ପ୍ରମୂଖ ଖବର
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ରେଭାନ୍ନାଙ୍କ ରଦ୍ଦ ହେବ ପାସ୍‌ପୋର୍ଟ, ମୋଦିଙ୍କୁ ଚିଠି ଲେଖିଲେ ସିଦ୍ଦରମୈୟା

ନୂଆଦିଲ୍ଲୀ, ୨୩ /୫: କର୍ଣ୍ଣାଟକ ଅଶ୍ଳୀଳ ଭିଡିଓ ମାମଲା । ଏହି ଘଟଣାରେ ଫସିଥିବା କର୍ଣ୍ଣାଟକର ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଅଡୁଆ ଥମିବାରେ ନା ଧରୁନି। ତାଙ୍କର ରଦ୍ଦ ହୋଇପାରେ ଡିପ୍ଲୋମେଟିକ୍‌ ପାସ୍‌ପୋର୍ଟ। ଏନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି।

ତେବେ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଡିପ୍ଲୋମେଟିକ୍‌ ପାସ୍‌ପୋର୍ଟକୁ ବାତିଲ କରିବାକୁ ମୋଦିଙ୍କୁ ଚିଠି ଲେଖି ସିଦ୍ଦରମୈୟା ଦାବି କରିଛନ୍ତି। ଏଥିସହ ଜେଡିଏସ୍‌ ସାଂସଦଙ୍କୁ ଭାରତ ଫେରାଇ ଆଣିବାକୁ ଠୋସ୍‌ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।ପ୍ରକାଶ ଥାଉକି, ପ୍ରଜ୍ଜ୍ବଳ ବର୍ତ୍ତମାନର ସାଂସଦ ଥିବାବେଳେ ଚଳିତ ନିର୍ବାଚନରେ ହାସନ ସଂସଦୀୟ ଆସନରୁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି । ହେଲେ ନିର୍ବାଚନର ଠିକ ପୂର୍ବରୁ ଏହି ଭିଡିଓ ଭାଇରାଲ ହେବା ପରେ ଜେଡିଏସ ଓ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ସେପଟେ ଏଭଳି ଭିଡିଓ ଭାଇରାଲ ପରେ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା ଜେଡିଏସ । ଏନେଇ ଗତ ଏପ୍ରିଲ ୩୦ ତାରିଖରେ ଦଳର କୋର୍ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.