ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

‘କୋର୍ଟ ସମସ୍ତଙ୍କ ପାଇଁ ସମାନ, ସେ ରାଜନେତା, ସାମ୍ବାଦିକ କିମ୍ବା ଅନ୍ୟ କେହି ହୁଅନ୍ତୁ,’ କାହିଁକି ଏମିତି କହିଲେ ଗୁଜୁରାଟ ହାଇକୋର୍ଟ…

Published By : Ladu Kishor | October 14, 2024 5:10 PM

ନୂଆଦିଲ୍ଲୀ: ଜିଏସଟି ଠକେଇ ଅଭିଯୋଗରେ ଗିରଫ ହୋଇଥିବା ‘ଦ ହିନ୍ଦୁ’ର ପତ୍ରକାର  ମହେଶ ଲଙ୍ଗାଙ୍କ ମାମଲାରେ ଗୁଜୁରାଟ ହାଇକୋର୍ଟ ସୋମବାର ପ୍ରଶ୍ନ ଉଠାଇଛନ୍ତି। ବିଚାରପତି ସନ୍ଦୀପ ଏନ ଭଟ୍ଟ ପ୍ରଶ୍ନ କରିଛନ୍ତି ଯେ, ଏହି ମାମଲାକୁ କାହିଁକି ଏତେ ସାର୍ବଜନୀନ କରାଯାଇଛି ଏବଂ କହିଛନ୍ତି ଯେ ନ୍ୟାୟାଳୟଙ୍କ ସାମ୍ନାରେ ପ୍ରତ୍ୟୋକ ବ୍ୟକ୍ତି ସମାନ, ସେ ରାଜନେତା, ସାମ୍ବାଦିକ କିମ୍ବା ଅନ୍ୟ କେହି ହୁଅନ୍ତୁ ନା କାହିଁକି । 

ବିଚାରପତି କହିଛନ୍ତି "କାହିଁକି ଏତେ ପ୍ରଚାର କରାଯାଉଛି ? ପ୍ରତ୍ୟେକ ନାଗରିକ ଜଣେ ନାଗରିକ। ଆମେ ଅତି କମରେ ବିଚାର ସମୟରେ କୌଣସି ପ୍ରଚାର କରିବାକୁ ଚାହୁଁନାହୁଁ। ଏହା ଉପଯୁକ୍ତ ନୁହେଁ । ଏହା ଜଣାପଡୁଛି ଯେ କିଛି ପ୍ରୟାସ କରାଯାଇଥିଲା। ଆମେ ଏହି ପ୍ରୟାସ ଦ୍ୱାରା ପ୍ରଭାବିତ ହେବୁ ନାହିଁ । ଏହା ଉଚିତ୍ ନୁହେଁ । ହୋଇପାରେ ତାଙ୍କୁ ଏହି ପ୍ରଚାରରେ କୌଣସି ଲାଭ ମିଳି ନଥାଇପାରେ । କିନ୍ତୁ ଯିଏ ବି ଏହା ପଛରେ ଅଛି, ପୂରା ଆବେଦନ ପ୍ରକାଶିତ ହୋଇ ସାରିଛି କିମ୍ବା ଏହାର କିଛି ଅଂଶ ବାହାରକୁ ଆସି ସାରିଛି । ଏପରି ହେବା ଉଚିତ୍ ନୁହେଁ । ନିଶ୍ଚିତ, କିଛି ଥିଲା ... ମୁଁ ବର୍ତ୍ତମାନ ପ୍ରକାଶ କରିବାକୁ ଚାହେଁ ନାହିଁ କାରଣ ତୁମେ ଏହାକୁ ଫେରାଇ ନେଉଛ । 

