ଭୁବନେଶ୍ଵର, ୦୮/୦୫ : ବାଲିଅନ୍ତାରେ ସୌମ୍ୟରଞ୍ଜନଙ୍କୁ ପିଟିପିଟି ବିଭତ୍ସ ଭାବେ ହତ୍ୟା ଘଟଣା। ଜିଆରପି ଏସପି ଭବାନୀ ଶଙ୍କର ଉଦଗାତାଙ୍କ ପ୍ରତିକ୍ରିୟା। ୨୦୧୪ରୁ ଜିଆରପି କନେଷ୍ଟବଳ ଭାବେ ଯୋଗ ଦେଇଥିଲେ ସୌମ୍ୟ। ସେ ବିଭିନ୍ନ ସମୟରେ କାର୍ଯ୍ୟରେ ଅନୁପସ୍ଥିତ ରହୁଥିଲେ। ଏପ୍ରିଲ ୨୫ରୁ କାର୍ଯ୍ୟରେ ଯୋଗ ଦେଇଥିଲେ। ଅନୁପସ୍ଥିତ ସମୟରେ ସେ ଜିମ୍ କଥା ବୁଝୁଥିଲେ। ତାଙ୍କ ଦରମା ମଧ୍ୟ ବନ୍ଦ କରାଯାଇଥିଲା। ତାଙ୍କ ନାଁରେ ମହିଳା ଥାନାରେ ଏକ ମାମଲା ଥିଲା। ଜିଆରପି ଏସପି କହିଛନ୍ତି ଯେ, ହତ୍ୟା ସମ୍ପର୍କରେ ଭୁବନେଶ୍ଵର ଡିସିପିଙ୍କ ସହ କଥା ହୋଇଛୁ।
ସେପଟେ ସୌମ୍ୟଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ତାଙ୍କ ସାଙ୍ଗ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ସୌମ୍ୟ ଆଦୌ ନିଶା ସେବନ କରନ୍ତି ନାହିଁ, ଆମକୁ ବି ବାରଣ କରନ୍ତି। ସମସ୍ତଙ୍କୁ ସବୁବେଳେ ସାହାଯ୍ୟ ସହଯୋଗ କରନ୍ତି। ଘଟଣାରେ ସଂପୃକ୍ତ ୨ ଯୁବତୀଙ୍କୁ ଗିରଫ କରାଯାଉ, ସେମାନେ ମିଛ କହୁଛନ୍ତି। ପୁଲିସର ବ୍ୟବସ୍ଥା ଅତ୍ୟନ୍ତ ନିନ୍ଦନୀୟ ବୋଲି ସୌମ୍ୟଙ୍କ ସାଙ୍ଗ କହିଛନ୍ତି।
ସେପଟେ ଏହି ଘଟଣା ଘଟିବା ପରେ ସୌମ୍ୟଙ୍କୁ ଟ୍ରକ୍ ରେ ନେବା ଘଟଣା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆମ୍ଵୁଲାନ୍ସରେ ନନେଇ ସୌମ୍ୟଙ୍କୁ ମାଡ଼ ମାରିବା ପରେ ଟ୍ରକ୍ ଯୋଗେ ମେଡିକାଲକୁ ନିଆଯାଇଥିଲା। ପିସିଆର ଭ୍ୟାନ୍ ଆଗେ ଆଗେ ଯାଉଥିଲା। ପଛେ ପଛେ ଟ୍ରକ୍ ଯାଉଥିବା ସିସିଟିଭିରୁ ଜଣାପଡ଼ିଛି। ଟ୍ରକ୍ ରେ ଗୁରୁତରଙ୍କୁ ମେଡିକାଲ ନେବା ଘଟଣା ସମସ୍ତଙ୍କୁ ବିଚଳିତ କରିଛି। ଆମ୍ଵୁଲାନ୍ସରେ ନିଆଯାଇନଥିବାରୁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି।
ଏହି ଖବରଟିକୁ ପଢନ୍ତୁ- ବାଲିଅନ୍ତା ବର୍ବରତା: ସରକାରକୁ ଘେରିଲେ ବିଜେଡି-କଂଗ୍ରେସ, ଅପାରଗ ସରକାର... ଇସ୍ତଫା ଦିଅ, ବିଜେପି କହିଲା ବିରୋଧୀ ଶସ୍ତା ରାଜନୀତି କରୁଛନ୍ତି