ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଶ୍ରୀମନ୍ଦିର ସୁରକ୍ଷାରେ ଅହେତୁକ ଅବହେଳା, କେବଳ ରତ୍ନଭଣ୍ଡାରର ହେଲା ଲେଜର ସ୍କାନିଂ, ମୁଖ୍ୟ ମନ୍ଦିର ଓ ପାର୍ଶ୍ୱ ଦେବଦେବୀଙ୍କୁ ଭୁଲିଗଲେ

Published By : Rasmita Pradhan | November 7, 2024 11:25 AM

ପୁରୀ, ୦୭/୧୧ : ଶ୍ରୀମନ୍ଦିର ସୁରକ୍ଷାରେ ଅହେତୁକ ଅବହେଳା କରାଯାଉଛି। ରତ୍ନଭଣ୍ଡାରରେ ଫାଟ ଥିବା ଓ ଏଥିପ୍ରତି ବିପଦ ସୃଷ୍ଟି ହୋଇଥିବା ବିଭିନ୍ନ ମହଲରେ ଚର୍ଚ୍ଚା ଜୋର୍‌ ଧରିବାରୁ ତତ୍କାଳୀନ ସରକାର ଏହାର ଲେଜର ସ୍କାନିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ହାଇଦ୍ରାବାଦ୍‌ରୁ ଏକ ବିଶେଷଜ୍ଞ ଦଳ ରତ୍ନଭଣ୍ଡାର ସହ ଶ୍ରୀମନ୍ଦିରରେ ଥିବା ସମସ୍ତ ଛୋଟବଡ଼ ୧୩୪ଟି ପ୍ରାଚୀନ ମନ୍ଦିର ଲେଜର ସ୍କାନିଂ କରିବ ବୋଲି ଜଣାପଡ଼ିଥିଲା । ଲେଜର ସ୍କାନିଂ ହେଲେ ସମସ୍ତ ମନ୍ଦିରରେ ରହିଥିବା ଫାଟ ଓ ଅନ୍ୟାନ୍ୟ ତ୍ରୁଟି ଜଣାପଡ଼ିବ । ପରେ ମରାମତି ଓ ସଂରକ୍ଷଣ କରିବାରେ ଏଏସ୍‌ଆଇକୁ ସୁବିଧା ହେବ ବୋଲି କୁହାଯାଇଥିଲା । ମାସକ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ । ହେଲେ କେବଳ ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଗଲା । ବର୍ଷେରୁ ଅଧିକ ସମୟ ବିତିଥିଲେ ହେଁ ଶ୍ରୀମନ୍ଦିର ପରିସର ପାର୍ଶ୍ୱ ଦେବଦେବୀ ମନ୍ଦିର ଲେଜର ସ୍କାନିଂ ହେଲାନାହିଁ । ତେଣୁ କେବେ ଏହି କାର୍ଯ୍ୟ ହେବ ଏବଂ ମରାମତି ଓ ସଂରକ୍ଷଣ କାମ ଏଏସ୍‌ଆଇ ହାତକୁ ନେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ଏଏସ୍‌ଆଇର ଜଣେ ଅଧିକାରୀ କହିଛନ୍ତି, ଆମ ପାଖରେ ଲେଜର ସ୍କାନିଂ ମେସିନ୍‌ ରହିଛି । ଏହାକୁ ବ୍ୟବହାର କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଲେ କାମ ଆଗେଇବ । ଲେଜର ସ୍କାନିଂ ନିମନ୍ତେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଶ୍ରୀମନ୍ଦିର ପ୍ରଶାସନକୁ କରିବାକୁ ପଡ଼ିବ । ଯେହେତୁ ବଡ଼ଦେଉଳ ଓ ଏହାର ପାର୍ଶ୍ୱ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ସର୍ବଦା ରହୁଛି ତେଣୁ ଆବଶ୍ୟକ ସ୍ଥଳେ କିଛି ସମୟ ଦର୍ଶନ ବ୍ୟବସ୍ଥା ବନ୍ଦ କରି ଲେଜର ସ୍କାନିଂ ନିମନ୍ତେ ସବୁ ବନ୍ଦୋବସ୍ତ କରିବାକୁ ପଡ଼ିବ । ଶ୍ରୀମନ୍ଦିରରେ ନୀତି ସଅଳ କରିବାକୁ ମଧ୍ୟ ପଡ଼ିପାରେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସହଯୋଗ ମିଳିଲେ ଏହି କାମ ହୋଇପାରନ୍ତା ବୋଲି ସେ ମତ ରଖିଛନ୍ତି । ସୂଚନାଥାଉକି, ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ଦାୟିତ୍ୱ ଏଏସ୍‌ଆଇ ନେଇଥିଲେ ହେଁ ଶ୍ରୀମନ୍ଦିର ପ୍ରଶାସନର ସମନ୍ୱୟର ଅଭାବରୁ ଏହି ପ୍ରାଚୀନ ଐତିହ୍ୟ ତଥା ଧର୍ମସ୍ଥଳୀର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଠିକ୍‌ ଭାବରେ ହୋଇପାରୁନାହିଁ । ୧୯୭୫ରେ ଶ୍ରୀମନ୍ଦିରକୁ ଜାତୀୟ ଐତିହ୍ୟ ଘୋଷଣା କରାଯିବା ପରେ ୧୯୮୫ରେ ଏଏସ୍‌ଆଇ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିଲା । ଏହା ଭିତରେ ୪୦ ବର୍ଷ ପୂରିବାକୁ ବସିଛି । ମାତ୍ର ଏହି ସମୟ ଭିତରେ ବଡ଼ଦେଉଳ ଓ ଏହାର ପାଶ୍ୱର୍ ଦେବଦେବୀ ମନ୍ଦିର, ମେଘନାଦ ପାଚେରି ପ୍ରଭୃତି ସ୍ଥାନରୁ ପଥର ଖସିବା ଉଦ୍‌ବେଗର କାରଣ ହୋଇଛି । 

