ପ୍ରମୂଖ ଖବର
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ସ୍ୱାତୀ ମାଲିୱାଲଙ୍କୁ ଦୁର୍ବ୍ୟବହାର ମାମଲା, କେଜ୍ରିୱାଲଙ୍କ ପିତାମାତାଙ୍କୁ ପଚରାଉଚରା କରିବ ଦିଲ୍ଲୀ ପୋଲିସ୍‌

ନୂଆଦିଲ୍ଲୀ, ୨୩ /୫: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିତାମାତାଙ୍କୁ ପଚରାଉଚରା କରିବ ଦିଲ୍ଲୀ ପୋଲିସ୍‌ । ଆପ୍‌ର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମରାଯିବା ଘଟଣାରେ ଆଜି ଦିଲ୍ଲୀ ପୋଲିସ ତାଙ୍କୁ ପଚରାଉଚରା କରିବ । ଏଥି ନିମନ୍ତେ ସିଏମ୍‌ ହାଉସ୍‌ରେ ତାଙ୍କୁ ପୂର୍ବାହ୍ନ ୧୧ଟା୩୦ ମିନିଟ୍‌ର ସମୟ ଦିଆଯାଇଥିବା ସୂଚନା ମିଳିଛି । 

ପ୍ରକାଶ ଥାଉକି, ଗତ ୧୩ ତାରିଖରେ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ କେଜ୍ରିୱାଲଙ୍କ ସରକାରୀ ବାସଭବନକୁ ଯାଇଥିଲେ। ସେଠାରେ କେଜ୍ରିୱାଲଙ୍କ ପିଏ ବୈଭବ କୁମାର ତାଙ୍କୁ ଆକ୍ରମଣ ନେଇ ସ୍ୱାତୀ ମାଲିୱାଲ ଅଭିଯୋଗ କରିଥିଲେ। ଏନେଇ ଦିଲ୍ଲୀ ପଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ ବୈଭବ କୁମାରଙ୍କୁ  ଗିରଫ କରିଛି। ତେବେ ଘଟଣା ସମୟରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପିତାମାତା ଥିବାରୁ ଦିଲ୍ଲୀ ପୋଲିସ ଆଜି ସେମାନଙ୍କୁ ପଚରାଉଚରା କରିବ ବୋଲି ଜଣାପଡିଛି।   

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.