ଆଜିକାଲି ଶୀତ ଆସିବା ସହ ବାୟୁମଣ୍ଡଳରେ ସ୍ମଗ୍ର ମାତ୍ରା କ୍ରମଶଃ ବଢିଚାଲେ, ଯାହା ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ । ଏହା ଗଳା ଓ ଛାତିରେ ସମସ୍ୟା ସୃଷ୍ଟି କରିଥାଏ । ଯଦି ଏହି ସମୟରେ ପୁଣି ବିଷାକ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ବାରମ୍ବାର ଯା’ଆସ କରିବାକୁ ପଡେ । ତେବେ ଛାତିରେ ଜ୍ୱଳନ, ମୁଣ୍ଡବିନ୍ଧା ଓ ଭାରିପଣ ଅନୁଭବ ହୋଇଥାଏ । ଏଭଳି ସ୍ଥିତିକୁ ମୁକାବଲା କରିବା ପାଇଁ ଭାରତୀୟଙ୍କ ରୋଷେଇ ଘରେ ରହିଛି ଅବ୍ୟର୍ଥ ଔଷଧ । ଯେଉଁଥିରେ ଆଣ୍ଟିଇନ୍ଫ୍ଲାମେଟୋରୀ ଓ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ଭରି ରହିଛି । ଏହା ପ୍ରଦୂଷିତ ବାୟୁରୁ ହେଉଥିବା ସମସ୍ୟାକୁ ଦୂର କରିପାରିବ । ସେହି ମସଲାଗୁଡିକ ହେଉଛି -
ଅଦା: ଅଦା ଚା’ କେବଳ ସ୍ୱାଦ ବଢାଏନା । ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଅଦାରେ ଥିବା ଗରମପଣ ସ୍ମଗ୍ରୁ ହେଉଥିବା ସମସ୍ୟାରୁ ମୁକ୍ତି ଦେଇଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ଏୟାରୱେଜ୍ର ପ୍ରଦାହକୁ କମ୍ କରିବା ସହ ସଫା କରିଥାଏ । ଲଗାତାର ହେଉଥିବା କାଶରୁ ମଧ୍ୟ ରକ୍ଷା କରିଥାଏ ।
ତୁଳସୀ ପତ୍ର: ତୁଳସୀ ଗଛର କେବଳ ଧାର୍ମିକ ମହତ୍ତ୍ୱ ରହିଛି ଭାବିବା ଭୁଲ୍ । ଏହା ମଧ୍ୟ ଶ୍ୱାସପ୍ରଶ୍ୱାସଜନିତ ସମସ୍ୟାକୁ ଦୂର କରିଥାଏ । ଏଥିରେ ଆଣ୍ଟି-ମାଇକ୍ରୋବାୟୋଲ୍, ଆଣ୍ଟି-ଇନ୍ଫ୍ଲାମେଟୋରୀ ଓ ଡିଟକ୍ସିଫିକେଶନ୍ ଗୁଣ ମଧ୍ୟ ରହିଥାଏ, ଯାହା ଗଳାର ଖସ୍ଖସ୍କୁ ଦୂର କରିବା ସହ ଛାତି ଯନ୍ତ୍ରଣାରୁ ଆରାମ ଦେଇଥାଏ ।
ଗୋଲମରିଚ: ନାକକୁ ସଫା କରିବାରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ, ଯାହା ସ୍ମଗ୍ ଯୋଗୁ ହୋଇଥାଏ । ଗୋଲମରିଚ ଶରୀରରୁ ଅପରିଷ୍କାର ପଦାର୍ଥକୁ ବାହାର କରିବାରେ ସହଯୋଗ କରିଥାଏ । ଗୋଲମରିଚକୁ ବିଭିନ୍ନ ଉପାୟରେ ଖାଇବା ଦ୍ୱାରା ଶରୀରରେ ବାୟୁ ପ୍ରବାହ ସହଜ ହେବା ସହ ରକ୍ତ ସଞ୍ଚାଳନ ତୀବ୍ର ହୋଇଥାଏ । ଫଳରେ ପ୍ରଦୂଷିତ ବାୟୁରେ ଅଧିକ ସମୟ ରହିଲେ ମଧ୍ୟ ଶରୀରର ସେତେଟା କ୍ଷତି ହୋଇ ନଥାଏ ।