ନୂଆଦିଲ୍ଲୀ,୨୪/୦୮: ଉତ୍ତରପ୍ରଦେଶ ଗ୍ରେଟର ନୋଏଡାରେ ଯୌତୁକ ସମ୍ପର୍କିତ ନିକ୍କି ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ସ୍ୱାମୀ ବିପିନଙ୍କୁ ପୁଲିସ ଏନକାଉଣ୍ଟର କରିଛି । ଡାକ୍ତରୀ ଚିକିତ୍ସା ସମୟରେ ପୁଲିସଠୁ ବନ୍ଧୁକ ଛଡାଇ ଖସି ଯିବାକୁ ଉଦ୍ୟମ କରୁଥିବାବେଳେ ବିପିନକୁ ଏନକାଉଣ୍ଟର ହୋଇଛି । ବିପିନର ଗୋଡ଼ରେ ଗୁଳି ବାଜିଛି । ୨୮ ବର୍ଷୀୟା ନିକ୍କିଙ୍କୁ ତାଙ୍କ ସ୍ୱାମୀ ବିପିନ ଏବଂ ପରିବାର ପୋଡ଼ି ଦେଇଥିଲେ। ୩୬ ଲକ୍ଷ ଟଙ୍କା ଯୌତୁକ ଦାବିକୁ ନେଇ ନିକ୍କିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
'ମୁଁ କିଛି କରିନାହିଁ'- ଏନକାଉଣ୍ଟରର ପରେ ହସ୍ପିଟାଲ ବେଡରେ ବିପିନଙ୍କୁ ଭୁଲର ଅନୁତାପ ନେଇ ପ୍ରଶ୍ନ କରାଯାଇଥିଲା । ଉତ୍ତରରେ ସେ କହିଥିଲେ, '' ମୁଁ କିଛି କରିନାହିଁ । ନା ମୁଁ ତାକୁ ମାରିଛି ନା କିଛି କରିଛି । ସେ ନିଜେ ନିଜେ ମରିଛନ୍ତି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ସାଧାରଣ କଥା । ମୁଁ କିଛି କରିନାହିଁ ।''
#WATCH | Greater Noida: Accused of murdering his wife Nikki over dowry demands, Vipin Bhati says, "... I have no remorse. I haven't killed her. She died on her own. Husband and wife often have fights, it is very common..." pic.twitter.com/YrPFaYARuY
— ANI (@ANI) August 24, 2025
'ଛାତିରେ ଗୁଳି ମାରିବାର ଥିଲା'- ବିପିନକୁ ଏନକାଉଣ୍ଟର ପରେ ନିକ୍କିଙ୍କ ବାପା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ମୋତେ ଏହା ଶୁଣି ଭାରି ଖୁସି ଲାଗିଲା । ଗୋଡ଼ ନୁହେଁ ତା ଛାତିରେ ଗୁଳି ମାରିଥିଲେ ଠିକ୍ ହୋଇଥାନ୍ତା । ଅଭିଯୁକ୍ତ ବିପିନକୁ ଏନକାଉଣ୍ଟର କରିବାକୁ ଦାବି କରୁଥିଲେ ନିକ୍କିଙ୍କ ବାପା ।
କଣ ମାମଲା ? ୨୦୧୬ରେ ନିକ୍କି ଓ ତାଙ୍କ ଭଉଣୀ କାଞ୍ଚନଙ୍କ ବିବାହ ଗୋଟିଏ ଘରେ ହୋଇଥିଲା । ଦୁଇ ଝିଅଙ୍କ ବିବାହ ପାଇଁ ବାପଘର ଯୌତୁକରେ ନିଜ ସାମର୍ଥ୍ୟ ଅନୁସାରେ ସବୁକିଛି ଦେଇଥିଲେ । ଦାମୀ ସ୍କ୍ରପିଓ ଦେଇଥିଲେ । ତା'ପରେ ବି ନିକ୍କିଙ୍କୁ ନିର୍ମମ ଭାବରେ ମାଡ଼ ମାରି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ଭଉଣୀ କାଞ୍ଚନ । ୩୬ ଲକ୍ଷ ଟଙ୍କା ଯୌତୁକ ଦାବି କରୁଥିଲେ ନିକ୍କିଙ୍କ ଶାଶୂଘର ଲୋକ । ଶନିବାର ଗ୍ରେଟର ନୋଏଡାର ଏକ ପରିବାର ଉପରେ ସେମାନଙ୍କ ବୋହୂଙ୍କୁ ନିର୍ମମ ଭାବରେ ଜାଳି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାଟି ଅଗଷ୍ଟ ୨୧ ତାରିଖରେ ଘଟିଥିଲା । ନିକ୍କିଙ୍କୁ ତାଙ୍କ ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକେ କୁନି ପୁଅ ଆଗରେ ନିଆଁ ଲଗାଇ ଜାଳି ଦେଇଥିଲେ । ଶନିବାର ଦିନ, ମାମଲା ସହିତ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିବା ପରେ ଘଟଣାର ଖୁଲାସା ହୋଇଛି ।