ଭୁବନେଶ୍ବର ୮/୧୧ : ଭୁବନେଶ୍ବରରେ ଲଭ୍‌ ଜିହାଦ୍‌ । ଧରାପଡ଼ିଲେ ବିହାରର ଯୁବକ । କଶ୍ମୀରରେ କରୁଥିଲେ ଚାକିରି । ଯୁବତୀଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଯୁବକ ମହିଳା ଥାନାରେ ଅଟକ ।

ସୂଚନାଯୋଗ୍ୟ ଯେ, ଯୁବତୀଙ୍କୁ ସୋସିଆଲ ମିଡ଼ିଆ ପ୍ରଲୋଭନ ଦେଖାଇ ବ୍ଲାକମେଲିଂ କରୁଥିଲେ ଯୁବକ । ଅଭିଯୁକ୍ତ ସମୀର ମନସୁର ସୋସିଆଲ ମିଡ଼ିଆରେ ଯୁବତୀଙ୍କ ସହ ବନ୍ଧୁତା ସୃଷ୍ଟି କରିଥିଲା । ବନ୍ଧୁତା ପରେ ଯୁବତୀଙ୍କ ଫଟୋ ନେଇ ବ୍ଲାକମେଲିଂ କରୁଥିଲା । ସୋସିଆଲ ମିଡ଼ିଆରେ ଫଟୋକୁ ଅଶ୍ଲୀଳ କରି ପୋଷ୍ଟ କରି ଟଙ୍କା ମାଗୁଥିଲା । 

ଏମିତିକି ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଇବାକୁ ବାଧ୍ୟ କରାଇଥିଲେ ଯୁବକ । ଯୁବତୀ ରାଜି ନ ହେବାରୁ ତାଙ୍କୁ ପ୍ରଲୋଭିତ କରୁଥିଲେ । ଯୁବତୀ ଜଣଙ୍କ ମହିଳା ଥାନାରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ଅଭିଯୁକ୍ତ ଯୁବକ ମହିଳା ଥାନାରେ ଅଟକ ଅଛନ୍ତି ।