ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାନ୍ସ ଇଣ୍ଡିଆ ପାଭିଲିଅନ୍‌ରେ ଓଡ଼ିଆ ଚଳଚ୍ଚିତ୍ର, ବୁଧବାର ସନ୍ଧ୍ୟାରେ ପ୍ରଦର୍ଶିତ ହେବ ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’

ଭୁବନେଶ୍ୱର, ୨୨/୦୫ : କାନ୍ସରେ ୨୦୦୯ର ୱାର୍ଲ୍ଡ ଫଟୋଗ୍ରାଫି ଆୱାର୍ଡି ପ୍ରଣବ କୁମାର ଆଏଚ୍‌ଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ ଇଣ୍ଡିଆ ପାଭିଲିଅନ୍‌ ଭାରତ ପର୍ବରେ ପ୍ରଦର୍ଶିତ ହେବା ପାଇଁ ମନୋନୀତ ହୋଇଛି। ଏନ୍‌ଏଫ୍‌ଡିସି ଏବଂ ଫିକି ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ରର ପୋଷ୍ଟର୍‌, ଟ୍ରେଲର୍‌ ରିଲିଜ୍‌ ପାଇଁ ସିନେମା ଟିମ୍‌କୁ ନିମନ୍ତ୍ରଣ କରାଯାଇଛି। ୨୨ ତାରିଖ ଅପରାହ୍ଣ ୪ଟା ୧୫ ସମୟରେ ୧୦୮, ଇଣ୍ଡିଆ ପାଭିଲିଅନ୍‌, ଇଣ୍ଟରନ୍ୟାସନାଲ୍‌ ରେଭାଇରାରେ ପ୍ରଦର୍ଶିତ ହେବ । ଏହା ନିଶ୍ଚିତ ଭାବେ ଓଡ଼ିଆ ସିନେମା ଜଗତ ପାଇଁ ଖୁସି ତଥା ଉତ୍ସାହ ଓ ଉଦ୍ଦୀପନାର ବିଷୟ । 

ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ଏଭଳି ସୁଯୋଗ ନିଶ୍ଚିତ ଭାବେ ଗର୍ବର ବିଷୟ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ୧୦୨ ବର୍ଷ ବୟସରେ ଚାଟଶାଳୀରେ ପିଲାଙ୍କୁ ପାଠ ପଢ଼ାଇ ପଦ୍ମ ପୁରସ୍କାର ପାଇ ଚର୍ଚ୍ଚାକୁ ଆସିଥିଲେ ଯାଜପୁରର ନନ୍ଦ ପୃଷ୍ଟି । ଏହାପରେ ତାଙ୍କ ପ୍ରେରଣାଦାୟୀ, ଶିକ୍ଷଣୀୟ ଏବଂ ନିଃସ୍ୱାର୍ଥପୂର୍ଣ୍ଣ ବ୍ୟକ୍ତିତ୍ୱର କାହାଣୀକୁ ନେଇ ନିର୍ମାଣ ହୋଇଥିଲା ଏହି ସିନେମା । ପୂର୍ବରୁ ସିନେମାଟି ବିଭିନ୍ନ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହୋଇ ବେଶ୍‌ ପ୍ରଶଂସିତ ହୋଇଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.