ପ୍ରମୂଖ ଖବର
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଅନ୍ତର୍ଜାତୀୟ ଟେକ୍‌ ଇଭେଣ୍ଟ୍‌ରେ ପ୍ରଦର୍ଶିତ ହେଲା ଉଡ଼ନ୍ତା କାର୍‌ ‘ହେକ୍ସା’

ନୂଆଦିଲ୍ଲୀ, ୨୩ /୫:  ଟୋକିଓର ଅନ୍ତର୍ଜାତୀୟ ଟେକ୍‌ ଇଭେଣ୍ଟ୍‌ରେ ପ୍ରଥମ ଥର ପ୍ରଦର୍ଶିତ ହୋଇଛି  ଉଡ଼ନ୍ତା କାର୍‌ । କାର୍‌ର ନାଁ ‘ହେକ୍ସା’ । ଆମେରିକୀୟ କମ୍ପାନି ଲିଫ୍ଟ ଏୟାରକ୍ରାଫ୍ଟ ଇଙ୍କ ଏହାକୁ ପ୍ରସ୍ତୁତ କରିଛି । ହେକ୍ସାର ଶୀର୍ଷରେ ୧୮ ପ୍ରପେଲର ଲାଗିଛି । ଏହାର ଉଚ୍ଚତା ୨.୬ ମିଟର, ଚଉଡ଼ା ୪.୫ ମିଟର ଏବଂ ଓଜନ ହାରାହାରି ୧୯୬ କିଲୋ । ସହରର କୋଟୋ ୱାର୍ଡରେ ଟୋକିଓ ବିଗ୍‌ ସାଇଟ୍‌ କନ୍‌ଭେନ୍‌ସନ ସେଣ୍ଟର ବାହାରେ ଏକ ପାର୍କିଂ ଲଟ୍‌ରେ ପାଇଲଟ୍‌ଯୁକ୍ତ ଏହି କାର ୧୦ ମିଟର ଉଚ୍ଚକୁ ଉଡ଼ାଣ ଭରିଥିଲା ।ଏହାର ଗୋଟିଏ ସିଟ୍‌ବିଶିଷ୍ଟ କାର୍‌, ଯାହା ଉଭୟ ଭୂପୃଷ୍ଠ ଓ ପାଣିରେ ଓହ୍ଲାଇ ପାରିବ । 

ସୂଚନା ଅନୁଯାୟୀ, ଭାରତରେ ମହିନ୍ଦ୍ରା ଓ ମାରୁତି ସୁଜୁକି ସମେତ ୩ କମ୍ପାନି ବୈଦ୍ୟୁତିକ ଉଡ଼ନ୍ତା କାର୍‌ ଉପରେ କାମ କରୁଛନ୍ତି । ଅଟୋମୋବାଇଲ କମ୍ପାନି ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ନିକଟରେ ଏକ୍ସ ପ୍ଲାଟ୍‌ଫର୍ମରେ ଏକ ପୋଷ୍ଟ୍‌ ଜରିଆରେ ସ୍ପଷ୍ଟ କରିଥିଲେ, ଅସନ୍ତା ବର୍ଷ ସୁଦ୍ଧା ଭାରତକୁ ମିଳିବ ପ୍ରଥମ ବୈଦ୍ୟୁତିକ ଉଡ଼ନ୍ତା ଟ୍ୟାକ୍ସି । ଏହାର ଏକ ପ୍ରୋଟୋଟାଇପ୍‌ ମଡେଲର ଫଟୋ ମଧ୍ୟ ଶେୟାର କରିଥିଲେ । ଏହି ବୈଦ୍ୟୁତିକ ଉଡ଼ନ୍ତା ଟ୍ୟାକ୍ସିକୁ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନାଲୋଜି, ମାଡ୍ରାସର ଇନିସିଏଟିଭ୍‌ କମ୍ପାନି ଇପ୍ଲେନ୍‌ ପ୍ରସ୍ତୁତ କରିବ । କାର୍‌ରେ ଦୁଇଟି ସିଟ୍‌ ରହିବ । ଭବିଷ୍ୟତରେ ଏହା ଲୋକଙ୍କୁ ଆକାଶ ମାର୍ଗରେ ଯାତ୍ରାର ସୁବିଧା ପ୍ରଦାନ କରିବ । ଘଣ୍ଟା ପ୍ରତି ୧୬୦ କିମିର କ୍ରୁଜିଙ୍ଗ୍‌ ସାମର୍ଥ୍ୟ ସହିତ ଘଣ୍ଟା ପ୍ରତି ୨୦୦ କିମିର ହାରାହାରି ବେଗରେ ଏହା ଉଡ଼ାଣ ଭରିବ । ମାରୁତି ସୁଜୁକି ନିଜର ପ୍ୟାରେଣ୍ଟ୍‌ କମ୍ପାନି ସୁଜୁକି ମୋଟର କର୍ପୋରେସନ୍‌ ସହ ମିଶି ଏକ ଉଡ଼ନ୍ତା କାର୍‌ ନିର୍ମାଣ କରୁଛି । 

କମ୍ପାନି ଏଥିପାଇଁ ଜାପାନୀ ଷ୍ଟାର୍ଟଅପ୍‌ ସ୍କାଇଡ୍ରାଇଭ୍‌ ସହ ହାତ ମିଳାଇଛି । ସହରାଞ୍ଚଳରେ ବୈଦ୍ୟୁତିକ ଉଡ଼ନ୍ତା ଟ୍ୟାକ୍ସି ସେବା ରୂପେ ଏହାର ଉପଯୋଗ ହୋଇପାରିବ । କମ୍ପାନି ଭାରତରେ ଏହାର ନିର୍ମାଣ ୟୁନିଟ୍‌ ସ୍ଥାପନା ଉପରେ ବିଚାର କରୁଛି । ଏନେଇ ଅଟୋମୋବାଇଲ ପ୍ଲାନିଂ ଡିପାର୍ଟମେଣ୍ଟ୍‌ର ଆସିଷ୍ଟାଣ୍ଟ୍‌ ମ୍ୟାନେଜର କେଣ୍ଟୋ ଓଗୁରା ନିକଟରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ଯଦି ମେକ୍‌ ଇନ୍‌ ଇଣ୍ଡିଆ ଅନ୍ତର୍ଗତ ଆମେ ଏଠାକୁ ଆସୁ, ତେବେ ଉଡ଼ନ୍ତା କାର୍‌ ନିଶ୍ଚିତ ଭାବେ ଶସ୍ତା ହେବ । ମୋଟର ଓ ୧୨ ୟୁନିଟ୍‌ ରୋଟର୍‌ ସହିତ ଏହାକୁ ଜାପାନରେ ୨୦୨୫ ମସିହାରେ ଓସାକା ଏକ୍ସପୋରେ ଲଞ୍ଚ୍‌ କରିବାକୁ ଯୋଜନା ଅଛି । ଉଡ଼ନ୍ତା କାର୍‌ର ପ୍ରଥମ ସଂସ୍କରଣରେ ୩ ଜଣ ଯାତ୍ରା କରିବେ, ଯାହାର ବେଗ ହେବ ୧୫ କିମି । ଏହାପରେ ୨୦୨୯ ସୁଦ୍ଧା ବେଗ ଦୁଇଗୁଣ ଏବଂ ୨୦୩୧ ସୁଦ୍ଧା ୪୦ କିଲୋମିଟର ହେବାର ସମ୍ଭାବନା ରହିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.