ପ୍ରମୂଖ ଖବର
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ସପ୍ତମ ପର୍ଯ୍ୟାୟ ନିର୍ବାଚନ: ୯୦୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୯୯ ଦାଗୀ, ୨୯୯ କୋଟିପତି

ନୂଆଦିଲ୍ଲୀ,୨୩/୦୫: ଲୋକସଭା ନିର୍ବାଚନ ପାଇଁ ଦେଶରେ ପଞ୍ଚମ ପର୍ଯ୍ୟାୟରେ ଭୋଟ ଗ୍ରହଣ ସରିଛି । ବାକି ଦୁଇ ପର୍ଯ୍ୟାୟ ମତଦାନ ମେ ୨୫ ଏବଂ ଜୁନ୍‌ ୧ରେ ହେବ । ଏହା ଭିତରେ ଆସୋସିଏସନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍‌) ସପ୍ତମ ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ସତ୍ୟପାଠ ବିଶ୍ଳେଷଣ କରିଛି । ଏହି ପର୍ଯ୍ୟାୟରେ ମୋଟ ୯୦୪ ପ୍ରାର୍ଥୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧୯୯ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ୨୯୯ ପ୍ରାର୍ଥୀ କୋଟିପତି ବୋଲି ଜଣାପଡ଼ିଛି ।

ଏଡିଆର୍‌ ରିପୋର୍ଟ ଅନୁସାରେ, ଚଳିତ ଲୋକସଭା ନିର୍ବାଚନରେ ଥିବା ସର୍ବମୋଟ ୮,୩୩୭ ପ୍ରାର୍ଥୀଙ୍କ ମଧ୍ୟରେ ୧,୬୪୪ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ସେଥିରୁ ୧,୧୮୮ ଜଣଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ମହିଳା ବିରୋଧୀ ଅପରାଧ, ଘୃଣା ଭାଷଣ ଭଳି ସଙ୍ଗିନ ଅପରାଧିକ ମାମଲା ରହିଛି । ସପ୍ତମ ପର୍ଯ୍ୟାୟରେ ଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୨୨% ବା ୧୯୯ ଜଣଙ୍କ ବିରୋଧରେ କ୍ରିମିନାଲ କେସ୍‌ ରୁଜୁ ହୋଇଛି । ୧୫୧ ଜଣଙ୍କ ନାଁରେ ସଙ୍ଗିନ ଅପରାଧିକ ମାମଲା ରହିଛି । ୧୩ ଜଣ ଦୋଷୀସିଦ୍ଧ ହୋଇଛନ୍ତି । ୪ ଜଣଙ୍କ ବିରୋଧରେ ହତ୍ୟା ଏବଂ ୨୭ ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲାରେ ଦୋଷୀସିଦ୍ଧ ହୋଇଥିବା ସତ୍ୟପାଠରେ ଘୋଷଣା କରିଛନ୍ତି । ୧୩ ଜଣଙ୍କ ବିରୋଧରେ ବଳାତ୍କାର ମାମଲା ରହିଛି । ୨୫ ଜଣଙ୍କ ବିରୋଧରେ ଘୃଣା ପ୍ରସାର କଲା ଭଳି ଭାଷଣ ଦେଇଥିବା ମାମଲା ରହିଛି। 

