ପ୍ରମୂଖ ଖବର
  • ପାରାଦୀପ ଜିରୋ ପଏଣ୍ଟ ପାଖରେ ଗଚ୍ଛିତ ପାଇପରେ ଭୟଙ୍କର ଅଗ୍ନିକାଣ୍ଡ
  • ||
  • ରାଜଧାନୀରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ରାଉରକେଲାରେ ପୋଲିସ ଡିଜି ୱାଇବି ଖୁରାନିଆ, ରାଉରକେଲାରେ ଚାଲିଛି ସମୀକ୍ଷା ବୈଠକ
  • ||
  • ପହଲଗାମ ଆତଙ୍କୀ ହମ୍‌ଲା ପରେ ରାଜଧାନୀରେ ହାଇଆଲର୍ଟ, ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ଫ୍ଲାଗ୍ ମାର୍ଚ୍ଚ
  • ||
  • ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଟଙ୍କା ମାଗିବାରୁ ଦହିବରା ବେପାରୀଙ୍କୁ ନିସ୍ତୁକ ପିଟିଲେ
  • ||
  • ସମ୍ୱଲପୁର : ପାଣିରେ ବୁଡ଼ି ଜୀବନ ହାରିଥିଲେ ଭିସୁଟ୍‌ ଛାତ୍ରୀ: ୧୦୦ ଜଣଙ୍କ ଉପରେ ସର୍ବକାଳୀନ ଛାତ୍ର କାର୍ଯ୍ୟାନୁଷ୍ଠାନ
  • ||
  • ଚଳିବନି ପାକ୍ ପ୍ରୋପାଗଣ୍ଡା, ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
  • ||
  • ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୧୨ ଯାଏ ୩ଟି ସିଫ୍ଟରେ ହେବ ଏକ୍ସଜାମ୍
  • ||
  • ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ
  • ||
  • କେନ୍ଦୁଝର : ବାଇକ୍‌କୁ ଧକ୍କା ଦେଲା ଆଡିସନାଲ୍‌ CSOଙ୍କ ବୋଲେରୋ, ବାଇକ୍‌ ଚାଳକ ମୃତ
  • ||
  • ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ
  • ||
  • ଅନୁଗୁଳ : ୫୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ
  • ||
  • IPL 2025: ଆଜି ରାଜସ୍ଥାନ- ଗୁଜରାଟ ଲଢ଼େଇ, ରୟାଲ୍ସ ପାଇଁ ‘କର ବା ମର’
  • ||
  • ତାତି କମିଲା, ଆହୁରି କମିବ: ଆଜି ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା,୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ସୁନ୍ଦରଗଡ଼ : ବସ୍‌ ଓଲଟି ଜଣେ ମୃତ, ୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||

IPL ଇତିହାସରେ ପ୍ରଥମ, ଅଧିନାୟକ ଭାବେ ୫ ୱିକେଟ ନେଲେ ହାର୍ଦ୍ଦିକ ପାଣ୍ଡ୍ୟା

Published By : Ankita S | April 5, 2025 9:54 AM

ନୂଆଦିଲ୍ଲୀ,୦୫/୦୪: ମ୍ୟାଚ ହାରିଲେ ହେଲେ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଚଳିତ ଆଇପିଏଲରେ ଦଳର ତୃତୀୟ ପରାଜୟ ହୋଇଛି । ହେଲେ ନୂଆ ରେକର୍ଡ଼ କରିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଆଇପିଏଲ ଇତିହାସରେ ପ୍ରଥମ ଅଧିନାୟକ ଭାବେ ୫ଟି ୱିକେଟ ନେବାରେ ସଫଳ ହୋଇଛନ୍ତି ହାର୍ଦ୍ଦିକ ।

