ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନାଗରିକତ୍ୱକୁ ନେଇ କ୍ରିପ୍ଟିକ ପୋଷ୍ଟ ସେୟାର କଲେ ଆଲିଆ

ମୁମ୍ବାଇ,୨୩ /୫: ନିକଟରେ  ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମହାରାଷ୍ଟ୍ରରେ ମତଦାନ ହୋଇଥିଲା । ଏଥିରେ  ବଲିଉଡର ସେଲିବ୍ରିଟିମାନେ ଅଂଶଗ୍ରହଣ କରିଥିଲେ । ହେଲେ ଏହି ସମୟରେ ଆଲିଆ ଭଟ୍ଟଙ୍କୁ ଦେଖିବାକୁ ମିଳିନଥିଲା । ଯାହା ପରେ ତାଙ୍କ ନାଗରିକତ୍ୱକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା । ଯାହାକୁ ନେଇ ବର୍ତ୍ତମାନ ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ କ୍ରିପ୍ଟିକ ପୋଷ୍ଟ ସେୟାର କରି ନେଟିଜେନ୍ସଙ୍କୁ ଉତ୍ତର ଦେଇଛନ୍ତି । 

ତେବେ ଆଲିଆ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ଲେଖା ହୋଇଛି, 'କୌଣସି ପରିମାଣର ତର୍କ, ଯେତେ ଶକ୍ତିଶାଳୀ ହେଲେ ମଧ୍ୟ  ପ୍ରେମ ଏପରି ଏକ ଶଦ୍ଦ, ଯାହା ଆଗରେ କିଛି ବି ବିଜୟ କରିପାରିବ ନାହିଁ ।' ଏହା ସହିତ ସେ ଦ ଗୁଡ୍ ୱାର୍ଡ ହ୍ୟାସଟ୍ୟାଗ୍ ମଧ୍ୟ ଲେଖିଛନ୍ତି । ତାଙ୍କର ଏହି ପୋଷ୍ଟ ବହୁତ ଭାଇରାଲ ହେବାରେ ଲାଗିଛି । ତେବେ ଅଭିନେତ୍ରୀଙ୍କ ଏହି ପୋଷ୍ଟରୁ ଏହା ସ୍ପଷ୍ଟ ହୋଇନାହିଁ ଯେ ଏହି ପୋଷ୍ଟଟି ତାଙ୍କ ନାଗରିକତ୍ୱ ବିଷୟରେ କି ନୁହେଁ । କିନ୍ତୁ ଏହା ନିଶ୍ଚିତ ଭାବେ କଳ୍ପନା ଜଳ୍ପନାର କାରଣ ହୋଇଛି ।

ଏହା ପୂର୍ବରୁ ଆଲିଆଙ୍କ ନାଗରିକତାକୁ ନେଇ ମାଆ ସୋନି ରଜଦାନ ମଧ୍ୟ ପ୍ରତିକ୍ରିୟା ରଖିଥିଲେ । ସୋନି ରଜଦାନ ଏକ ପୋଷ୍ଟ ଅପଲୋଡ୍ କରି କହିଥିଲେ ଯେ ସେ ବ୍ରିଟେନରେ ଜନ୍ମ ହୋଇଥିଲେ ମଧ୍ୟ ସେ ଜୀବନର ଅଧିକାଂଶ ସମୟ ଭାରତରେ ଅତିବାହିତ କରିଛନ୍ତି । ତେବେ , ହଲିଉଡ ଫିଲ୍ମ ହାର୍ଟ ଅଫ୍ ଷ୍ଟୋନର ପ୍ରମୋସନ ସମୟରେ ଆଲିଆ ତାଙ୍କ ନାଗରିକତ୍ୱ ନିଶ୍ଚିତ କରିଥିଲେ । ପ୍ରମୋସନ ସମୟରେ ଗାଲ ଗାଡୋଟ୍ ଆଲିଆଙ୍କୁ ତାଙ୍କ ନାଗରିକତ୍ୱ ବିଷୟରେ ପଚାରିଥିଲେ ଏବଂ ଆଲିଆ ନିଶ୍ଚିତ କରିଥିଲେ ଯେ ତାଙ୍କର ବ୍ରିଟିଶ ନାଗରିକତା ଅଛି । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.