ଗତ ମାର୍ଚ୍ଚ ୯ରେ ବଡ଼ଦେଉଳରୁ ୨କେଜି ଓଜନର ଏକ ପଥର ଖସିଥିଲା । ପଥର ପଡ଼ି ଶ୍ରୀମନ୍ଦିର କୁରୁମ ବେଢ଼ା ଭିତରେ ପଡ଼ିଥିଲା । ଏଥିରେ କେହି ଆହତ ହୋଇନଥିଲେ । ଏହି ଘଟଣାର ଯାଞ୍ଚ କରି କେଉଁଠୁ ପଥର ଖସିଛି ଚିହ୍ନଟ କରାଯିବ ବୋଲି ଏଏସ୍‌ଆଇର ସୁପରିଣ୍ଟେଣ୍ଡେଣ୍ଟ କହିଥିଲେ । ହେଲେ ଏପର୍ଯ୍ୟନ୍ତ ପଦକ୍ଷେପ ଶୂନ । ଇତିହାସ ପୃଷ୍ଠାରୁ ଜଣାପଡ଼େ ରକ୍ଷଣାବେକ୍ଷଣ ଅବହେଳାରୁ ୧୯୩୯ ମସିହାରେ ଗର୍ଭଗୃହ ସିଂହାସନ ଉପରୁ ଖସିଥିଲା ପଥର । ୧୯୬୧ରେ ଗର୍ଭଗୃହ ଚାନ୍ଦୁଆ ଉପରୁ ଖସିଥିଲା ପଥର । ସେହିପରି ୧୯୬୯, ୧୯୭୫, ୧୯୭୯ ଓ ୧୯୮୫ରେ ଶ୍ରୀମନ୍ଦିର ପରିସର ବିଭିନ୍ନ ମନ୍ଦିରରୁ ପଥର ଖସିଥିଲା । ୧୯୯୦ରେ ଶ୍ରୀମନ୍ଦିର ଭୋଗମଣ୍ଡପ ଉପରୁ ୨ଟା ପଥର ଓ ଅଁଳାଶ୍ରୀରୁ ଗୋଟିଏ ପଥର ଖସିଥିଲା । ୧୯୯୨ ଗର୍ଭଗୃହରୁ ୧୦ ଟନ୍‌ ଓଜନର ପଥର ଖସିଥିଲା । ୨୦୦୦ ମସିହାରେ ଜୟବିଜୟ ଦ୍ୱାର ଉପରୁ ପଥର ଖସିଥିଲା । ୨୦୧୯ରେ ଫୋନି ବାତ୍ୟା ବେଳେ ଶ୍ରୀମନ୍ଦିର ବାହାର ପାଶ୍ୱର୍ରେ ଲୁହା ଭାରା ଦିଆଯାଇଥିବାରୁ ପବନ ମାଡ଼ରେ ଲୁହାଭାରା ଖସିବାରୁ ଏକ ବିରାଟ ସିଂହମୂର୍ତ୍ତି ଉପରୁ ଭାଙ୍ଗି ଖସି ପଡ଼ିଥିଲା । ତଥାପି ଏଏସ୍‌ଆଇ, ଶ୍ରୀମନ୍ଦିର ପ୍ରଶାସନ ଓ ସରକାରଙ୍କର ଚେତା ପଶୁନି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.