ନୂଆଦିଲ୍ଲୀ,୨୩/୦୫: ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ ଅଗ୍ନିପଥ ଯୋଜନାରେ ପରିବର୍ତ୍ତନ ହୋଇପାରେ। ଅବଶ୍ୟ ଏନେଇ ସରକାର କିମ୍ବା ସେନା ପକ୍ଷରୁ କୌଣସି ଅଫିସିଆଲ ବିଜ୍ଞପ୍ତି ଆସିନାହିଁ। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ସେନା ଏକ ଅନ୍ତରିଣ ସର୍ଭେ କରୁଛି, ଯେଉଁଥିରେ ଅଗ୍ନିବୀରଙ୍କ ସହିତ ଜଡ଼ିତ ପ୍ରଶ୍ନ ପଚରାଯାଉଛି। ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ନିଯୁକ୍ତି ପ୍ରକ୍ରିୟାରେ ଯୋଜନାର ପ୍ରଭାବ ବିଶୟରେ ଜାଣିବା। ଆଶା କରାଯାଉଛି ଯେ, ଚଳିତ ମାସ ଶେଷ ସୁଦ୍ଧା ଏହି ସର୍ଭେ ଶେଷ ହୋଇପାରେ।
ଇଣ୍ଡିଆନ ଏକ୍ସପ୍ରେସର ଖବର ଅନୁସାରେ, ସେନା ଏକ ଅନ୍ତରିଣ ସର୍ଭେ କରୁଛି, ଯେଉଁଥିରୁ ମିଳିବାକୁ ଥିବା ସୂଚନା ଆଧାରରେ ଆଗକୁ କ୍ଷମତାକୁ ଆସିବାକୁ ଥିବା ସରକାରଙ୍କ ଆଗରେ ଯୋଜନାରେ କିଛି ପରିବର୍ତ୍ତନର ସୁପାରିଶ କରାଯାଇପାରିବ। ରିପୋର୍ଟ ଅନୁସାରେ, ଅଧିକାରୀମାନଙ୍କର କହିବା କଥା ହେଲା, ସେନାର ସର୍ଭେରେ ଅଗ୍ନିବୀର ନିଯୁକ୍ତ ଓ ଟ୍ରେନିଂ ଷ୍ଟାଫ୍ଙ୍କ ସମେତ ସମସ୍ତ ହିତାଧିକାରୀଙ୍କ ଠାରୁ କିଛି ସୂଚନା ଗ୍ରହଣ କରାଯାଇଛି।
ଖବର ରହିଛି ଯେ, ଚଳିତ ମାସ ଶେଷ ସୁଦ୍ଧା ସବୁ ବର୍ଗର ସେନାଙ୍କୁ ଏକଜୁଟ କରାଯିବ। ଏହାପରେ ଆକଳନ କରିବା ପାଇଁ ଆଗାମୀ ପ୍ରକ୍ରିୟା ଆରମ୍ଭ କରାଯିବ। ଅଧିକାରୀଙ୍କର କହିବା କଥା ହେଲା, ଏଥିପାଇଁ ୧୦ ଟି ପ୍ରଶ୍ନ ପ୍ରସ୍ତୁତ କରାଯାଇଛି, ସର୍ଭେରେ ସାମିଲ ଲୋକଙ୍କୁ ଏହି ସବୁ ପ୍ରଶ୍ନ ପଚରାଯିବ, ଏବଂ ସେମାନଙ୍କ ଉତ୍ତର ଓ ପରାମର୍ଶ ଆଧାରରେ ଆଗାମୀ ଦିନରେ ଯିଏ ସରକାର ଗଢ଼ିବ, ତାଙ୍କ ଆଗରେ ତମାମ ସମସ୍ୟା ସୁବିଧା ଓ ପରାମର୍ଶ ଗୁଡ଼ିକୁ ରଖାଯିବ।