ପ୍ରମୁଖ ଖବର
  • ନୀଳଗିରିରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ ପ୍ରଚାର
  • ||
  • ଚିଲିକାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୁରୀ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଅପିଲ୍ କଲେ
  • ||
  • ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ରେସ୍, ମାହେଲା ଜୟବର୍ଦ୍ଧନେଙ୍କୁ ବିସିସିଆଇର ପ୍ରସ୍ତାବ
  • ||
  • ଜୁଲାଇ ୪ରେ ବ୍ରିଟେନରେ ସାଧାରଣ ନିର୍ବାଚନ, ଆସନ୍ତା ସପ୍ତାହରେ ଭଙ୍ଗ ହେବ ସଂସଦ
  • ||
  • ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ଗୁରୁବର ସନ୍ଧ୍ୟା ସରିବ ପ୍ରଚାର, ଶନିବାର ୫୮ ଆସନରେ ମତଦାନ
  • ||
  • କଣାସରେ ଘର ଭିତରକୁ ପଶିଗଲା ଟ୍ରାକ୍ଟର, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ମେ’ ୨୯ରେ ପୁଣି ଓଡ଼ିଶା ଆସିବେ ମୋଦି, ୨୬ରେଭଦ୍ରକରେ ଭୋଟ୍‌ ମାଗିବେ ରାହୁଲ, ବାଲେଶ୍ୱରକୁ ଖଡ୍‌ଗେ
  • ||
  • ରଥ ଖଳା ହାଲ୍‌ଚାଲ୍‌...ରଥ ଗୁଜରେ ନୃସିଂହ ମୁଖ ଅଙ୍କନ, ରୂପକାରଙ୍କ କାର୍ଯ୍ୟାରମ୍ଭ, ଅର ଅନୁକୂଳ କଲେ ବିଶ୍ୱକର୍ମା
  • ||
  • ସନ୍ଧ୍ୟାରେ ସରିବ ତୃତୀୟ ପର୍ଯ୍ୟାୟ ଭୋଟ୍‌ ପ୍ରଚାର, ଶନିବାର ୬ ଲୋକସଭା, ୪୨ ବିଧାନସଭାରେ ଭୋଟ୍‌
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୨୪ ସୁଦ୍ଧା ଅବପାତ, ୨୫ରେ ଗଭୀର ଅବପାତ ସମ୍ଭାବନା, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷିବ
  • ||

ସାଇବର ଅପରାଧରେ ବ୍ୟବହାର ହୋଇଥିବା ୨୮,୨୦୦ ମୋବାଇଲ ହ୍ୟାଣ୍ଡ୍‌ସେଟ୍‌କୁ ବ୍ଲକ୍‌

ନୂଆଦିଲ୍ଲୀ,୧୧/୦୫: ସାଇବର ଅପରାଧ ଲାଗି ବ୍ୟବହାର ହୋଇଥିବା ୨୮,୨୦୦ ମୋବାଇଲ  ହ୍ୟାଣ୍ଡ୍‌ସେଟ୍‌କୁ ବ୍ଲକ୍‌ କରିବା ପାଇଁ କେନ୍ଦ୍ର ସରକାର ଟେଲିକମ୍‌ ଅପରେଟରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି  ହ୍ୟାଣ୍ଡ୍‌ସେଟ୍‌ଗୁଡ଼ିକ ସହ ଜଡ଼ିତ ୨୦ ଲକ୍ଷ ମୋବାଇଲ  ନମ୍ବରକୁ ପୁନଃ ଯାଞ୍ଚ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯଦି ନମ୍ବରଗୁଡ଼ିକର ରିଭେରିଫିକେଶନ୍‌ ବିଫଳ ହୁଏ ତେବେ ଏଗୁଡ଼ିକୁ ବ୍ଲକ୍‌ କରିବା ପାଇଁ କୁହାଯାଇଛି । 

ସୂଚନାଯୋଗ୍ୟ, ସାଇବର ଅପରାଧକୁ  ନିୟନ୍ତ୍ରଣ କରିବା ପାଇଁ ସରକାର ବିଭିନ୍ନ ମନ୍ତ୍ରାଳୟଗୁଡ଼ିକ  ସହ ମିଳିତ ହୋଇ କାର୍ଯ୍ୟ କରୁଛନ୍ତି । ସାଇବର ଅପରାଧ  ଏବଂ ବିତ୍ତୀୟ ଠକେଇରେ ଟେଲିକମ୍‌ ସମ୍ବଳଗୁଡ଼ିକର  ଅପବ୍ୟବହାରକୁ ରୋକିବା ପାଇଁ ଟେଲିକମ୍‌  ବିଭାଗ(ଡଟ୍‌), ଗୃହବ୍ୟାପାର ମନ୍ତ୍ରାଳୟ ଏବଂ ରାଜ୍ୟ  ପୁଲିସ୍‌ ଏକତ୍ର ହୋଇ କାର୍ଯ୍ୟ କରୁଛନ୍ତି । ସାଇବର  ଅପରାଧୀଙ୍କ ନେଟ୍‌ୱର୍କକୁ ସଂକୁଚିତ କରି ନାଗରିକଙ୍କୁ  ଡିଜିଟାଲ ଠକେଇରୁ ସୁରକ୍ଷା ଦେବା ଏହାର ଉଦ୍ଦେଶ୍ୟ ।  

ଗୃହବ୍ୟାପାର ମନ୍ତ୍ରାଳୟ ଏବଂ ପୁଲିସ୍‌  ପକ୍ଷରୁ କରାଯାଇଥିବା ଯାଞ୍ଚରୁ ଜଣାପଡ଼ିଛି ଯେ,  ୨୮,୨୦୦ ମୋବାଇଲ ହ୍ୟାଣ୍ଡ୍‌ସେଟ୍‌ ସାଇବର  ଅପରାଧରେ ବ୍ୟବହାର ହୋଇଛି । ଏହି ମୋବାଇଲ ହ୍ୟାଣ୍ଡ୍‌ସେଟ୍‌ଗୁଡ଼ିକରେ ପ୍ରାୟ ୨୦ ଲକ୍ଷ ନମ୍ବର ବ୍ୟବହାର  ହୋଇଥିବା ଜଣାପଡ଼ିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.