ସେହିପରି ୩୩% ପ୍ରାର୍ଥୀ ବା ୨୯୯ ଜଣ କୋଟିପତି ରହିଛନ୍ତି । ବିଜେପିର ସର୍ବାଧିକ ୪୪ ପ୍ରାର୍ଥୀ କୋଟିପତି ଥିବାବେଳେ ଦ୍ୱିତୀୟରେ କଂଗ୍ରେସର ୩୦ କୋଟିପତି ପ୍ରାର୍ଥୀ ଅଛନ୍ତି । ସପ୍ତମ ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ସମ୍ପତ୍ତି ହାରାହାରି ୩.୨୭ କୋଟି ଟଙ୍କା ରହିଛି । ୧୧୧ ଜଣଙ୍କ ସମ୍ପତ୍ତି ୫ କୋଟିରୁ ଊଦ୍ଧ୍ୱର୍ ରହିଥିବା ବେଳେ ୮୪ ଜଣଙ୍କ ସମ୍ପତ୍ତି ୨ରୁ ୫ କୋଟି, ୨୨୪ ଜଣଙ୍କ ସମ୍ପତ୍ତି ୫୦ ଲକ୍ଷରୁ ୨ କୋଟି ମଧ୍ୟରେ ରହିଛି । ସପ୍ତମ ପର୍ଯ୍ୟାୟରେ ଶିରୋମଣି ଅକାଳୀ ଦଳର ହରସିମ୍‌ରତ କୌର ସବୁଠୁ ଧନୀ । ବଠିଣ୍ଡାରୁ ପ୍ରାର୍ଥୀ ହୋଇଥିବା ହର୍‌ସିମ୍‌ରତଙ୍କ ସମ୍ପତ୍ତି ୧୯୮ କୋଟି ଟଙ୍କା ଥିବା ସେ ଘୋଷଣା କରିଛନ୍ତି । ଦ୍ୱିତୀୟରେ ଅଛନ୍ତି ଓଡ଼ିଶାର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । କେନ୍ଦ୍ରାପଡ଼ା ଆସନରୁ ନିର୍ବାଚନ ଲଢ଼ୁଥିବା ବୈଜୟନ୍ତଙ୍କ ସମ୍ପତ୍ତି ୧୪୮ କୋଟି ଥିବା ସେ ସତ୍ୟପାଠରେ ଦର୍ଶାଇଛନ୍ତି । ବିଜେପି ଟିକଟରେ ଚଣ୍ଡିଗଡ଼ରୁ ପ୍ରାର୍ଥୀ ହୋଇଥିବା ସଞ୍ଜୟ ଟଣ୍ଡନ ୧୧୧ କୋଟି ଟଙ୍କାର ସମ୍ପତ୍ତି ସହ ତୃତୀୟ ଧନୀ ପ୍ରାର୍ଥୀ ଅଛନ୍ତି । କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟଙ୍କ ସମ୍ପତ୍ତି ୧୦୦ କୋଟି ଏବଂ ଅଭିନେତ୍ରୀ ତଥା ବିଜେପି ପ୍ରାର୍ଥୀ କଙ୍ଗନା ରାଣାୱତଙ୍କ ସମ୍ପତ୍ତି ୯୧ କୋଟି ଟଙ୍କା ବୋଲି ସେ ଘୋଷଣା କରିଛନ୍ତି । ୩ ପ୍ରାର୍ଥୀଙ୍କ ସମ୍ପତ୍ତି ୧୫ ଶହ ଟଙ୍କାରୁ ୨୫ଶହ ଟଙ୍କା ରହିଛି । ଜଣେ ପ୍ରାର୍ଥୀଙ୍କ ସମ୍ପତ୍ତି ୨ ଟଙ୍କା ଓ ଅନ୍ୟ ଜଣେ ୨ ଶହ ଟଙ୍କାର ସମ୍ପତ୍ତି ଘୋଷଣା କରିଛନ୍ତି ।

୪୪% ବା ୪୦୨ ଜଣଙ୍କ ଶିକ୍ଷାଗତ ଯୋଗ୍ୟତା ୫ମରୁ ଦ୍ୱାଦଶ ରହିଛି । ୪୩୦ ଜଣ ନିଜ ଶିକ୍ଷାଗତ ଯୋଗ୍ୟତା ସ୍ନାତକ କିମ୍ବା ଏହାଠାରୁ ଅଧିକ ଥିବା ଦର୍ଶାଇଛନ୍ତି । ୨୦ ଜଣ  ଡିପ୍ଲୋମାଧାରୀ । ୨୪ ଜଣ ନିରକ୍ଷର ରହିଛନ୍ତି । ୨୪୩ ଜଣଙ୍କ ବୟସ ୨୫ରୁ ୪୦ ବର୍ଷ ରହିଛି । ୪୮୧ ଜଣଙ୍କ ବୟସ ୪୧ରୁ ୬୦ ବର୍ଷ ଏବଂ ୧୭୭ ଜଣ ୬୧ରୁ ୮୦ ବର୍ଷ ଭିତରେ ଅଛନ୍ତି । ୩ ଜଣଙ୍କ ବୟସ ୮୦ ବର୍ଷରୁ ଅଧିକ ରହିଛି। 

ଏଡିଆର୍‌ ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଲୋକସଭା ନିର୍ବାଚନରେ ମୋଟ ୮,୩୩୭ ଜଣଙ୍କ ମଧ୍ୟରୁ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ୧୦%ରୁ ବି କମ୍‌ । ନିର୍ବାଚନରେ ମାତ୍ର ୭୯୭ ମହିଳା ପ୍ରାର୍ଥୀ ରହିଛନ୍ତି ଯାହା କି ମୋଟ ପ୍ରାର୍ଥୀଙ୍କର ମାତ୍ର ୯.୫% । ପ୍ରଥମ ପର୍ଯ୍ୟାୟରେ ୧୩୫, ଦ୍ୱିତୀୟ ପର୍ଯ୍ୟାୟରେ ୧୦୦, ତୃତୀୟରେ ୧୨୩, ଚତୁର୍ଥରେ ୧୭୦, ପଞ୍ଚମରେ ୮୨, ଷଷ୍ଠ ପର୍ଯ୍ୟାୟରେ ୯୨ ଏବଂ ସପ୍ତମ  ପର୍ଯ୍ୟାୟରେ କେବଳ ୯୫ ମହିଳା ପ୍ରାର୍ଥୀ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.