ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

‘୪ ସପ୍ତାହ ମଧ୍ୟରେ ଦିଅନ୍ତୁ ଜବାବ୍’, ରାହୁଲ ଗାନ୍ଧୀଙ୍କ ଦ୍ୱୈତ ନାଗରିକତା ମାମଲାରେ କେନ୍ଦ୍ରକୁ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ

Published By : Harapriya Biswal | March 24, 2025 8:33 PM

ନୂଆଦିଲ୍ଲୀ,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱୈତ ନାଗରିକତା ମାମଲାରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଚାରି ସପ୍ତାହ ସମୟ ଦେଇଛନ୍ତି। ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୧ ଏପ୍ରିଲ ୨୦୨୫କୁ ଧାର୍ଯ୍ୟ କରିଛନ୍ତି। ଏହି ମାମଲାରେ ଗୃହ ମନ୍ତ୍ରଣାଳୟ ଆଠ ସପ୍ତାହ ସମୟ ଦାବି କରିଥିଲା।

ଉଲ୍ଲେଖନୀୟ ଯେ, ଏହି ମାମଲା କର୍ଣ୍ଣାଟକର ଜଣେ ଆବେଦନକାରୀ ଶିଶିରଙ୍କ ପକ୍ଷରୁ ଦାୟର ଏକ ଆବେଦନ ଉପରେ ଆଧାରିତ, ଯିଏ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ତଦନ୍ତ ଦାବି କରିଛନ୍ତି। ସେ ଦାବି କରିଛନ୍ତି ଯେ ତାଙ୍କ ପାଖରେ ରାହୁଲ ଗାନ୍ଧୀଙ୍କ ନାଗରିକତା ସମ୍ପର୍କରେ ନୂତନ ପ୍ରମାଣ ଅଛି, ଯେଉଁଥିରେ ୟୁକେ ସରକାରଙ୍କଠାରୁ ପ୍ରାପ୍ତ ଡକ୍ୟୁମେଣ୍ଟ ଏବଂ ଇମେଲ୍ ଅନ୍ତର୍ଭୁକ୍ତ।

ଆବେଦନକାରୀଙ୍କ ଅନୁଯାୟୀ, ବ୍ରିଟେନର ପୂର୍ବତନ କମ୍ପାନର, ଯାହାକି ୨୦୦୩ରେ ଗଠିତ ହୋଇଥିଲା ଓ ୨୦୦୯ ରେ ବନ୍ଦ ହୋଇଯାଇଥିଲା, ସେଥିରେ ନିଜର ରାହୁଲ ଗାନ୍ଧୀଙ୍କୁ ୟୁକେ ନାଗରିକ ଭାବରେ ଉଲ୍ଲେଖ କରିଥିଲା। ଭାରତୀୟ ଆଇନ ଅନୁଯାୟୀ, ଦ୍ୱୈତ ନାଗରିକତା ଅନୁମତିପ୍ରାପ୍ତ ନୁହେଁ ଏବଂ ଯଦି ଜଣେ ଭାରତୀୟ ନାଗରିକ ଅନ୍ୟ ଦେଶର ନାଗରିକତା ଗ୍ରହଣ କରନ୍ତି, ତେବେ ଭାରତୀୟ ନାଗରିକତା ଆପଣାଛାଏଁ ବାତିଲ ହୋଇଯାଏ। ନଭେମ୍ବର ୨୦୨୩ରେ ଏହି ମାମଲାର ଶେଷ ଶୁଣାଣିରେ, ହାଇକୋର୍ଟ ଗୃହ ମନ୍ତ୍ରଣାଳୟକୁ ଆବେଦନ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଡେପୁଟି ସଲିସିଟର ଜେନେରାଲ ଏସବି ପାଣ୍ଡେଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପୂର୍ବରୁ ମନ୍ତ୍ରଣାଳୟକୁ ତିନି ସପ୍ତାହ ସମୟ ଦିଆଯାଇଥିଲା, କିନ୍ତୁ ଏବେ ଏହାକୁ ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ପଡିବ। ସେପଟେ କଂଗ୍ରେସ ରାହୁଲଙ୍କ ଭାରତୀୟ ନାଗରିକତା ଉପରେ ପ୍ରଶ୍ନ ଉଠାଯିବାକୁ ଖଣ୍ଡନ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.