୁରକ୍ଷିତ ମାଧ୍ୟମ ମଣୁଛନ୍ତି ନିବେଶକ । ଗତକାଲି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୨ ଏବଂ ୨୪ କ୍ୟାରେଟ୍‌ ସୁନା ଦର ଯଥାକ୍ରମେ ୨୦୦ ଏବଂ ୨୨୦ ଟଙ୍କା ବୃଦ୍ଧି ପାଇଛି । ଉଭୟର ଦର ଯଥାକ୍ରମେ ୮୩,୧୦୦ ଟଙ୍କା ଏବଂ ୯୦,୬୬୦ ଟଙ୍କା ହୋଇଛି । ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ୧୦୦ ଟଙ୍କା ମହଙ୍ଗା ହୋଇ ୧,୧୪,୧୦୦ ଟଙ୍କା ହୋଇଛି । 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.