- ବଣ୍ଡି ବିଚ୍ ଆକ୍ରମଣ ଘଟଣାରେ ସୁଟର ସହ ୧୨ ମୃତ
- ଆତଙ୍କବାଦୀ ଆକ୍ରମଣ ଘୋଷଣା କଲେ ଅଷ୍ଟ୍ରେଲିଆ ସରକାର
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିନ୍ଦା, କହିଲେ- ‘ଅଷ୍ଟ୍ରେଲିଆ ସହ ଆମେ ଅଛୁ’
ସିଡନୀ,୧୪।୧୨: ସିଡନୀର ବଣ୍ଡି ବିଚ୍ରେ ପହଲଗାମ୍ ଘଟଣାର ପୁନରାବୃତ୍ତି। ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼ରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ଭିତରେ ଆକ୍ରମଣକାରୀ ମଧ୍ୟ ରହିଛି। ଅଷ୍ଟ୍ରେଲିଆ ସରକାର ଏହି ଗୁଳିକାଣ୍ଡକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜମ୍ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବଣ୍ଡି ବିଚ୍ରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ତାହା କଷ୍ଟଦାୟକ।
Strongly condemn the ghastly terrorist attack carried out today at Bondi Beach, Australia, targeting people celebrating the first day of the Jewish festival of Hanukkah. On behalf of the people of India, I extend my sincere condolences to the families who lost their loved ones.…
— Narendra Modi (@narendramodi) December 14, 2025
ଏହି ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିନ୍ଦା କରିଛନ୍ତି। ଦୁଃଖ ପ୍ରକାଶ କରି ପିଏମ୍ ମୋଦି କହିଛନ୍ତି, ଭାରତର ଜନତାଙ୍କ ପକ୍ଷରୁ ସେହି ସବୁ ପରିବାର ପ୍ରତି ଗଭୀର ସମବେଦନା, ଯେଉଁମାନେ ଗୁଳିକାଣ୍ଡରେ ନିଜ ଲୋକଙ୍କୁ ହରାଇଛନ୍ତି।ଏହି ଦୁଃଖର ମୁହୁର୍ତ୍ତରେ ଅଷ୍ଟ୍ରେଲିଆ ଜନତା ସହ ଭାରତ ସମ୍ପୂର୍ଣ୍ଣ ଭାବରେ ମଜବୁତ ଭାବରେ ଠିଆ ହୋଇଛି।’ ଭାରତର ଜମ୍ମୁ-କଶ୍ମୀରର ପହଲଗାମ୍ରେ ଚଳିତ ବର୍ଷ ଠିକ୍ ଏଭଳି ସମାନ ଘଟଣା ଘଟିଥିଲା। ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା। ପାକିସ୍ତାନର ସମ୍ପୃକ୍ତି ଜଣାପଡିବା ପରେ ଆରମ୍ଭ ହୋଇଥିଲା ‘ଅପରେସନ୍ ସିନ୍ଦୁର’।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସନ୍ଧ୍ୟା ପ୍ରାୟ ୬ଟା ୪୦ ମିନିଟ୍ରେ ଦୁଇ ଆକ୍ରମଣକାରୀ ଗାଡିରୁ ବାହାରିଥିଲେ ଓ ବଣ୍ଡି ପାଭିଲିଅନ୍ ନିକଟରେ ଫାୟରିଂ ଆରମ୍ଭ କରିଦେଇଥିଲେ। ଗୁଳି ଶବ୍ଦ ଶୁଣିବା ମାତ୍ରେ ପୁରା ଅଞ୍ଚଳରେ ଆରମ୍ଭ ହୋଇଯାଇଥିଲା ଧାଁ ଦଉଡ। ଲୋକ ଜୀବନ ବଞ୍ଚାଇବା ପାଇଁ ପଳାଇବାକୁ ଚେଷ୍ଟା କରିଥିଲେ। ସମୁଦ୍ର ବେଳାଭୂମିରେ କେବଳ ଲୋକଙ୍କ ବିକଳ ଚିତ୍କାର। ସିଡନୀ ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁସାରେ, ଗୁଳିକାଣ୍ଡରେ ସୁଟର ସହିତ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ଅଧିକାରୀ ସ୍ପଷ୍ଟ କରିଛନ୍ତି, ଆକ୍ରମଣକାରୀଙ୍କ ଭିତରକୁ ଜଣେ ସିଡନୀର ଦକ୍ଷିଣ-ପଶ୍ଚିମ ବୋନିରିଗରେ ରହୁଥିବା ନଭିଦ ଅକରମ ଥିଲ। ଉଲ୍ଲେଖନୀୟ ଯେ, ବଣ୍ଡି ବିଚ୍ରେ ଲୋକମାନେ ହନୁକା ଉତ୍ସବ ପାଳନ କରୁଥିବା ସମୟରେ ଏହି ଘଟଣା ଘଟିଥିଲା।
ଆହୁରି ପଢନ୍ତୁ :ଅଷ୍ଟ୍ରେଲିଆରେ ଇହୁଦୀ ପର୍ବ ହନୁକା ସମୟରେ ଗୁଳିକାଣ୍ଡ, ବଣ୍ଡି ବିଚ୍ରେ ୧୦ ଜଣଙ୍କର ମୃତ୍ୟୁ, ଅନେକ ଆହତ