ଭୁବନେଶ୍ବର, ୧୩।୭ : ରାଜଧାନୀରେ ଗୋଷ୍ଠୀ ସଂଘର୍ଷ ଘଟିଛି। ପଥରଗାଡିଆ ଗାଁର ୨ ସାହି ମଧ୍ୟରେ ସଂଘର୍ଷ ଘଟିଛି। ପୂର୍ବ ଶତ୍ରୁତାକୁ ନେଇ ୨ ସାହି ମୁହାଁମୁହିଁ ହୋଇଛନ୍ତି। କଟୁରୀ ଓ ଠେଙ୍ଗା ଆକ୍ରମଣରେ ଏକାଧିକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ପୁଲିସ । ଫେରାର ଆକ୍ରମଣକାରୀଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଚଢାଉ ଜାରି ରହିଛି। ପରିସ୍ଥିତି ଉପରେ ନଜର ରଖିବା ପାଇଁ ଗାଁରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ଆହୁରି ପଢନ୍ତୁ :କେବିସି ବିଜେତା କହି ଫୋନ୍ କଲେ , ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩୨ ଲକ୍ଷ ଟଙ୍କା ନେଇଗଲେ