ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ତୃତୀୟ ପର୍ଯ୍ୟାୟ ନିର୍ବାଚନ, ୬ ବିଧାନସଭାରେ କଡ଼ା ଟକ୍କର ଦେବ କଂଗ୍ରେସ

Image source:

ଭୁବନେଶ୍ୱର,୨୩/୦୫: ଆସନ୍ତା ୨୫ରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ କଂଗ୍ରେସ ୬ଟି ବିଧାନସଭା ସିଟ୍‌ରେ କଡ଼ା ମୁକାବିଲା କରିବାକୁ ଥିବାବେଳେ ଅନ୍ୟ କେତେକ ଆସନରେ ନିର୍ଣ୍ଣାୟକ ଭୂମିକା ନେଇପାରେ । ତୃତୀୟ ପର୍ଯ୍ୟାୟରେ ଲଢ଼େଇ ହେଉଥିବା ୬ ଲୋକସଭା କ୍ଷେତ୍ରରୁ ୨୦୧୯ରେ ବିଜେପି ୨ଟି  ଓ ବିଜେଡି ୪ଟି ଜିତିଥିଲା । ଏହା ଅନ୍ତର୍ଗତ  ୪୨ଟି ବିଧାନସଭା ସିଟ୍‌ରୁ ବିଜେଡି ୩୪ଟି, ବିଜେପି ୬ ଓ କଂଗ୍ରେସ ମାତ୍ର ୨ଟି ଆସନ  ଅକ୍ତିଆର କରିଥିଲା । ଲୋକସଭା ଆସନ ମଧ୍ୟରୁ ସମ୍ବଲପୁର ଓ ଭୁବନେଶ୍ୱର ଆସନ  ବିଜେପି ଦଖଲରେ ଥିବାବେଳେ କେନ୍ଦୁଝର,  ଢେଙ୍କାନାଳ, କଟକ ଓ ପୁରୀ ଆସନ ବିଜେଡି  ଦଖଲରେ ରହିଥିଲା ।  

କଂଗ୍ରେସ ଆଦୌ ଲୋକସଭା ସିଟ୍‌  ଜିତିନଥିବା ବେଳେ କେବଳ କଟକ  ବାରବାଟୀରୁ ମହମ୍ମଦ ମୋକିମ ଜିତିଥିବା  ବେଳେ ଜଟଣୀ ଆସନରୁ ସୁରେଶ  ରାଉତରାୟ ଜିତିଥିଲେ । କଟକ ବାରବାଟୀରୁ  ଏଥର କିନ୍ତୁ ମୋକିମ ନିଜେ ନ ଲଢ଼ି ଝିଅ  ସୋଫିଆ ଫିର୍ଦ୍ଦୋଷ ଲଢୁଛନ୍ତି। ବିଜେଡି ପ୍ରାର୍ଥୀ  ପ୍ରକାଶ ଚନ୍ଦ୍ର ବେହେରା ଓ ବିଜେପି ପ୍ରାର୍ଥୀ  ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସହ ତାଙ୍କର  କଡ଼ା ମୁକାବିଲା ହେଉଛି । ଗତଥର ଜିତିଥିବା  ଜଟଣୀ ସିଟରେ ବି ସୁର ଲଢୁ ନାହାନ୍ତି ।  ସେଠାରେ କଂଗ୍ରେସ ଟିକଟ ପାଇଛନ୍ତି ସନ୍ତୋଷ  ଜେନା । ବିଜେଡିର ବିଭୂତି ବଳବନ୍ତରାୟ ଓ  ବିଜେପିର ବିଶ୍ୱରଞ୍ଜନ ବଡ଼ଜେନାଙ୍କ ସହ  ସନ୍ତୋଷଙ୍କ ଟକ୍କର ହେଉଛି ।  

୨୦୧୯ରେ ସମ୍ବଲପୁର ଲୋକସଭା  ଅଧୀନ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ  ମଧ୍ୟରୁ କେବଳ ରେଢ଼ାଖୋଲରେ କଂଗ୍ରେସ  ଟକ୍କର ଦେଇଥିଲା । ବିଜେଡିର ରୋହିତ  ପୂଜାରୀ ଜିତିଥିଲେ ମଧ୍ୟ କଂଗ୍ରେସର ଆସଫ  ଅଲ୍ଲି ଖାନ୍‌ ୪୨ ହଜାର ୪୭୯ ଖଣ୍ଡ ଭୋଟ୍‌  ପାଇଥିଲେ । ଆସଫ ଏଥର ପୁଣି ଲଢ଼ୁଥିବା  ବେଳେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟଙ୍କୁ  ଟକ୍କର ଦେଉଛନ୍ତି । 

