କେନ୍ଦୁଝର,୩୧/୦୩: କେନ୍ଦୁଝର ଜିଲ୍ଲା ଭାରତୀୟ ଜନତା ପାଟି କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଓଡିଶା ତଥା କେନ୍ଦୁଝର ଜିଲ୍ଲାରେ ଚାଷୀଙ୍କୁ ଉଚିତ ମୂଲ୍ୟ ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ । 'ଭାରତ ବର୍ଷର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଓ ଓଡ଼ିଶାର ଚାଷୀ ଦରଦୀ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଚାଷୀ ମାନଙ୍କର ଆୟକୁ ଦୁଇ ଗୁଣା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବହୁ ପ୍ରକାରର କୃଷକ କଲ୍ୟାଣକାରୀ ଯୋଜନା ମାନ ପ୍ରଣୟନ କରିଛନ୍ତି।'
୨୦୨୩ - ୨୪ ବର୍ଷ ରେ ଖରିଫ ଧାନ ଓଡିଶାରେ ୫୮ ଲକ୍ଷ ମାଟ୍ରିକ ଟନ ସରକାର କିଣିଥିଲେ । ଧାନମଣ୍ଡୀକୁ ୫୬ ହଜାର ୫୬୮ ଜଣ ଚାଷୀ ଧାନ ବିକ୍ରି ପାଇଁ ଆଣି ୨୧ ଲକ୍ଷ ୮୮ ହଜାର ୮୪୩. ୫୯ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି । ଧାନ କିଣା କାରବାରରେ ବାଧା ସୃଷ୍ଟି କରିବା ଓ ଚାଷୀ ମାନଙ୍କୁ ହଇରାଣ ହରକତ କରିଥିବା ଅଭିଯାଗରେ ଦେଓଗାଁ ସେବା ସମବାୟ ସମିତି ଓ ଖାଲିଆମେଣ୍ଟା ମାଝୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ୨୦୨୪-୨୫ ବର୍ଷ ଖରିଫ୍ ଧାନ ୧୬ ଲକ୍ଷ ୫୯ ହଜାର ୧୪୧ ଜଣ ଚାଷୀ ମାନଙ୍କ ଠାରୁ ରାଜ୍ୟ ସରକାର ୭୩ ଲକ୍ଷ ୪୩ ହଜାର ୬୪୬ କୁଇଣ୍ଟାଲ ଧାନ ସଂଗ୍ରହ କରି ସମସ୍ତ ରେକର୍ଡ ଭଙ୍ଗ କରି ଇତିହାସ ସୃଷ୍ଟି କରିଛନ୍ତି ରାଜ୍ୟ ସଭାପତି ଶ୍ରୀ ସାହୁ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜଣାଇଛନ୍ତି ।