ନୂଆଦିଲ୍ଲୀ : ଆଇପିଏଲକୁ ଅନୁସରଣ କରି ପାକିସ୍ତାନରେ ଖେଳାଯାଉଥିବା ଲିଗ୍ ପିଏସଏଲ ଲିଗକୁ ଷ୍ଟାଡିୟମରେ ଦେଖି ପାରିବେ ନାହିଁ ଦର୍ଶକ । ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଏଭଳି ଘୋଷଣା କରାଯାଇଛି । ବିନା ଦର୍ଶକରେ ମ୍ୟାଚ ଖେଳାଯିବା ନେଇ ନିଆଯାଇଛି ନିଷ୍ପତ୍ତି । ଆଫଗାନିସ୍ତାନ ସହ ପାକିସ୍ତାନର ଯୁଦ୍ଧ ଚାଲିଛି । ତାଲିବାନ ଘନ ଘନ ଆକ୍ରମଣ କରୁଥିବାବେଳେ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବ ପିଏସଏଲ । ତେବେ ଚଳିତ ସିଜିନରେ କେବଳ ଦୁଇଟି ସହରରେ ଖେଳାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ୬ ସହରରେ ଆୟୋଜନ ନେଇ ଯୋଜନା କରାଯାଇଥିଲା । ମାତ୍ର ଏବେ କେବଳ କରାଚି ଏବଂ ଲାହୋରରେ ଖେଳାଯିବ ବୋଲି ପିସିବି ମୁଖ୍ୟ ମୋହସିନ୍ ନକଭି ସୂଚନା ଦେଇଛନ୍ତି । ପରିସ୍ଥିତି ସ୍ବାଭାବିକ ନହେବା ପର୍ଯ୍ୟନ୍ତ ଷ୍ଟାଡିୟମରେ ଦର୍ଶକଙ୍କ ଉପରେ ବାରଣ ରହିବ । ଏହାସହ କୌଣସି ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବନାହିଁ ବୋଲି ମଧ୍ୟ ପ୍ରେସମିଟରେ ସୂଚନା ଦିଆଯାଇଛି ।

ନକଭି କହିଛନ୍ତି କି, ପିଏସଏଲ ହେଉଛି ଆମର ଆନ୍ତର୍ଜାତୀୟ ବ୍ରାଣ୍ଡ । ଏହି ଲିଗରେ ଅନେକ ବିଦେଶୀ ଖେଳାଳି ଭାଗ ନେଇଛନ୍ତି । ଯେଉଁ କାରଣରୁ ଆମେ ଟୁର୍ଣ୍ଣାମେଣ୍ଟକୁ ବାତିଲ୍ କରିପାରୁବୁ ନାହିଁ । ଏକାସାଙ୍ଗେ ୨୫ ହଜାରରୁ ୩୦ ହଜାର ଦର୍ଶକ ଏକାସାଙ୍ଗେ ବସି ମ୍ୟାଚ୍ ଦେଖିବା ଅସମ୍ଭବ । ଏଣୁ ବିନା ଦର୍ଶକରେ ମ୍ୟାଚ୍ ଅନୁଷ୍ଠିତ ହେବ । ତେବେ ଫ୍ରାଞ୍ଚାଇଜ୍ ମାନଙ୍କୁ ସେମାନଙ୍କ ଗେଟ୍ ମନିର କ୍ଷତି ପାଇଁ ପିସିବି ପକ୍ଷରୁ କ୍ଷତି ପୂରଣ ଦିଆଯିବ ବୋଲି ମଧ୍ୟ କୁହାଯାଇଛି । ଏହାସହ ମ୍ୟାଚ ଦେଖିବା ପାଇଁ ଯେଉଁ ଦର୍ଶକମାନେ ଆଗୁଆ ଟିକେଟ୍ ବୁକ୍ କରିଥିଲେ ୭୨ ଘଣ୍ଟା ମଧ୍ୟରେ ତାଙ୍କୁ ଟଙ୍କା ଫେରସ୍ତ କରାଯିବ ।

ଏହାସହ ପଢ଼ନ୍ତୁ : ଗୁଜବର ଜବାବ ରଖିଲେ ବିରାଟ କୋହଲି