ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁଣେ ପୋର୍ସ କାର ଦୁର୍ଘଟଣା ମାମଲା, ନାବାଳକ ଅଭିଯୁକ୍ତର ଜାମିନ ଖାରଜ

Image Courtesy: hindustantimes

ନୂଆଦିଲ୍ଲୀ: ପୁଣେରେ ପୋର୍ସ କାର ଦୁର୍ଘଟଣା ମାମଲାରେ ୧୭ ବର୍ଷୀୟ ନାବାଳକ ଅଭିଯୁକ୍ତର ଜାମିନ ଖାରଜ ହୋଇଛି । ଏବେ ତାକୁ ବାଳ ସୁଧାର ଗୃହକୁ ପଠାଯାଇଛି । ତାକୁ ଅବର୍ଜଭେସନ୍‌ରେ ରଖାଯିବାକୁ ଥିବା ବେଳେ ଜୁନ୍‌ ୫ରେ ଜୁଭେନାଇଲ୍‌ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ । ଏହା ପୂର୍ବରୁ ପୋଲିସ ନାବାଳକର ବିଲ୍ଡର ବାପାକୁ ଗିରଫ କରିଥିଲା । ଏହାପରେ କୋର୍ଟ ମେ ୨୪ ଯାଏ ତାଙ୍କୁ ପୋଲିସ ରିମାଣ୍ଡରେ ପଠାଇଛନ୍ତି । ମେ ୧୯ରେ ପୋର୍ସ କାର ଧକ୍କାରେ ବାଇକରେ ଯାଉଥିବା ଜଣେ ଯୁବକ ଏବଂ ଯୁବତୀଙ୍କ ମୃତ୍ୟୁ ହୋଇଥିଲା ।

 ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଜୁଭେନାଇଲ ଜଜ୍‌ ବୋର୍ଡ ନାବାଳକ ଅଭିଯୁକ୍ତକୁ ଜୁନ୍ ୫ ଯାଏ ବାଳ ସୁଧାର ଗୃହକୁ ପଠାଇଛନ୍ତି । ପୁଣେ ପୋଲିସ କମିଶନର ଅମିତେଶ କୁମାର କହିଛନ୍ତି ଯେ ନାବାଳକ ଅଭିଯୁକ୍ତ ବିରୋଧରେ ଜଣେ ବୟସ୍କ ପରି ମୋକଦ୍ଦମା ଚାଲିବା ଦରକାର । ଏଥିପାଇଁ ପୋଲିସ ଉପର କୋର୍ଟରେ ଅନୁମତି ମାଗିଛି ।

ଉଲ୍ଲେଖଯୋଗ୍ୟ ଯେ, ପୁଣେରେ ୧୭ ବର୍ଷୀୟ ନାବାଳକ ମଦ ନିଶାରେ ନିଜ ପୋର୍ସ କାରରେ ବାଇକରେ ଯାଉଥିବା ଦୁଇ ଇଞ୍ଜିନିୟରଙ୍କୁ ଧକ୍କା ମାରିଥିଲା । ଦୁର୍ଘଟଣାରେ ଯୁବକ ଓ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ନାଁ ଅନିଶ ଅବଧିୟା (୨୪) ଏବଂ ଅଶ୍ବିନ କୋଷ୍ଟା (୨୪) । ଦୁହେଁ ମଧ୍ୟପ୍ରଦେଶର ହୋଇଥିବା ବେଳେ ପୁଣେରେ କାମ କରୁଥିଲେ । ଏହି ମାମଲାରେ ପୋଲିସ ଏବେ ସୁଦ୍ଧା ପାଞ୍ଚ ଜଣଙ୍କୁ ଗିରଫ କରିଛି । ଏଥିରେ ବାରର ଦୁଇ ମ୍ୟାନେଜର, ବାର ମାଲିକ, ହୋଟେଲ୍ କର୍ମଚାରୀ ଏବଂ ଅଭିଯୁକ୍ତର ବାପା ବିଶାଳ ଅଗ୍ରୱାଲଙ୍କୁ ଜେଲ୍‌ ପଠାଇଛି ପୋଲିସ ।

  • Maharastra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.