ଇଣ୍ଡିଆନ ପ୍ରିମିୟର ଲିଗ୍ ସିଜନ ୧୮ରେ ଘରୋଇ ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସର ଏକ ମ୍ୟାଚ ଥିଲା ।ଏଥିରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏକ ରେକର୍ଡ଼ ନିଜ ନାମରେ ଲେଖାଇଛନ୍ତି । ସେ ଆଇପିଏଲ୍‌ରେ ପ୍ରଥମ ଅଧିନାୟକ ଭାବେ ୫ ୱିକେଟ୍‌ ନେଇ ଇତିହାସ ରଚିଛନ୍ତି । ଲକ୍ଷ୍ନୌ ବିପକ୍ଷରେ ପାଣ୍ଡ୍ୟା ଘାତକ ସାବ୍ୟସ୍ତ ହୋଇଥିଲେ । ସେ ୪ ଓଭର ବୋଲିଂ କରି ୩୬ରନ୍‌ ପ୍ରଦାନ କରିଥିଲେ । ସୁପରଜାଏଣ୍ଟ୍‌ସର ଆଡେନ ମାରକ୍ରମ, ନିକୋଲାସ  ପୂରନ, ରିଷଭ ପନ୍ତ, ଡେଭିଡ୍‌ ମିଲର ଏବଂ ଆକାଶ ଦୀପ୍‌ଙ୍କ ୱିକେଟ୍‌ ଅକ୍ତିଆର କରିଥିଲେ ।

ଅଧିକ ପଢ଼ନ୍ତୁ...ମୁମ୍ବାଇ ପାଖରୁ ମ୍ୟାଚ୍‌ ଛଡ଼ାଇ ଆଣିଲା ଲକ୍ଷ୍ନୌ, ୧୨ ରନ୍‌ରେ ଜିତିଲା ଏଲଏସ୍‌ଜି

ଟି-ଟ୍ୱେଣ୍ଟି ଫର୍ମାଟ କ୍ରିକେଟରେ ଏହା ତାଙ୍କର ଶ୍ରେଷ୍ଠ  ପ୍ରଦର୍ଶନ ରହିଥିଲା । ପୂର୍ବରୁ ସେ ୨୦୨୩ରେ  ନ୍ୟୁଜିଲାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟିରେ୧୬ରନ୍‌ ଦେଇ  ୪ଟି ୱିକେଟ୍‌ ହାସଲ କରିଥିଲେ । ଆଇପିଏଲ୍‌ ଅଧିନାୟକ ଭାବେ ସେନ୍‌ ୱାର୍ଣ୍ଣଙ୍କ ନାମରେ ସର୍ବାଧିକ ୱିକେଟ୍‌ ରେକର୍ଡ଼  ରହିଛି । ସେ ମୋଟ ୫୭ଟି ୱିକେଟ୍‌ ନେଇଥିଲେ । ପାଣ୍ଡ୍ୟା ୩୦ ୱିକେଟ୍‌ ସହ ଦ୍ୱିତୀୟ, ଅନିଲ କୁମ୍ବଲେ ୩୦ ୱିକେଟ୍‌ ସହ ତୃତୀୟ, ରବିଚନ୍ଦ୍ରନ ଅଶ୍ୱିନ ୨୫ ୱିକେଟ୍‌ ସହ ଚତୁର୍ଥ ଏବଂ ପ୍ୟାଟ୍‌ କମିନ୍ସ ୨୧ ୱିକେଟ୍‌ ସହ ପଞ୍ଚମ ସ୍ଥାନରେ ରହିଛନ୍ତି ।

ଶୁକ୍ରବାର ଲକ୍ଷ୍ନୌ ସୁପରଜାଏଣ୍ଟସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା । ଏଥିରେ ପ୍ରଥମେ ବ୍ୟାଟିଂ କରି ଋଷବ ପନ୍ତଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ୨୦୩ ରନ କରିଥିଲା । ୨୦୪ ରନ୍‌ର ଟାର୍ଗେଟ୍ ପିଛା କରି ଫେଲ୍ ମାରିଥିଲା ପାଣ୍ଡ୍ୟା ସେନା । ୧୯୧ରନ କରିବାରେ ସକ୍ଷମ ହୋଇଥିଲା । ୧୨ରନରେ ବିଜୟୀ ହୋଇଥିଲା ଲକ୍ଷ୍ନୌ । ଚଳିତ ସିଜନରେ ଏହା ମୁମ୍ବାଇର ତୃତୀୟ ପରାଜୟ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.