କେନ୍ଦୁଝର ଲୋକସଭା ଅଧୀନ ଘସିପୁରା ଆସନରେ କଂଗ୍ରେସ ୨୦୧୯ରେ କଡ଼ା ଟକ୍କର ଦେଇଥିଲା । ସେତେବେଳେ ନିରଞ୍ଜନ ପଟ୍ଟନାୟକ ପ୍ରାର୍ଥୀ ଥିଲେ । ଏବେ ସୁବ୍ରତ  ଚକ୍ରଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ  ନିରଞ୍ଜନଙ୍କ ଭାଇ ସୌମ୍ୟରଞ୍ଜନ ପଟ୍ଟନାୟକ  ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସର ଭୋଟ୍‌ ନହେଲେ ବି ପଟ୍ଟନାୟକ ପରିବାରର ଭୋଟ୍‌ ସୌମ୍ୟଙ୍କ ନିକଟକୁ ଯିବାର ସମ୍ଭାବନା ଏଡ଼ାଇ ଦିଆଯାଇପାରିବ ନାହିଁ । ଆନନ୍ଦପୁର ଆସନରେ ପୁଣି ଜୟଦେବ ଜେନା ପ୍ରାର୍ଥୀ  ହୋଇଛନ୍ତି । ସେ ପୂର୍ବରୁ ୪ଥର ଜିତିଛନ୍ତି । ଶେଷ ଥର ୨୦୦୪ରେ ଜିତିଥିବା ବେଳେ  ଗତ ୩ଥର ନିର୍ବାଚନ ହାରିଛନ୍ତି । ହେଲେ କଂଗ୍ରେସର ଏଠାରେ ଗୋଟିଏ ବଡ଼ ଭୋଟ୍‌  ବ୍ୟାଙ୍କ ରହିଛି । ଯାହା କେବେ ୪୫ ହଜାରରୁ  ତଳକୁ ଖସିନି । ୨୦୧୯ରେ ବିଜେଡିରୁ  ଜିତିଥିବା ଭାଗିରଥୀ ସେଠୀଙ୍କୁ ଦଳ ଏଥର  ଟିକଟ ଦେଇନି । ଅଭିମନ୍ୟୁ ସେଠୀଙ୍କୁ ଦଳ  ପ୍ରାର୍ଥୀ କରିଛି । ତେଣୁ କଂଗ୍ରେସର ଜୟଦେବ  ଜିତିବା ନେଇ ଆଶାବାଦୀ ହୋଇ ପଡ଼ିଛନ୍ତି । 

କଟକ ଲୋକସଭାର ବାଙ୍କୀ  ନିର୍ବାଚନମଣ୍ଡଳୀରେ କଂଗ୍ରେସର ପାଖାପାଖି  ୫୦ ହଜାର ଭୋଟ୍‌ ବ୍ୟାଙ୍କ ରହିଛି ।  ୨୦୧୯ରେ ପୂର୍ବତନ ବିଧାୟକ ଦେବାଶିଷ  ପଟ୍ଟନାୟକ ଲଢ଼ି ୫୦ ହଜାର ୪୮୧ ଭୋଟ  ପାଇଥିଲେ । ଏଥର ସେ ପୁଣି ଲଢୁଛନ୍ତି ।  ତାଙ୍କ ସହ ବିଜେଡିର ଛାତ୍ର ବିଜେଡିର ରାଜ୍ୟ  ସଭାପତି ଦେବୀରଞ୍ଜନ ତ୍ରିପାଠୀଙ୍କର କଡ଼ା  ମୁକାବିଲା ହେଉଛି । 

ଭୁବନେଶ୍ୱର ଲୋକସଭା ଅଧୀନରେ  ଥିବା ବେଗୁନିଆ ନିର୍ବାଚନମଣ୍ଡଳୀ ପୂର୍ବରୁ  କଂଗ୍ରେସର ଗଡ଼ ଥିଲା । ପୂର୍ବତନ  ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କର  ଏହା ନିର୍ବାଚନମଣ୍ଡଳୀ ରହିଥିଲା । ଏହି  ଆସନରେ ୬ଥର କଂଗ୍ରେସ ବିଧାୟକ  ଜିତିଥିଲେ । ୨୦୧୯ରେ କଂଗ୍ରେସରୁ  ଲଢୁଥିବା ପ୍ରଦୀପ କୁମାର ସାହୁ ୫୩ହଜାରରୁ  ଅଧିକ ଭୋଟ ପାଇଥିଲେ । ଏଥର ସେ  ବିଜେଡିରୁ ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ଜାନକୀଙ୍କ ପୁଅ  ପୃଥ୍ୱୀବଲ୍ଲଭ ଲଢୁଛନ୍ତି । ସେ ପ୍ରଥମ ଥର  ପାଇଁ ଲଢୁଥିବାରୁ ଭୋଟର୍‌ କେମିତି ପସନ୍ଦ  କରୁଛନ୍ତି, ତାହା ଦେଖିବାକୁ ବାକି ରହିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.