ତେବେ ମାଜିଷ୍ଟ୍ରେଟ କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଲଙ୍ଗା ଏହି ଆବେଦନ କରିଥିଲେ ଯାହା ତାଙ୍କୁ ୧୦ ଦିନ ପୋଲିସ ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲା । ଅକ୍ଟୋବର ୮ ରେ ଜିଏସଟି ଠକେଇ ମାମଲାରେ ତାଙ୍କୁ କ୍ରାଇମ ବ୍ରାଞ୍ଚ (ଡିସିବି) ଗିରଫ କରିଥିଲା । ଗତ ସପ୍ତାହରେ ଯେତେବେଳେ ଏହି ମାମଲାର ଶୁଣାଣି ହୋଇଥିଲା, ସେତେବେଳେ ରାଜ୍ୟ ଓକିଲ କହିଥିଲେ ଯେ, ସେ ଏପର୍ଯ୍ୟନ୍ତ ପିଟିସନର କପି ପାଇନାହାଁନ୍ତି । ତେଣୁ ଲଙ୍ଗାଙ୍କ ଓକିଲଙ୍କୁ ରାଜ୍ୟକୁ କାଗଜପତ୍ର ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେବା ପରେ କୋର୍ଟ ଆଜି ପର୍ଯ୍ୟନ୍ତ ମାମଲା ସ୍ଥଗିତ ରଖିଛନ୍ତି । ତେବେ ଆଜି ଏହି ମାମଲାର ଶୁଣାଣି ପାଇଁ ଆସିଥିବା ବେଳେ ଲଙ୍ଗାଙ୍କ ଓକିଲ କହିଛନ୍ତି ଯେ ପତ୍ରକାର ତାଙ୍କ ଆବେଦନ ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି ।

ଆଉ ଏହି ସମୟରେ ବିଚାରପତି ଭଟ୍ଟ ଜାଣିବାକୁ ଚାହିଁଥିଲେ ଯେ, କାହିଁକି ଆବେଦନ ପ୍ରତ୍ୟାହାର କରାଯାଉଛି ଏବଂ ଏହା ପରେ କୌଣସି ଅଗ୍ରଗତି ହୋଇଛି କି ନାହିଁ। ତେବେ ଏ ବାବଦରେ ତାଙ୍କର କୌଣସି ସୂଚନା ନାହିଁ ବୋଲି ଓକିଲ କହିଛନ୍ତି। ଏହି ପର୍ଯ୍ୟାୟରେ ମାମଲାକୁ ସାର୍ବଜନୀନ କରିବା ପାଇଁ ହୋଇଥିବା ଉଦ୍ୟମ ଉପରେ କୋର୍ଟ ପ୍ରଶ୍ନ କରିଥିଲେ।

ବିଚାରପତି କହିଛନ୍ତି ଯେ, "ସେ କିଏ ବି ହୁଅନ୍ତୁ ନା କାହିଁକି, ରାଜନେତା ହୁଅନ୍ତୁ, ସାମ୍ବାଦିକ ହୁଅନ୍ତୁ କିମ୍ବା ସାଧାରଣ ନାଗରିକ ହୁଅନ୍ତୁ, କୋର୍ଟ ହେଉଛି କୋର୍ଟ । ଯେତେବେଳେ ଆମେ ବିଚାର କରୁ, ଏହା ଗୁଣ ଏବଂ ଦୋଷ ଆଧାରରେ ହୋଇଥାଏ । ଏତେ ପ୍ରଚାର-ପ୍ରସାର କଣ ପାଇଁ ? 

ସୂଚନାଥାଉକି ଲାଙ୍ଗା ତାଙ୍କ ଆବେଦନରେ ଯୁକ୍ତି ଦର୍ଶାଇଥିଲେ ଯେ, ମାଜିଷ୍ଟ୍ରେଟ କୋର୍ଟ ତାଙ୍କୁ ଏହି ଅପରାଧରେ ସମ୍ପୃକ୍ତ ଥିବା ଏବଂ ତାଙ୍କ ବିରୋଧରେ କୌଣସି ସନ୍ଧାନ ନକରି ରେକର୍ଡ କରି ୧୦ ଦିନିଆ ପୋଲିସ ହେପାଜତକୁ ପଠାଇଥିଲେ। ଏହା ମଧ୍ୟ କହିଥିଲେ ଯେ ତାଙ୍କ ଗିରଫ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ତାଙ୍କୁ ସାମ୍ବାଦିକତା କାର୍ଯ୍ୟକଳାପରୁ ନିବୃତ୍ତ କରାଯିବା ପାଇଁ କରାଯାଇଥିଲା।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.